ତାଲିବାନ୍‌ ଦଖଲରେ ୯ ପ୍ରାଦେଶିକ ରାଜଧାନୀ

କାବୁଲ, ୧୨।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆତଙ୍କବାଦୀମାନେ ଅଧିକାଂଶ ଗ୍ରାମାଞ୍ଚଳକୁ ଅକ୍ତିଆର କରିବା ପରେ ଏବେ ବିଭିନ୍ନ ପ୍ରାଦେଶିକ ରାଜଧାନୀ କବ୍‌ଜା କରିବା ଆରମ୍ଭ କରିଛନ୍ତି। ସପ୍ତାହେରୁ କମ୍‌ ସମୟ ମଧ୍ୟରେ ସେମାନେ ୯ ପ୍ରାଦେଶିକ ରାଜଧାନୀ ଦଖଲ କରିସାରିଲେଣି। ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ବୁଧବାର ମଜାର-ଇ-ସରିଫ୍‌ରେ ପହଞ୍ଚତ୍ ସଙ୍କଟଗ୍ରସ୍ତ ସୈନ୍ୟବାହିନୀକୁ ଏକାଠି କରିବା ପାଇଁ ଉଦ୍ୟମ କରୁଛନ୍ତି। ଦେଶର ଏକ-ଚତୁର୍ଥାଂଶରୁ ଊର୍ଦ୍ଧ୍ୱ ପ୍ରାଦେଶିକ ରାଜଧାନୀ ତାଲିବାନ ଆତଙ୍କବାଦୀଙ୍କ କବଳକୁ ଯାଇସାରିଲାଣି। କୁଣ୍ଡୁଜ୍‌ରେ ଶତାଧିକ ଆଫଗାନ ସୈନ୍ୟ ଗଣଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଆତ୍ମସମର୍ପଣ କରିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ ଉପାୟ ନାହିଁ ବୋଲି ଜଣେ ସେନା ଅଧିକାରୀ ନିଜର ପରିଚୟ ନ ଦେଇ ଗଣମାଧ୍ୟମକୁ କହିଛନ୍ତି।
ମଜାରରେ ପହଞ୍ଚତ୍ ଗନି ସହରଗୁଡ଼ିକର ସୁରକ୍ଷା ପାଇଁ ସ୍ଥାନୀୟ ଷ୍ଟ୍ରଙ୍ଗ୍‌ମ୍ୟାନ ଆଟ୍ଟା ମହମ୍ମଦ ନୂର୍‌ ଏବଂ ଦୁର୍ଦ୍ଧର୍ଷ ସେନାପତି ଅବ୍‌ଦୁଲ୍‌ ରଶିଦ୍‌ ଡୋଷ୍ଟୁମଙ୍କ ସହ ଆଲୋଚନା ଚଳାଇଛନ୍ତି। ତାଲିବାନ ବିରୋଧୀ ମିଲିସିଆଙ୍କ ଆଡ୍ଡା କୁହାଯାଉଥିବା ମଜାର ଯଦି ଆତଙ୍କବାଦୀଙ୍କ ଦଖଲକୁ ଚାଲିଯାଏ, ତେବେ ଆଫଗାନ୍‌ ସରକାରଙ୍କ ପାଇଁ ମରଣାନ୍ତକ ଝଟ୍‌କା ହେବ ଏବଂ ଉତ୍ତର ଆଫଗାନିସ୍ତାନ ଉପରୁ ସରକାରଙ୍କ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ।
ଆମେରିକା ଓ ନାଟୋ ସେନା ପ୍ରତ୍ୟାହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀ ଦେଶର ପ୍ରାୟ ଦୁଇତୃତୀୟାଂଶକୁ ନିଜ ନିୟନ୍ତ୍ରଣକୁ ନେଇସାରିଲେଣି। ସେମାନେ ଆଉ ୩ଟି ପ୍ରାଦେଶିକ ରାଜଧାନୀ ସମେତ ଉତ୍ତରପୂର୍ବାଞ୍ଚଳରେ ଥିବା ସ୍ଥାନୀୟ ସେନା ମୁଖ୍ୟାଳୟକୁ କବ୍‌ଜା କରିଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି। ବଡ଼ଖଶାନ, ବାଘଲାନ ଏବଂ ଫାରାହ ପ୍ରଦେଶର ରାଜଧାନୀ ତାଲିବାନ ଦଖଲକୁ ଯିବା ପରେ ତାଲିବାନ ସରକାରଙ୍କ ଉପରେ ଅଧିକ ଚାପ ପଡ଼ିଛି। ଆତଙ୍କବାଦୀଙ୍କଠାରୁ କାବୁଲ ପ୍ରତି ସିଧା ବିପଦ ସୃଷ୍ଟି ହୋଇ ନ ଥିଲେ ମଧ୍ୟ ସେମାନେ ଯେଉଁଭଳି ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀ ଦଖଲ କରିଚାଲିଛନ୍ତି, ଆଫଗାନ ସରକାର ଦେଶକୁ କେତେଦିନ ନିଜ ନିୟନ୍ତ୍ରଣରେ ରଖିପାରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଲିବାନ ଆତଙ୍କବାଦୀଙ୍କ ମୁକାବିଲା କରି ନ ପାରି ନିୟମିତ ସୈନ୍ୟ ଯୁଦ୍ଧକ୍ଷେତ୍ରରୁ ଛତ୍ରଭଙ୍ଗ ଦେଉଛନ୍ତି। ହିଂସାକାଣ୍ଡ ଭୟରେ ହଜାର ହଜାର ସାଧାରଣ ଜନତା ରାଜଧାନୀକୁ ପଳାଇଯାଉଛନ୍ତି। ଆମେରିକା ପକ୍ଷରୁ କେତେକ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲେ ମଧ୍ୟ ଏହାର ସୈନ୍ୟ ପ୍ରତ୍ୟକ୍ଷ ଲଢ଼େଇରେ ସାମିଲ ହେଉନାହାନ୍ତି।
ସହରରେ ତାଲିବାନ ଆତଙ୍କବାଦୀମାନେ ରାସ୍ତାରେ ଜଣେ ଆଫଗାନ ସୈନ୍ୟଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହକୁ ଘୋଷାଡ଼ୁଥିବା ଦେଖାଯାଇଛି। ଆତଙ୍କବାଦୀମାନେ ଏମ୍‌-୧୬ ରାଇଫଲ, ହମ୍‌ଭି ଏବଂ ଫୋର୍ଡ ପିକ୍‌ଅପ୍‌ ଟ୍ରକ୍‌ ବ୍ୟବହାର କରୁଛନ୍ତି। ଏଗୁଡ଼ିକୁ ଆମେରିକା ଆଫଗାନିସ୍ତାନକୁ ଯୋଗାଇଥିଲା।
ମୋଟ ୩୪ ପ୍ରଦେଶ ରହିଥିବାବେଳେ ସେଥିରୁ ୯ଟିର ରାଜଧାନୀକୁ ତାଲିବାନ ଦଖଲ କରିନେଇଛି। ମେ’ ମାସରୁ ତାଲିବାନ ଆତଙ୍କବାଦୀ ସୀମାନ୍ତ ଗ୍ରାମାଞ୍ଚଳଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଥିବାବେଳେ ଗତ ୬ ତାରିଖରେ ନିମ୍ରୁଜ୍‌ ପ୍ରଦେଶର ରାଜଧାନୀ ଜରଙ୍ଗ ଦଖଲ କରିଥିଲେ। ତାଲିବାନ କବଳକୁ ଯିବାରେ ଏହା ଥିଲା ପ୍ରଥମ ପ୍ରାଦେଶିକ ରାଜଧାନୀ। ୭ ତାରିଖରେ ସେମାନେ ଜଜାନ୍‌ ପ୍ରଦେଶର ରାଜଧାନୀ ଶେବେରଘାନ ଦଖଲ କରିଥିବା ଘୋଷଣା କରିଥିଲେ। ୮ ତାରିଖରେ ଶେର୍‌-ଇ-ପୁଲ୍‌ ତାଲିବାନ ଅକ୍ତିଆରକୁ ଯାଇଥିଲା। ସେହିଦିନ କୁନ୍ଦୁଜ୍‌ ପ୍ରଦେଶ ରାଜଧାନୀ କୁନ୍ଦୁଜ୍‌ ସହର ଏବଂ ତଖର ପ୍ରଦେଶ ରାଜଧାନୀ ତାଲୁକାନ୍‌ ସହରକୁ ତାଲିବାନ ଦଖଲ କରିଥିଲା। ୯ରେ ଆତଙ୍କବାଦୀମାନେ ସାମଙ୍ଗାନ ପ୍ରଦେଶ ରାଜଧାନୀ ଆଏବାକ୍‌କୁ କବ୍‌ଜା କରିଥିବାବେଳେ ୧୦ରେ ଫାରାହ ପ୍ରଦେଶ ରାଜଧାନୀ ଫାରାହ ସହର ଏବଂ ବାଘଲାନ୍‌ ପ୍ରଦେଶ ରାଜଧାନୀ ପୁଲ୍‌-ଇ-ଖୁମ୍ରି ସେମାନଙ୍କ ନିୟନ୍ତ୍ରଣକୁ ଯାଇଥିଲା। ୧୧ ତାରିଖରେ ବଡ଼ଖ୍‌ଶାନ ପ୍ରଦେଶ ରାଜଧାନୀ ଫଇଜାବାଦକୁ ତାଲିବାନ ଦଖଲ କରିଛି। ଏହା ବ୍ୟତୀତ ହାରାତ, ଲଶ୍କର ଗାହ ଏବଂ କାନ୍ଦାହାର ଦଖଲ ପାଇଁ ଆତଙ୍କବାଦୀମାନେ ଲଢ଼େଇ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri