ତାଲିବାନ୍‌ ଦଖଲରେ ୯ ପ୍ରାଦେଶିକ ରାଜଧାନୀ

କାବୁଲ, ୧୨।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆତଙ୍କବାଦୀମାନେ ଅଧିକାଂଶ ଗ୍ରାମାଞ୍ଚଳକୁ ଅକ୍ତିଆର କରିବା ପରେ ଏବେ ବିଭିନ୍ନ ପ୍ରାଦେଶିକ ରାଜଧାନୀ କବ୍‌ଜା କରିବା ଆରମ୍ଭ କରିଛନ୍ତି। ସପ୍ତାହେରୁ କମ୍‌ ସମୟ ମଧ୍ୟରେ ସେମାନେ ୯ ପ୍ରାଦେଶିକ ରାଜଧାନୀ ଦଖଲ କରିସାରିଲେଣି। ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ବୁଧବାର ମଜାର-ଇ-ସରିଫ୍‌ରେ ପହଞ୍ଚତ୍ ସଙ୍କଟଗ୍ରସ୍ତ ସୈନ୍ୟବାହିନୀକୁ ଏକାଠି କରିବା ପାଇଁ ଉଦ୍ୟମ କରୁଛନ୍ତି। ଦେଶର ଏକ-ଚତୁର୍ଥାଂଶରୁ ଊର୍ଦ୍ଧ୍ୱ ପ୍ରାଦେଶିକ ରାଜଧାନୀ ତାଲିବାନ ଆତଙ୍କବାଦୀଙ୍କ କବଳକୁ ଯାଇସାରିଲାଣି। କୁଣ୍ଡୁଜ୍‌ରେ ଶତାଧିକ ଆଫଗାନ ସୈନ୍ୟ ଗଣଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଆତ୍ମସମର୍ପଣ କରିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ ଉପାୟ ନାହିଁ ବୋଲି ଜଣେ ସେନା ଅଧିକାରୀ ନିଜର ପରିଚୟ ନ ଦେଇ ଗଣମାଧ୍ୟମକୁ କହିଛନ୍ତି।
ମଜାରରେ ପହଞ୍ଚତ୍ ଗନି ସହରଗୁଡ଼ିକର ସୁରକ୍ଷା ପାଇଁ ସ୍ଥାନୀୟ ଷ୍ଟ୍ରଙ୍ଗ୍‌ମ୍ୟାନ ଆଟ୍ଟା ମହମ୍ମଦ ନୂର୍‌ ଏବଂ ଦୁର୍ଦ୍ଧର୍ଷ ସେନାପତି ଅବ୍‌ଦୁଲ୍‌ ରଶିଦ୍‌ ଡୋଷ୍ଟୁମଙ୍କ ସହ ଆଲୋଚନା ଚଳାଇଛନ୍ତି। ତାଲିବାନ ବିରୋଧୀ ମିଲିସିଆଙ୍କ ଆଡ୍ଡା କୁହାଯାଉଥିବା ମଜାର ଯଦି ଆତଙ୍କବାଦୀଙ୍କ ଦଖଲକୁ ଚାଲିଯାଏ, ତେବେ ଆଫଗାନ୍‌ ସରକାରଙ୍କ ପାଇଁ ମରଣାନ୍ତକ ଝଟ୍‌କା ହେବ ଏବଂ ଉତ୍ତର ଆଫଗାନିସ୍ତାନ ଉପରୁ ସରକାରଙ୍କ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ।
ଆମେରିକା ଓ ନାଟୋ ସେନା ପ୍ରତ୍ୟାହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀ ଦେଶର ପ୍ରାୟ ଦୁଇତୃତୀୟାଂଶକୁ ନିଜ ନିୟନ୍ତ୍ରଣକୁ ନେଇସାରିଲେଣି। ସେମାନେ ଆଉ ୩ଟି ପ୍ରାଦେଶିକ ରାଜଧାନୀ ସମେତ ଉତ୍ତରପୂର୍ବାଞ୍ଚଳରେ ଥିବା ସ୍ଥାନୀୟ ସେନା ମୁଖ୍ୟାଳୟକୁ କବ୍‌ଜା କରିଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି। ବଡ଼ଖଶାନ, ବାଘଲାନ ଏବଂ ଫାରାହ ପ୍ରଦେଶର ରାଜଧାନୀ ତାଲିବାନ ଦଖଲକୁ ଯିବା ପରେ ତାଲିବାନ ସରକାରଙ୍କ ଉପରେ ଅଧିକ ଚାପ ପଡ଼ିଛି। ଆତଙ୍କବାଦୀଙ୍କଠାରୁ କାବୁଲ ପ୍ରତି ସିଧା ବିପଦ ସୃଷ୍ଟି ହୋଇ ନ ଥିଲେ ମଧ୍ୟ ସେମାନେ ଯେଉଁଭଳି ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀ ଦଖଲ କରିଚାଲିଛନ୍ତି, ଆଫଗାନ ସରକାର ଦେଶକୁ କେତେଦିନ ନିଜ ନିୟନ୍ତ୍ରଣରେ ରଖିପାରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଲିବାନ ଆତଙ୍କବାଦୀଙ୍କ ମୁକାବିଲା କରି ନ ପାରି ନିୟମିତ ସୈନ୍ୟ ଯୁଦ୍ଧକ୍ଷେତ୍ରରୁ ଛତ୍ରଭଙ୍ଗ ଦେଉଛନ୍ତି। ହିଂସାକାଣ୍ଡ ଭୟରେ ହଜାର ହଜାର ସାଧାରଣ ଜନତା ରାଜଧାନୀକୁ ପଳାଇଯାଉଛନ୍ତି। ଆମେରିକା ପକ୍ଷରୁ କେତେକ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲେ ମଧ୍ୟ ଏହାର ସୈନ୍ୟ ପ୍ରତ୍ୟକ୍ଷ ଲଢ଼େଇରେ ସାମିଲ ହେଉନାହାନ୍ତି।
ସହରରେ ତାଲିବାନ ଆତଙ୍କବାଦୀମାନେ ରାସ୍ତାରେ ଜଣେ ଆଫଗାନ ସୈନ୍ୟଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହକୁ ଘୋଷାଡ଼ୁଥିବା ଦେଖାଯାଇଛି। ଆତଙ୍କବାଦୀମାନେ ଏମ୍‌-୧୬ ରାଇଫଲ, ହମ୍‌ଭି ଏବଂ ଫୋର୍ଡ ପିକ୍‌ଅପ୍‌ ଟ୍ରକ୍‌ ବ୍ୟବହାର କରୁଛନ୍ତି। ଏଗୁଡ଼ିକୁ ଆମେରିକା ଆଫଗାନିସ୍ତାନକୁ ଯୋଗାଇଥିଲା।
ମୋଟ ୩୪ ପ୍ରଦେଶ ରହିଥିବାବେଳେ ସେଥିରୁ ୯ଟିର ରାଜଧାନୀକୁ ତାଲିବାନ ଦଖଲ କରିନେଇଛି। ମେ’ ମାସରୁ ତାଲିବାନ ଆତଙ୍କବାଦୀ ସୀମାନ୍ତ ଗ୍ରାମାଞ୍ଚଳଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଥିବାବେଳେ ଗତ ୬ ତାରିଖରେ ନିମ୍ରୁଜ୍‌ ପ୍ରଦେଶର ରାଜଧାନୀ ଜରଙ୍ଗ ଦଖଲ କରିଥିଲେ। ତାଲିବାନ କବଳକୁ ଯିବାରେ ଏହା ଥିଲା ପ୍ରଥମ ପ୍ରାଦେଶିକ ରାଜଧାନୀ। ୭ ତାରିଖରେ ସେମାନେ ଜଜାନ୍‌ ପ୍ରଦେଶର ରାଜଧାନୀ ଶେବେରଘାନ ଦଖଲ କରିଥିବା ଘୋଷଣା କରିଥିଲେ। ୮ ତାରିଖରେ ଶେର୍‌-ଇ-ପୁଲ୍‌ ତାଲିବାନ ଅକ୍ତିଆରକୁ ଯାଇଥିଲା। ସେହିଦିନ କୁନ୍ଦୁଜ୍‌ ପ୍ରଦେଶ ରାଜଧାନୀ କୁନ୍ଦୁଜ୍‌ ସହର ଏବଂ ତଖର ପ୍ରଦେଶ ରାଜଧାନୀ ତାଲୁକାନ୍‌ ସହରକୁ ତାଲିବାନ ଦଖଲ କରିଥିଲା। ୯ରେ ଆତଙ୍କବାଦୀମାନେ ସାମଙ୍ଗାନ ପ୍ରଦେଶ ରାଜଧାନୀ ଆଏବାକ୍‌କୁ କବ୍‌ଜା କରିଥିବାବେଳେ ୧୦ରେ ଫାରାହ ପ୍ରଦେଶ ରାଜଧାନୀ ଫାରାହ ସହର ଏବଂ ବାଘଲାନ୍‌ ପ୍ରଦେଶ ରାଜଧାନୀ ପୁଲ୍‌-ଇ-ଖୁମ୍ରି ସେମାନଙ୍କ ନିୟନ୍ତ୍ରଣକୁ ଯାଇଥିଲା। ୧୧ ତାରିଖରେ ବଡ଼ଖ୍‌ଶାନ ପ୍ରଦେଶ ରାଜଧାନୀ ଫଇଜାବାଦକୁ ତାଲିବାନ ଦଖଲ କରିଛି। ଏହା ବ୍ୟତୀତ ହାରାତ, ଲଶ୍କର ଗାହ ଏବଂ କାନ୍ଦାହାର ଦଖଲ ପାଇଁ ଆତଙ୍କବାଦୀମାନେ ଲଢ଼େଇ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?