ସ୍ବପ୍ନରେ ସୀମିତ ୮୭୫ ଏକରରେ ବିଦ୍ୟୁତ୍‌ ପ୍ଲାଣ୍ଟ

କେନ୍ଦ୍ରାପଡ଼ା ଅଫିସ, ୪।୧୨: ଭୁବନେଶ୍ୱରସ୍ଥ ଜନତା ମଇଦାନରେ ମେକ୍‌ଇନ ଓଡ଼ିଶା କନକ୍ଲେଭ ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଚାଲିଛି। ଏହି କନ୍‌କେଲଭରେ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲାର ଆର୍ଥିକ ଭିତ୍ତିଭୂମି ସୁଦୃଢ଼ ପାଇଁ କୌଣସି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇନାହିଁ। ଯାହା ଜିଲାବାସୀ କୌଣସି ଫାଇଦା ମିଳି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ଜନ ଅଧିକାର ଅଭିଯାନର ସଭାପତି ଭୂବନମୋହନ ଜେନା, ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ଯୁବ ନେତା ରାକେଶ ମହାନ୍ତି, ସାମଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ଆଳୟ ସାମନ୍ତରାୟ ପ୍ରମୁଖ କହିଛନ୍ତି, ଗତ ୨ ତାରିଖରେ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ୱାରି ଗ୍ରୁପ ପକ୍ଷରୁ ଢ଼େଙ୍କାନାଳ ଜିଲାରେ ଏକ ମେଗା ସୌର ପ୍ୟାନେଲ ପ୍ରକଳ୍ପ ନିର୍ମାଣ ହେବ ବୋଲି ଘୋଷଣା ହୋଇଛି। ଏଥିପାଇଁ ରାଜ୍ୟ ସରକାର ଏହି ଗ୍ରୁପ ସିଇଓଙ୍କ ସହିତ ବୁଝାମଣା ପତ୍ର (ଏମ୍‌ଓୟୁ)ରେ ସ୍ବାକ୍ଷର କରିଛନ୍ତି। ଏଠାରେ ଗ୍ରୁପର ସିଇଓ ବିବେକ ଶ୍ରୀବାସ୍ତବ କହିଛନ୍ତି ଯେ, ବିଶ୍ୱର ବୃହତ୍‌ ସମନ୍ବିତ ସୌର ପ୍ୟାନେଲ କାରଖାନା ଏଠାରେ ନିର୍ମିତ ହେବ। ଯାହାର ୧୦ ହଜାର ମେଗାୱାଟ ବିଦ୍ୟୁତ୍‌ ଉପତ୍ାଦନ କ୍ଷମତା ରହିବ। ୯୦୦ ହେକ୍ଟର ଜମି ଉପରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରାୟ ୧୪ ହଜାର ପ୍ରତ୍ୟେକ୍ଷ ଓ ୨୫ ହଜାର ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିବ। ରାଜ୍ୟ ସରକାରଙ୍କ ଏହି ଏମ୍‌ଓୟୁ କେନ୍ଦ୍ରାପଡ଼ା ଜିଲାର ୧୧ ବର୍ଷ ତଳର ସ୍ବପ୍ନକୁ ଧୁଳିସାତ କରିଦେଇଛି। ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ପାଇଁ ମହାକାଳପଡ଼ା ବ୍ଲକ ଅଞ୍ଚଳର ଅଧିଗ୍ରହଣ ହୋଇଥିବା ୮୭୫ ଏକର ଜମି ଏବେ ସୁଦ୍ଧା ପଡିଆ ପଡିଛି। ୫୦ ଏକର ଜମି ଉପରେ ସହରାଞ୍ଚଳ ଗଢ଼ି ଉଠୁଥିବା ସ୍ବପ୍ନରେ ଭଟ୍ଟା ପଡିଛି। ୨୦୧୧ ମସିହାରେ ଜିଲାର ମହାକାଳପଡ଼ା ତହସିଲ ଅଞ୍ଚଳରେ ଦୁଇଟି ୬୬୦ ମେଗାୱାଟ ବିଶିଷ୍ଟ ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ହେବ ବୋଲି ରାଜ୍ୟ ସରକାର ଜିଲାବାସୀଙ୍କୁ ସ୍ବପ୍ନ ଦେଖାଇଥିଲେ। ସେହିବର୍ଷ ଜାନୁୟାରୀ ୩ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶକ୍ତି ସଚିବ ଓ ଚେନ୍ନାଇସ୍ଥିତ ମେସର୍ସ ଏସପିଆଇ ପୋର୍ଟ ପ୍ରାଇଭେଟ ଲିମିଟେଡ (ଏସ୍‌ପିଆଇପିଏଲ)ର ନିର୍ଦ୍ଦେଶକଙ୍କ ମଧ୍ୟରେ କମ୍ପାନୀ ଧାରା ୧୯୫୬ ଅନୁଯାୟୀ ଏକ ଏମ୍‌ଓୟୁ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ମହାକାଳପଡ଼ା ତହସିଲ ଅନ୍ତର୍ଗତ ଅଳାଇଲୋ, ବିଲିପଡା, ନଛିପଡା ଓ ନିୟାମତପୁର ରାଜସ୍ବ ଗ୍ରାମର ୮୭୫ ଏକର ଜମି ଜିଲା ପ୍ରଶାସନ ଅଧିଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ୮୪୦ ଏକରୁ ଊର୍ଦ୍ଧ୍ୱ ଜମିରେ ଚାଷ ହେଉଥିଲା। ଜମି ଅଧିଗ୍ରହଣ ପରେ ଏହା ପଡିଆ ପଡିଛି। ପାୱାର ପ୍ଲାଣ୍ଟ ପ୍ରକଳ୍ପ ଅନୁଯାୟୀ, ଅଧିଗ୍ରହଣ ଜମିରେ ୫୬୫ ଏକର ଜମି ପ୍ଲାଣ୍ଟ ପାଇଁ ଉପଯୋଗ କରିବାକୁ ଥିବା ବେଳେ ୧୨୫ ଏକର ଜମି ରେଳପଥ, ପାଣି ପାଇପ ଲାଇନ ବିଛାଇବାରେ ବିନିଯୋଗ ହୋଇଥାନ୍ତା। ଅବଶିଷ୍ଠ ଜମିରୁ ୫୦ ଏକର ଜମି ଉପରେ ସହରାଞ୍ଚଳ ଓ ୨୬୦ ଏକର ଜମିରେ ସବୁଜ ବଳୟ ସୃଷ୍ଟି କରାଯାଇଥାନ୍ତା। ତେବେ ୨୦୧୬ ଜାନୁୟାରୀ ୩ରୁ ଏମ୍‌ଓୟୁ ଅବଧି ସରି ଯାଇଥିବାବେଳେ ଜିଲାବାସୀଙ୍କ ଶିଳ୍ପ ସ୍ବପ୍ନ ଅଧୁରା ରହିଛି। ଅପରପକ୍ଷରେ ଢ଼େଙ୍କାନାଳରେ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ କେନ୍ଦ୍ରପଡ଼ାରେ ୮୭୫ ଏକର ଜମି ଅଧିଗ୍ରହଣ ସରିଛି। ସେହିପରି ଗତ ୨ବର୍ଷ ଧରି ହରିଦାସପୁର- ପାରାଦୀପ ବ୍ରଡଗେଜ ଲାଇନରେ ପଣ୍ୟବାହୀ ରେଳ ଚଳାଚଳ କରୁଛି। ଭିତ୍ତିଭୂମୀ ପ୍ରସ୍ତୁତି ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାକୁ ଅଣଦେଖା କରିବା ରାଜ୍ୟ ସରକାରଙ୍କ ପାଇଁ ଆଗାମୀଦିନରେ ଜିଲାବାସୀ ନିଶ୍ଚିତ ପ୍ରଶ୍ନ କରିବେ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?