୮୧ ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ନମୁନା ଦେଲେଣି ୮୪ ଜଣ

ଭୁବନେଶ୍ୱର,୨୫।୬(ଅଭିଜିତ ଦାସ)ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ରବିବାର ୨୨ଦିନ ବିତିଯାଇଲେ ମଧ୍ୟ ଏବେ ସୁଦ୍ଧା ୮୧ ମୃତଦେହ ଚିହ୍ନଟ ହୋଇପାରିନାହିଁ। ବର୍ତ୍ତମାନ ସମସ୍ତ ମୃତଦେହକୁ ଏମ୍‌ସ ପରିସରରେ ୩ଟି କଣ୍ଟେନର ମଧ୍ୟରେ ସଂରକ୍ଷଣ କରି ରଖାଯାଇଛି। ମୃତଦେହ ଚିହ୍ନଟର ଶେଷ ବିକଳ୍ପ ଭାବେ ଡିଏନ୍‌ଏ ଟେଷ୍ଟ ପ୍ରକ୍ରିୟା ଚାଲିଛି। ଏପରିସ୍ଥିତିରେ ଦାବିଦାରଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ପରିବାର ଲୋକେ ମୃତଦେହ ନେବାଲାଗି ଅପେକ୍ଷା କରି ରହିଥିବାବେଳେ ଡିଏନ୍‌ଏ ରିପୋର୍ଟକୁ ନେଇ ବିଳମ୍ବ ହେଉଥିବାରୁ ବିବାଦ ବଢୁଛି।
ଗତ ଜୁନ୍‌ ୨ ରାତିରେ ଘଟିଥିବା ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଚିହ୍ନଟ ଓ ହସ୍ତାନ୍ତର ଲାଗି ବିଭିନ୍ନ ପର୍ଯ୍ୟାୟରେ ୧୬୨ଟି ମୃତଦେହ ଏମ୍‌ସ ପରିସରକୁ ଅଣାଯାଇଥିବାବେଳେ ୮୧ ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବାକି ୮୧ଟି ମୃତଦେହଗୁଡିକୁ ହସ୍ତାନ୍ତର ପ୍ରକ୍ରିୟାବେଳେ ଦାବିଦାରଙ୍କ ସଂଖ୍ୟା ବଢିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ତେଣୁ ଶେଷ ବିକଳ୍ପ ଭାବେ ଡିଏନ୍‌ଏ ପଦ୍ଧତିକୁ ଆପଣା ଯାଇ ଡିଏନ୍‌ଏ ନମୁନା ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଘଟଣାର ୨୨ଦିନ ପରେ ବି ମଧ୍ୟ ଦାବିଦାର ମାନେ ଏମ୍‌ସ ପରିସରରେ ଡିଏନ୍‌ଏ ନମୁନା ଦେଉଛନ୍ତି, ଯାହାକି ବର୍ତ୍ତମାନ ସମୟରେ ଏମ୍‌ସ କର୍ତ୍ତୁପକ୍ଷଙ୍କ ଲାଗି ଚିନ୍ତାର ବିଷୟ ପାଲଟିଛି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୂର୍ବରୁ ମୃତକଙ୍କ ପରିବାର ଲୋକଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୯ଟି ନମୁନା ଡିଏନ୍‌ଏ ଟେଷ୍ଟିଂ ନିମନ୍ତେ ଦିଲ୍ଲୀ ପଠାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪୯ଟି ପଠାଯାଇଥିଲା। ଇତିମଧ୍ୟରେ ଗତ ଦୁଇ ଦିନମଧ୍ୟରେ ପୁଣି ୬ଟି ନମୁନା ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯାଇଛି। ଗୋଟାଏ ପଟେ ଦାବିଦାରଙ୍କ ସଂଖ୍ୟା ବଢୁଥିବାବେଳେ ଅନ୍ୟପଟେ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଏବେ ମୃତଦେହ ମିଳିବାକୁ ନେଇ ଆଶଙ୍କାରେ ମୃତକଙ୍କ ପରିବାର ଲୋକେ।
ଏନେଇ ଏମ୍‌ସ ସୁପରିଣ୍ଟେଣ୍ଡେଣ୍ଟ ତଥା ଆନାଟୋମି ବିଭାଗର ପ୍ରଫେସର ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି, ବର୍ତ୍ତମାନ କଣ୍ଟେନରରେ ୮୧ଟି ମୃତଦେହ ଥିବାବେଳେ ୮୪ ଜଣ ଦାବିଦାରଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇଛି। ଆଗକୁ ମଧ୍ୟ ଡିଏନ୍‌ଏ ନମୁନା ସଂଖ୍ୟା ବଢିପାରେ। ସମସ୍ତ ଡିଏନ୍‌ଏ ନମୁନାଗୁଡିକ ଟେଷ୍ଟିଂ ନିମନ୍ତେ ଦିଲ୍ଲୀ ପଠାଯାଇଛି। ସାଧାରଣତଃ ଡିଏନ୍‌ଏ ଟେଷ୍ଟିଂରେ ଏକମାସ କିମ୍ବା ଅଧିକ ସମୟ ଲାଗିଥାଏ। କିନ୍ତୁ ଏଠାରେ ଗୋଟାଏ ମୃତ ଲାଗି ୪ରୁ ୫ଟି ପରିବାର ଦାବିଦାର ଅଛନ୍ତି। ରିପୋର୍ଟ ଆସିଲେ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଉଭୟ ରାଜ୍ୟ ସରକାର ଓ ରେଳ ବିଭାଗ ତରଫରୁ ଦାବିଦାରଙ୍କ ମୃତଦେହକୁ ସେମାନଙ୍କ ଠିକଣା ସ୍ଥାନରେ ପହଞ୍ଚାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri