Posted inଜାତୀୟ

ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ୯ ମେଡ଼ିକାଲ କଲେଜ ଉପହାର…

ଲକ୍ଷ୍ନୌ,୨୫।୧୦: ଉତ୍ତରପ୍ରଦେଶରେ ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ୯ଟି ମେଡ଼ିକାଲ କଲେଜ ଉପହାର ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ସାଧାରଣ ସ୍ବାସ୍ଥ୍ୟ ସେବାରେ ବିକାଶ ହୋଇପାରିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ମେଡିକାଲ କଲେଜଗୁଡ଼ିକ ସିଦ୍ଧାର୍ଥନଗର, ଇଟାହ, ହରଦୋଇ, ପ୍ରତାପଗଡ଼, ଫତେପୁର, ଦେଓରିଆ, ଗାଜିପୁର, ମିର୍ଜାପୁର ଏବଂ ଝୁନ୍‌ପୁରରେ ରହିଛି।

ଭାଜପାର ମିଶନ-୨୦୨୨ ଅନ୍ତର୍ଗତ ଏଭଳି କରାଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ମେଡ଼ିକାଲ କଲେଜ ସ୍ଥାପନ ଦ୍ୱାରା ରାଜ୍ୟର ସମସ୍ତଙ୍କୁ ନିଶ୍ଚିତ ସ୍ବାସ୍ଥ୍ୟ ସେବା ମିଳି ପାରିବ। କାହାର ଆଉ ଚକିତ୍ସା ଅଭାବରୁ ମୃତ୍ୟୁ ଘଟିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବାଞ୍ଚଳ ପୂର୍ବ ଭାରତର ମେଡ଼ିକାଲ ହବ୍‌ ଭାବେ ଖ୍ୟାତି ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏସବୁ ମେଡ଼ିକାଲ କଲେଜ ନିର୍ମାଣରେ ୨୨୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ୫,୧୮୯ କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମିତ ହୋଇଥିବା ୨୮ ପରିଯୋଜନାର ଲୋକାର୍ପଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୁନାଗଡ଼ ହୋଟେଲରେ ଆତଙ୍କ ଖେଳାଇଲା ସିଂହ

ଜୁନାଗଡ଼, ୧୦ା୨- ଗତବର୍ଷ ଉଦ୍‌ଘାଟିତ ହୋଇଥିବା ସରୋଭର ପୋର୍ଟିକୋ ହୋଟେଲରେ ସୋମବାର ପହଞ୍ଚିଥିଲା ଜଣେ ଅସଧାରଣ ଅତିଥି ଏସିଆଟିକ୍‌ ସିଂହ। ଜଙ୍ଗଲର ରାଜକୁ ହୋଟେଲରେ ଦେଖି...

କଂଗ୍ରେସକୁ ଝଟ୍‌କା: ସଞ୍ଜୟ ସିଂ ରାଜ୍ୟ ସଭାରୁ ଦେଲେ ଇସ୍ତଫା; ଭାଜପାରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ,୩୦।୭: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ମଙ୍ଗଳବାର କଂଗ୍ରେସ ବରିଷ୍ଠ ରାଜ୍ୟ ସଭା ସଦସ୍ୟ ଇସ୍ତଫା ଦେଇଛନ୍ତି। ସେ ଖୁବ୍‌ ଶୀଘ୍ର...

ବିଜୟ ସିହ୍ନା ବିହାର ବିଧାନସଭା ବାଚସ୍ପତି ନିର୍ବାଚିତ

ପାଟନା,୨୫।୧୧: ପ୍ରବଳ ହଟ୍ଟଗୋଳ ମଧ୍ୟରେ ବୁଧବାର ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ଶେଷ ହୋଇଛି। ଗତ ୫୦ ବର୍ଷ ମଧ୍ୟରେ ବିହାର ବିଧାନସଭାରେ ପ୍ରଥମ ଥର...

ବିଧାୟକଙ୍କ ଉପରେ କଟକଣା ଲଗାଇଲେ ନୀତିଶ

ପାଟନା,୨୩।୫: ଜେଡିୟୁ ବିଧାୟକଙ୍କ ଉପରେ କଟକଣା ଲଗାଇଛନ୍ତି ନୀତିଶ ସରକାର। ତିନି ଦିନ ଯାଏ ପାଟନା ବାହାରକୁ ନ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜେଡିୟୁ...

ଚାଇନା ବିରୋଧରେ ବିଶ୍ୱ ଶକ୍ତି ଏକାଠି

ନୂଆଦିଲ୍ଲୀ,୨୩ା୬(ଆଇଏଏନ୍‌ଏସ୍‌): ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ କରାଇଥିବା ଚାଇନା ଦୋଷ ଲୁଚାଇବାକୁ ଜୋର୍‌ଦାର ପ୍ରଚାର ଚଳାଇଛି। ଏହି ଘଟଣାରୁ ଧ୍ୟାନ ହଟାଇବା ପାଇଁ ବେଜିଂ...

ମଙ୍ଗଳବାର କଶ୍ମୀର ଗସ୍ତରେ ଆସିବେ ୨୮ଜଣିଆ ୟୁରୋପିଆନ୍‌ ପ୍ରତିନିଧି ଦଳ: ମୋଦି-ଡୋଭାଲ୍‌ଙ୍କୁ କଲେ ସାକ୍ଷାତ୍‌

ଶ୍ରୀନଗର,୨୮।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ମଙ୍ଗଳବାର ସ୍ଥିତି ଅନୁଧ୍ୟାନ ପାଇଁ ୨୮ ଜଣିଆ ୟୁରୋପିଆନ୍‌ ପ୍ରତିନିଧି ଦଳ ଆସିବେ। ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ...

ଅମାନତ ହରାଇଲେ ୬୩ କଂଗ୍ରେସ ପ୍ରାର୍ଥୀ

ନୂଆଦିଲ୍ଲୀ,୧୨।୨: ନିର୍ବାଚନରେ କଂଗ୍ରେସକୁ ୫ ପ୍ରତିଶତରୁ କମ୍‌ ଭୋଟ ମିଳିଥିବାବେଳେ ୬୩ ପ୍ରାର୍ଥୀ ଅମାନତ ହରାଇଛନ୍ତି। ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ ଦିଲ୍ଲୀକୁ ୧୫ ବର୍ଷ ଶାସନ...

ବେକାବୁ ହେଉଛି କରୋନା: ୨୪ଘଣ୍ଟାରେ ୧୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୭।୨: ଦେଶର ୬ଟି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ସ୍ଥିତି ବେକାବୁ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୩ ଜଣଙ୍କ ମୃତ୍ୟୁ...

Advertisement
Archives

Model This Week