ଖୋଲା ଆକାଶ ତଳେ ୯ ପରିବାର

ମହାକାଳପଡ଼ା,୪।୧୨ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଜୟନଗର (ଶାସନପଡ଼ା) ଠାରେ ୯ ପରିବାର ଦୀର୍ଘବର୍ଷ ହେବ ଗୋଚର ଜମିକୁ ଜବରଦଖଲ କରି ସ୍ଥାୟୀ ବାସଗୃହ ନିର୍ମାଣ କରି ବସବାସ କରୁଥିଲେ। ଏ ନେଇ ଶାସନପଡ଼ାର କେତେଜଣ ଲୋକ ହାଇକୋର୍ଟରେ ଗୋଚର ଜମିରେ ଗୃହ ନିର୍ମାଣକୁ ବିରୋଧ କରି ୨୦୧୯ ମାମଲା ରୁଜୁ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୯ ପରିବାରର ମୋଟ ୧୫ ଡିସିମିଲ ଜମିକୁ ଉଚ୍ଛେଦ କରିବାକୁ ମହାକାଳପଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତହସିଲଦାର ଜବରଦଖଲରେ ଥିବା ପରିବାରମାନଙ୍କୁ ଏକ ମାସ ପୂର୍ବେ ଉଚ୍ଛେଦ କରିବାକୁ ନୋଟିସ ଦେଇଥିଲେ। ଆଇନ ଅନୁଯାୟୀ, ନୋଟିସ ପାଇଥିବା ପରିବାରକୁ ସମସ୍ତ ଆସବାବପତ୍ର ଖାଲି କରିବାକୁ କୁହାଯାଇଥିଲା। ଶନିବାର ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଉକ୍ତ ସ୍ଥାନରେ ପହଞ୍ଚତ୍ ଡାକବାଜି ଯନ୍ତ୍ର ମାଧ୍ୟମରେ ହାଇକୋର୍ଟଙ୍କ ଆଦ୍ଦେଶନାମା ଘୋଷଣା କରିଥିଲେ। ପରେ କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୨ପ୍ଲାଟୁନ୍‌ ଫୋର୍ସ ସହ ମହାକାଳପଡ଼ା ଥାନା ଅଧିକାରୀ ମହେଶ୍ୱର ସେଠୀ ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ଉଚ୍ଛେଦ ସ୍ଥଳରେ ମୁତୟନ ରହିଥିଲେ। ଜେସିବି ଲଗାଇ ପ୍ରଥମେ ପକ୍କା ଗୃହକୁ ଭଙ୍ଗାଯିବା ପରେ ଚାଳ ଘରକୁ ଉଚ୍ଛେଦ କରାଯାଇଥିଲା।
ସୂଚନାଯୋଗ୍ୟ, ୧୯୮୨ ବାତ୍ୟାରେ ୯ ପରିବାର ନିକଟ ଗୋବରୀ ନଦୀ କୂଳରେ ନିଜସ୍ବ ଜମିରେ ବସବାସ କରୁଥିଲେ। ବାତ୍ୟାରେ ଘରଦ୍ୱାର ସମ୍ପୂର୍ଣ୍ଣ ନଦୀ ଗର୍ଭକୁ ଚାଲିଯିବା ପରେ ଉକ୍ତ ପରିବାର ସବୁ ନିକଟରେ ଥିବା ଗୋଚର ଜମିରେ ଘର କରି ରହି ଆସୁଥିଲେ। ଏହି ପରିବାର ଦୀର୍ଘବର୍ଷ ହେବ ବସବାସ କରି ଆସୁଥିବାବେଳେ ଉକ୍ତ ଗୋଚର ଜମିକୁ ନେଇ ପଡ଼ାରେ ବିବାଦ ଆରମ୍ଭ ହୋଇଥିଲା। ଶନିବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଗୋଚର ଜମିରେ ନିର୍ମାଣ ହୋଇଥିବା ଘର ଦ୍ୱାରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଅପରପକ୍ଷରେ ବାସ ହରାଇ ଥିବା ପରିବାର ସବୁକୁ ସ୍ଥାନୀୟ ପ୍ରଶାସନ ଥଇଥାନ ଗୁରୁତ୍ୱ ନ ଦେଇ ଗୃହ ଭାଙ୍ଗି ଦେଇଛି। ବାସଚ୍ୟୁତ ପରିବାର ସବୁ ଖୋଲା ଆକାଶ ତଳେ ଶୀତ ରାତିରେ କେଉଁଠି ମୁଣ୍ଡ ଗୁଞ୍ଜିବେ ରାହା ଖୋଜୁଛନ୍ତି। ଉଚ୍ଛେଦରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରୀ ପ୍ରତୀକ୍ଷା ଦାସ କୁହନ୍ତି, ପ୍ରଶାସନ ଆମ ଘର ଭାଙ୍ଗି ଦେଲା। ଆମେ କାଲିଠାରୁ ଉପବାସରେ ଅଛୁ। ମୋର ପରୀକ୍ଷା ସାହିତ୍ୟ ଥିଲା। ଘର ଭଙ୍ଗା ଯିବାରୁ ପରୀକ୍ଷା ଦେଇ ପାରିଲିନାହିଁ। ବହିପତ୍ର ସବୁ ମାଟି ତଳେ ଚାପି ହୋଇରହିଛି। କେମିତି ମୁଁ ପଢିବି ବୋଲି ସେ କହିଛନ୍ତି। ଭିନ୍ନକ୍ଷମ ସରସ୍ବତୀ ଜେନା (୮୦) କହିଛନ୍ତି, ଶନିବାର ବିଶ୍ୱ ପାଳନ କରୁଛି ଭିନ୍ନକ୍ଷମ ଦିବସ। ଭିନ୍ନକ୍ଷମଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଯାଉଛି, ସେତେବେଳେ ପ୍ରଶାସନ ଘର ଭାଙ୍ଗି ଦେଇଛି। ଛୋଟିଆ ପଲା ମାରି ମୁଣ୍ଡ ଗୁଞ୍ଜୁ ଥିଲି। ଆଣ୍ଠେଇ ଆଣ୍ଠେଇ ବଡ଼ବାବୁଙ୍କୁ ନେହୁରା ହେଲି, ଗୋଡ ତଳେ ପଡ଼ିଲି, ମୋ ଦୁଃଖ କେହି ବୁଝିଲେ ନାହିଁ। କେମିତି ଚଳିବି ସେହି ଚିନ୍ତା ଏବେ ଘାରିଛି। ତେବେ ବାସ ହରାଇ ଥିବା ପରିବାର ହେଲେ ରମାକାନ୍ତ ତ୍ରିପାଠୀ, ମନ୍ମଥ କୁମାର ତ୍ରିପାଠୀ, ସୁଶାନ୍ତ କୁମାର ତ୍ରିପାଠୀ, ସୋମନାଥ ତ୍ରିପାଠୀ, ସୁଧାଂଶୁ ଭୁଷଣ ନନ୍ଦ, ସରସ୍ବତୀ ଜେନା, ଓମ୍‌ ପ୍ରକାଶ ଦାସ, ପ୍ରଶାନ୍ତ କୁମାର ଦାସ, ସୁମିତ୍ରା ଜେନା।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri