Posted inଜାତୀୟ

ଦେଶରେ ଦିନକୁ ୮୬ ବଳାତ୍କାର

ନୂଆଦିଲ୍ଲୀ,୧।୯: ଭାରତରେ ୨୦୨୧ରେ ଦୈନିକ ହାରାହାରି ୮୬ ବଳାତ୍କାର ଘଟଣା ଘଟିଥିବାବେଳେ ମହିଳାମାନଙ୍କ ପ୍ରତି ଅପରାଧ ମାମଲା ସଂଖ୍ୟା ଘଣ୍ଟାକୁ ପାଖାପାଖି ୪୯ ରହିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି। ୨୦୨୧ରେ ଦେଶରେ ମୋଟ ୩୧,୬୭୭ ବଳାତ୍କାର ମାମଲା ରୁଜୁ ହୋଇଛି। ଏହା ପୂର୍ବବର୍ଷ ଅର୍ଥାତ୍‌ ୨୦୨୦ରେ ବଳାତ୍କାର ମାମଲା ସଂଖ୍ୟା ୨୮,୦୪୬ ଥିବାବେଳେ ୨୦୧୯ରେ ୩୨,୦୩୩ ଥିଲା। ବଳାତ୍କାରରେ ରାଜସ୍ଥାନ ଶୀର୍ଷରେ ରହିଛି। ସେଠାରେ ସର୍ବାଧିକ ୬,୩୩୭ ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୨,୯୪୭, ମହାରାଷ୍ଟ୍ରରେ ୨,୪୯୬, ଉତ୍ତରପ୍ରଦେଶରେ ୨,୮୪୫ ଏବଂ ଦିଲ୍ଲୀରେ ୧,୨୫୦ ମାମଲା ରୁଜୁ ହୋଇଛି।
ରିପୋର୍ଟ ଅନୁଯାୟୀ ୨୦୨୧ରେ ଭାରତରେ ମୋଟ ୪,୨୮,୨୭୮ଟି ମହିଳା ବିରୋଧୀ ଅପରାଧ ଘଟଣା ଘଟିଛି। ପୂର୍ବ ବର୍ଷରେ ଏଭଳି ଅପରାଧ ସଂଖ୍ୟା ୩,୭୧,୫୦୩ ରହିଥିଲା। ଗତବର୍ଷ ବଳାତ୍କାର କିମ୍ବା ଗଣବଳାତ୍କାର ସହ ହତ୍ୟା ମାମଲା ସଂଖ୍ୟା ୨୮୪ ଥିବାବେଳେ ଏଥିରେ ୨୯୪ ମହିଳାଙ୍କ ଜୀବନ ଯାଇଥିଲା। ଓଡ଼ିଶାରେ ୧୨ ମହିଳାଙ୍କ ପ୍ରତି ବଳାତ୍କାର ଓ ହତ୍ୟା ଅପରାଧ ଘଟିଥିଲା। ସେହିପରି ୨୦୨୧ରେ ଦେଶରେ ଏସିଡ୍‌ ଆକ୍ରମଣ ମାମଲା ସଂଖ୍ୟା ୧୦୨ ଥିବାବେଳେ ପୀଡ଼ିତାଙ୍କ ସଂଖ୍ୟା ୧୦୭ ରହିଛି। ଆମ ରାଜ୍ୟରେ ଏହି ମାମଲା ସଂଖ୍ୟା ୩ ଓ ପୀଡ଼ିତାଙ୍କ ସଂଖ୍ୟା ୩ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ମାନବ ଚାଲାଣ ମାମଲା ସଂଖ୍ୟା ଗତବର୍ଷ ୯୧୪ ଥିଲା ଓ ଏଥିରେ ୧,୫୮୦ ଜଣଙ୍କୁ ଚାଲାଣ କରାଯାଇଥିଲା। ଓଡ଼ିଶାରେ ଏହି ସମୟ ମଧ୍ୟରେ ୯୩ ମାମଲାରେ ୯୭ ଜଣ ଚାଲାଣ ହୋଇଥିଲେ। କେବଳ ବଳାତ୍କାର ମାମଲାକୁ ଦେଖିଲେ ଦେଶରେ ଗତବର୍ଷ ୩୧,୬୭୭ ମାମଲାରେ ମୋଟ ୩୧,୮୭୮ ଜଣ ପୀଡ଼ିତା ହୋଇଥିଲେ। ସେହିପରି ଓଡ଼ିଶାରେ ୧,୪୫୬ ବଳାତ୍କାର ମାମଲାରେ ୧,୪୫୬ ମହିଳା ଅପରାଧର ଶିକାର ହୋଇଥିଲେ ବୋଲି ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି।

 

ଦୈନିକ ୧୧ରୁ ଊର୍ଦ୍ଧ୍ୱ ଅପହରଣ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ଅନୁଯାୟୀ, ଗତବର୍ଷ ଦିନକୁ ୧୧ରୁ ଊର୍ଦ୍ଧ୍ୱ ଅପହରଣ ଘଟଣା ଘଟିଛି। ଅପହରଣ ହାରରେ ଦିଲ୍ଲୀ ସର୍ବାଗ୍ରେ ରହିଛି। ୨୦୨୧ରେ ମୋଟ ୧,୦୧,୭୦୭ ଅପହରଣ ମାମଲା ରୁଜୁ ହୋଇଛି, ଯେଉଁଥିରେ ୧,୦୪,୧୪୯ ଜଣ ଅପହରଣର ଶିକାର ହୋଇଥିଲେ। ଏହା ପୂର୍ବବର୍ଷ ତୁଳନାରେ ୧୯.୯ ପ୍ରତିଶତ ଅଧିକ। ୨୦୨୦ରେ ଦେଶରେ ଅପହରଣ ମାମଲା ସଂଖ୍ୟା ୮୪,୮୦୫ ରହିଥିଲା। ୨୦୧୯ରେ ଅପହରଣ ମାମଲା ସଂଖ୍ୟା ୧,୦୫,୦୩୬ ଥିଲା।
୨୦୨୧ରେ ମୋଟ ଅପହୃତଙ୍କ ମଧ୍ୟରୁ ୧୭,୬୦୫ ପୁରୁଷ ହୋଇଥିବାବେଳେ ୮୬,୫୪୩ ମହିଳା ଏବଂ ଜଣେ କିନ୍ନର ଅଛନ୍ତି। ସେହିପରି ମୋଟ ଅପହୃତଙ୍କ ମଧ୍ୟରୁ ୬୯,୦୧୪ ଜଣ ନାବାଳକ ହୋଇଥିବାବେଳେ ୩୫,୧୩୫ ଜଣ ସାବାଳକ। ଅପହରଣରେ ଉତ୍ତରପ୍ରଦେଶ ସର୍ବାଗ୍ରେ ରହିଛି। ସେଠାରେ ଗତବର୍ଷ ୧୪,୫୫୪ ମାମଲାରେ ୧୪,୭୧୪ ଜଣ ଅପହରଣର ଶିକର ହୋଇଛନ୍ତି। ଏହା ପଛକୁ ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛି। ଦିଲ୍ଲୀରେ ଗତବର୍ଷ ୫,୫୨୭ ମାମଲାରେ ୫,୮୮୮ ଜଣ ଅପହୃତ ହୋଇଛନ୍ତି।
ଓଡ଼ିଶାରେ ଗତବର୍ଷ ୫,୬୨୫ ଅପହରଣ ମାମଲା ଘଟିଛି। ୨୦୨୦ରେ ଏହି ମାମଲା ସଂଖ୍ୟା ୪,୧୭୯ ଥିବାବେଳେ ୨୦୧୯ରେ ୪,୭୪୮ ରହିଥିଲା। ରାଜ୍ୟରେ ୨୦୨୧ରେ ୧୮ ବର୍ଷରୁ କମ୍‌ ୫,୧୯୨ ଅପହରଣ ମାମଲା ଘଟିଛି। ସେଥିରୁ ୪୦୭ ପୁଅ ହୋଇଥିବାବେଳେ ୪,୭୮୫ ଜଣ ହେଉଛନ୍ତି ଝିଅ। ସେହିପରି ୧୮ ବର୍ଷରୁ ଊର୍ଦ୍ଧ୍ୱ ମୋଟ ୪୩୮ ଜଣ ଅପହରଣର ଶିକାର ହୋଇଛନ୍ତି। ସେଥିରେ ପୁରୁଷ ୪୫ ଜଣ ହୋଇଥିବାବେଳ ମହିଳାଙ୍କ ସଂଖ୍ୟା ୩୯୩ ରହିଛି। ମୋଟ ଅପହୃତଙ୍କ ମଧ୍ୟରୁ ୫,୪୨୧ ଜଣଙ୍କୁ ଊଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ପୁରୁଷ ୪୩୫ ହୋଇଥିବାବେଳେ ମହିଳାଙ୍କ ସଂଖ୍ୟା ୪,୯୮୬ ବୋଲି ଏନ୍‌ସିଆର୍‌ବି ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?