ବଦଳିଲେ ୯ ଓଏଏସ୍‌ ଅଫିସର

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟ ସରକାର ଶନିବାର ୯ ଓଏଏସ୍‌ ଅଫିସରଙ୍କ ବଦଳି କରିଛନ୍ତି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଏହି ଅନୁଯାୟୀ, ବରିଷ୍ଠ ଓଏଏସ୍‌ ମନୋରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ ସେଠାରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେହିପରି କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଶ୍ରୀଧର ନାୟକଙ୍କୁ ରାଜ୍ୟ ସୂଚନା କମିଶନ ସଚିବ ଭାବେ ବଦଳି କରାଯାଇଥିବାବେଳେ ଢେଙ୍କାନାଳ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତିଙ୍କୁ ଭଦ୍ରକ ଅତିରିକ୍ତ ଜିଲାପାଳ, ଧରିତ୍ରୀ ମିଶ୍ରଙ୍କୁ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ୍‌ର ପ୍ରଶାସନିକ ଅଫିସର ଓ ଭୁବନେଶ୍ୱର ବିଡିଓ ରମେଶ ଚନ୍ଦ୍ର ସେଠୀଙ୍କୁ ଢେଙ୍କାନାଳ ଅତିରିକ୍ତ ଜିଲାପାଳ ଭାବେ ବଦଳି କରାଯାଇଛି।

ସେହିପରି ବାଇତୁରା ଦୀପଙ୍କୁ ଅନୁଗୋଳ ଉପଜିଲାପାଳ ଓ ସରୋଜ କୁମାର ବେହେରାଙ୍କୁ ସ୍ବାସ୍ଥ୍ୟ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି। ଅନୁଗୋଳ ଡିଆରଡିଏ ପିଡି (ପ୍ରଶାସନ) ସୁଶାନ୍ତ କୁମାର ପତିଙ୍କୁ ପାଲଲହଡ଼ା ଉପଜିଲାପାଳ ଭାବେ ବଦଳି କରାଯାଇଛି।

ଦୀର୍ଘବର୍ଷ ଧରି ପ୍ରସ୍ତାବିତ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଆଜି ଓଏଏସ୍‌ ଅଧିକାରୀ ସରୋଜ କୁମାର ବେହେରାଙ୍କୁ ପ୍ରଶାସନିକ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି। ୨୦୦୫ରୁ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ରହିଥିବାବେଳେ ଗତବର୍ଷ ସେପ୍ଟେମ୍ବରରେ ଏହାକୁ ବିଧାନସଭାର ଅନୁମୋଦନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରୁ ଉଡ଼ିବ ବିମାନ

ଜୟପୁର,୨୮ା୭(ନି.ପ୍ର.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୁଧବାର ଏକ ସ୍ବତନ୍ତ୍ର ବିମାନ ଯୋଗେ କୋରାପୁଟ ଜିଲା...

ଝିଅକୁ ଏକାଧିକଥର ବଳାତ୍କାର ମାମଲା: ବଳାତ୍କାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଝିଅକୁ ଏକାଧିକଥର ବଳାତ୍କାର ମାମଲାରେ ଅଭିଯୁକ୍ତ ବାପାଙ୍କୁ ମଙ୍ଗଳବାର ସଜା ମିଳିଛି। ମାମଲାର ବିଚାର କରି ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ତାଙ୍କୁ ୨୦ହଜାର ଟଙ୍କା...

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସର ଅତ୍ୟାଚାରକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୨୫ା୭(ଡି.ଏନ୍‌.ଏ.): ଗଣମାଧ୍ୟମକୁ ସମ୍ବିଧାନରେ ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ...

ପୋଲିସ କମିଶନରଙ୍କୁ ଭେଟିଲେ କୁଳପତି

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ଘଟଣାକୁ ନେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମଙ୍ଗଳବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ...

ଓଡ଼ିଶାର ୩ ରାଜ୍ୟ ସଭା ଆସନ ପାଇଁ ବାଜିଲା ବିଗୁଲ୍‌

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଓଡ଼ିଶାର ଖାଲିପଡ଼ିିଥିବା ୩ଟି ରାଜ୍ୟ ସଭା ଆସନରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଶନିବାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।...

ଆଭ୍ୟନ୍ତରୀଣ ଜିଲାରେ ତାତି, ଉପକୂଳରେ ଆଶ୍ୱସ୍ତି

ଭୁବନେଶ୍ୱର,୩।୪(ବ୍ୟୁରୋ): ଗତ କିଛିଦିନ ଧରି ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ଦାଉରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ତ୍ରାହି ମିଳିଛି। ଘୂର୍ଣ୍ଣିଝଡ଼ ଯୋଗୁ ପାରଦ ତଳକୁ ଖସିଛି। ମାତ୍ର...

ରାଜ୍ୟରେ ପୁଣି ୯୮୬ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୧୪ଜଣ ଲୋକାଲ କେସ୍‌ ଥିବା...

ଆସିଲା ଅକ୍ଟୋବର-ନଭେମ୍ବର ଗାଇଡଲାଇନ୍‌

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପାର୍ବଣକୁ ନେଇ ପୁଣି ଥରେ ଜାରି ହେଲା ଗାଇଡଲାଇନ୍‌ । ଲକ୍ଷ୍ମୀପୂଜା, କାଳୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ୱର ମହାନଗର ନିଗମ...

Advertisement
Archives

Model This Week