Posted inଖେଳ

୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୨୪ା୧୨:କରୋନା ଯୋଗୁ ଗତ ୯ ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ବୁଧବାର ଖୋଲିଛି। ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ଫଳରେ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ପୁରୀ ଜିଲା ପ୍ରଶାସନର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାରର ସଦସ୍ୟମାନେ ଦାରୁଦିଅଁଙ୍କ ଦର୍ଶନ କରିଛନ୍ତି।
ଶ୍ରୀମନ୍ଦିର ଦ୍ୱାର ଭୋର ୪ଟା ୫୦ରେ ଖୋଲିଥିବାବେଳେ ୫ଟା ୪୦ରେ ମଇଲମ ସରିଥିଲା। ସକାଳ ୭ଟା ୩୦ରୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ସେବାୟତ ପରିବାରର ସଦସ୍ୟମାନେ ଶ୍ରୀମନ୍ଦିରର ୪ ଦ୍ୱାର ଦେଇ ପ୍ରବେଶ କରିଥିଲେ। ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ ସହ ପରିଚୟପତ୍ର ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଇଥିଲା। କାଳିଆ ଠାକୁରଙ୍କ ଦର୍ଶନ କରି ସେବାୟତ ପରିବାର ଲୋକେ ଭାବ ବିହ୍ବଳ ହୋଇପଡ଼ିଥିଲେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରାଯାଇଛି। ନୂତନ ଏସ୍‌ଓପି ଅନୁଯାୟୀ, ବଡ଼ଦେଉଳ ଭିତରେ ଶ୍ରଦ୍ଧାଳୁମାନେ ଦୀପ ଲଗାଇପାରିବେ ନାହିଁ। ସେହିପରି କେହି ସାଙ୍ଗରେ ଫୁଲ, ଭୋଗ କିମ୍ବା କୌଣସି ପୂଜା ସାମଗ୍ରୀ ନେଇ ମନ୍ଦିରକୁ ଯିବେ ନାହିଁ। ମନ୍ଦିର ଭିତରେ ମଧ୍ୟ ଅବଢ଼ା ସେବନ କରିପାରିବେ ନାହିଁ। ଜଗନ୍ନାଥ ବଲ୍ଲଭ କିମ୍ବା ପ୍ରଶାସନ ଦ୍ୱାରା ସୂଚିତ ସ୍ଥାନରେ ବାଇକ ଓ କାର୍‌ ପାର୍କିଂ କରିବେ। ଅନ୍ୟଥା ଜରିମାନା ଦେବାକୁ ପଡ଼ିବ। ମନ୍ଦିର ଭିତରେ ମାସ୍କ ପରିଧାନ, ସାନିଟାଇଜ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଜାନୁୟାରୀ ୩ରୁୁ ସାଧାରଣ ଦର୍ଶନ ଆରମ୍ଭ ହେବ। ଏଥିଲାଗି ସକାଳ ୮ଟାରୁ ମାର୍କେଟ ଛକ ବ୍ୟାରିକେଡ୍‌ ଖୋଲାଯିବ। ଦର୍ଶନ ଆଶାୟୀମାନେ ସାଙ୍ଗରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବେ। ତାହା ଗତ ୯୬ ଘଣ୍ଟା ଅର୍ଥାତ୍‌ ୪ଦିନ ମଧ୍ୟରେ ହୋଇଥିବା ଦରକାର। ନଚେତ୍‌ କୋଭିଡ୍‌ ରିପୋର୍ଟ ଗ୍ରହଣ ଯୋଗ୍ୟ ହେବନାହିଁ। ପରିଚୟ ପତ୍ର ଯାଞ୍ଚ କରି ଦର୍ଶନ ଅନୁମତି ଦିଆଯିବ। ସେହିଭଳି ସ୍ଥାନୀୟ ଲୋକଙ୍କ ପାଇଁ ମାର୍କେଟ ଛକ ବ୍ୟାରିକେଡ୍‌ ସକାଳ ୭ଟାରୁ ଖୋଲିବ। ସେମାନଙ୍କୁ ପୂର୍ବରୁ ମିଳିଥିବା ଟୋକନ୍‌ ଓ ପରିଚୟପତ୍ର ଦେଖାଇ ଦର୍ଶନ କରିବେ। ସେହିଭଳି ସ୍ଥାନୀୟ ପଞ୍ଜୀକରଣ ପାଇଁ ସ୍ବତନ୍ତ୍ର ଫଟୋଉଠା ବ୍ୟବସ୍ଥା ହୋଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ୨୬ରୁ ପୁରୀ ସହରବାସୀ ଓ ଜାନୁୟାରୀ ୩ରୁ ସାର୍ବଜନୀନ ଦର୍ଶନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?