କେବଳ ବାହୁସ୍ଫୋଟ

୨୦୧୯ ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପ୍ରଧାନମନ୍ତ୍ରୀଙ୍କୁ ଅଧିକ ଶକ୍ତିଶାଳୀ କରିଦେଲା। ଫଳରେ ସେ ଅନେକ ସିଦ୍ଧାନ୍ତଗତ ସୁଧାର ଆରମ୍ଭ କରିଦେଲେ। ଅନୁଚ୍ଛେଦ ୩୭୦ ଉଚ୍ଛେଦ, ନାଗରିକତ୍ୱ ଆଇନ ଏବଂ ମୁସଲମାନ ଛାଡ଼ପତ୍ରର ଅପରାଧକରଣ ଆଇନ କେନ୍ଦ୍ର ଓ ଭାଜପା ଶାସିତ ରାଜ୍ୟଗୁଡ଼ିକ ଦ୍ୱାରା ଅଣାଗଲା। ସେହିଭଳି ଆନ୍ତଃଧର୍ମୀୟ ବିବାହର ଅପରାଧକରଣ ଏବଂ ଗୋମାଂସ ଓ ହିଜାବ ଭଳି ବିଷୟଗୁଡ଼ିକ ଉପରେ ମଧ୍ୟ ଆଇନ ଆସିଲା। ପାଖାପାଖି ସେହି ସମାନ ସମୟରେ ଅଯୋଧ୍ୟା ରାୟ ପ୍ରକାଶ ପାଇଥିଲା। ଡିସେମ୍ବର ୨୦୧୯ ଥିଲା ସବୁଠୁ ସଫଳତାର ସମୟ, କାରଣ ଏତିକିବେଳେ ଏନ୍‌ଆର୍‌ସି ଓ ସିଏଏ ଲାଗୁ କରିବାରେ କୌଣସି ବିରୋଧ ପ୍ରକାଶ ପାଇ ନ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ପ୍ରଧାନମନ୍ତ୍ରୀଙ୍କ ପାଇଁ ଲଗାତର ବିପରୀତ ପ୍ରତିକ୍ରିୟା ସବୁ ସାମ୍ନାକୁ ଆସିଲା। ଦେଶବ୍ୟାପୀ ପ୍ରତିବାଦ ଯୋଗୁ ଏନଆର୍‌ସି ଓ ସିଏଏ ବନ୍ଦ ହୋଇଗଲା। ଏହା ଭାଜପାର ଇସ୍ତାହାରରେ ରହିଥିଲେ ମଧ୍ୟ ସାଢେ ୩ ବର୍ଷ ପରେ କାର୍ଯ୍ୟକାରୀ ହୋଇପାରିନାହିଁ। ଏଥିପାଇଁ ଜନଗଣନା ବି ବନ୍ଦ ହୋଇଛି। ଲଦାଖରେ ନିର୍ଭୀକତା ବଦଳରେ କୂଟନୀତିକୁ ପସନ୍ଦ କରାଗଲା (ଯାହା ନେହେରୁଙ୍କ ବିପରୀତ)। କଶ୍ମୀର ଅବିଭକ୍ତ ଭାରତର ଏକ ମାତ୍ର ଅଂଶ ଭାବେ ସେଠାରେ ଏବେ ଗଣତାନ୍ତ୍ରିକ ଶାସନ ନାହିଁ। ଭଲ ଶାସନର ଅଭାବ ମଣିପୁର ଘଟଣାରୁ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଛି। କେତୋଟି ଦେଶ କୋଭିଡ୍‌ର ଦ୍ୱିତୀୟ ଲହର ବିପର୍ଯ୍ୟୟକୁ ଦେଖିଲା ଏବଂ ଭାରତରେ ଶଶ୍ମାନରେ ଭିଡ ବିଶ୍ୱସ୍ତରୀୟ ଖବର ହୋଇଗଲା। ମହାମାରୀ ସମୟରେ ବିନା ବିତର୍କରେ କୃଷି ଆଇନ ପାସ୍‌ କରାଗଲା। ପରେ କୃଷକ ଆନ୍ଦୋଳନ ଯୋଗୁ କ୍ଷମା ମାଗିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ସରକାର ବାଧ୍ୟ ହୋଇଥିଲେ। ଏହା ସତ୍ୟ ଯେ, ବିପରୀତ ପ୍ରତିକ୍ରିୟା ଦେଖାଦେବା ସମୟରୁ ଆଉ କୌଣସି ନୂଆ ଚମତ୍କାରିତା ପ୍ରକାଶ ପାଇ ନ ଥିତ୍ଲେ ବି ଏବେ ୟୁନିଫର୍ମ ସିଭିଲ କୋଡ୍‌( ୟୁସିସି) ବା ଏକକ ନାଗରିକ ସଂହିତା କଥା କୁହାଯାଉଛି ଏବଂ ୨୦୨୪ ନିର୍ବାଚନର ଏହାକୁ ଏକ ମୁଖ୍ୟ ପ୍ରସଙ୍ଗ କରିବାକୁ ଭାଜପା ଆଗକୁ ବଢୁଛି। କଶ୍ମୀର ଓ ଏନ୍‌ଆର୍‌ସି ଭଳି ଏହାକୁ ପାର୍ଟି ଇସ୍ତାହାରରେ ରଖାଯାଇଛି। ଭାଜପା ବିଶ୍ୱାସ କରେ, ଯେତେବେଳ ଯାଏ ଏକକ ନାଗରିକ ସଂହିତାକୁ ନ ଆପଣାଇଛି ସେତେବେଳ ପର୍ଯ୍ୟନ୍ତ ଲିଙ୍ଗଗତ ସମାନତା ଆସିପାରିବ ନାହିଁ। ଭାଜପା ସର୍ବୋତ୍ତମ ପରମ୍ପରାକୁ ଆପଣାଇ ଏବକାର ଆଧୁନିକ ସମୟ ସହ ଏହାର ତାଳମେଳ ରଖି ଏକକ ନାଗରିକ ସଂହିତା ଉପରେ ଚିଠା ପ୍ରସ୍ତୁତ କରିବା ମତକୁ ଦୋହରାଉଛି। ନିକଟରେ ଭାଜପା କର୍ନାଟକରେ ଇସ୍ତାହାରରେ ଏହାକୁ ସାମିଲ କରିଥିଲା। କିନ୍ତୁ ଏହାର ଆକର୍ଷଣ ଦେଖାଯାଇ ନ ଥିଲା। ୟୁସିସି ହେଲେ କେବଳ ଗୋଟିଏ ଗୋଷ୍ଠୀ ଉତ୍ତରାଧିକାର, ପୋଷ୍ୟ ଗ୍ରହଣ, ବିବାହ ଓ ଛାଡ଼ପତ୍ର ଉପରେ ବ୍ୟକ୍ତିଗତ ଆଇନକୁ ଦେଖିବେ ତାହା ନୁହେଁ, ବରଂ ସବୁ ଗୋଷ୍ଠୀ ଏହା ସାମ୍ନା କରିବେ।
ଏନ୍‌ଡିଏର ଲୋକ ସଭାରେ ୩୫୦ ଓ ରାଜ୍ୟ ସଭାରେ ୧୦୦ ସଦସ୍ୟ ଅଛନ୍ତି। ଯଦି ଏହାର ୟୁସିସି ଉପରେ ଡ୍ରାଫ୍ଟ ବିଲ୍‌ ଅଛି ତେବେ ଏହାକୁ ଉପସ୍ଥାପନ କରି ପାସ୍‌ କରିନେବା ଉଚିତ। କିନ୍ତୁ କ୍ଷମତାରେ ଥିବାବେଳେ ୟୁସିସି ସମ୍ପର୍କରେ କେବଳ ଗପିବା ବା ବାହୁସ୍ଫୋଟ ମାରିବା ହିଁ ସମୟ ନଷ୍ଟ ମାତ୍ର। ତେବେ ଆହୁରି ଏକ ବଡ଼ ସମସ୍ୟା ଅଛି। ମୋଦିଙ୍କ ଦ୍ୱିତୀୟ ପାଳିରେ ଏ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ଜିଡିପି ଅଭିବୃଦ୍ଧି ହାର ୪% ତଳେ ରହିଛି। କୋଭିଡ୍‌କୁ କେବଳ ଏଥିପାଇଁ ଦାୟୀ କରାଯାଉଛି। କିନ୍ତୁ ଦେଖିବାକୁ ଗଲେ ଏବେ ଯେଉଁ କାରଣ ପାଇଁ ଅର୍ଥ ବ୍ୟବସ୍ଥା ମାନ୍ଦା ରହୁଛି ମହାମାରୀ ପୂର୍ବରୁ ମଧ୍ୟ ସମାନ କାରଣ ଲାଗି ଏହା ଧିମା ଥିଲା। ମୁଖ୍ୟତଃ ଘରୋଇ ନିବେଶର ଅଭାବ, ମାନ୍ଦା ଘରୋଇ ବ୍ୟୟ ଓ ରପ୍ତାନିରେ ମାନ୍ଦାବସ୍ଥା ଯୋଗୁ ଏହା ଘଟିଥିଲା। ବେରୋଜଗାର ୭%ରୁ ଅଧିକ ଅଛି ଓ ଶ୍ରମ ଭାଗୀଦାରି ୩୦ ବର୍ଷ ପୂର୍ବେ ଯାହା ଥିଲା ଏବେ ତାହା (୪୦%) ସେମିତି ଅଛି। ଏହିସବୁ ବିଷୟ ଏକକ ନାଗରିକ ସଂହିତା ଦ୍ୱାରା ସମାଧାନ ହେବ ନାହିଁ, ଯେମିତି ଏକ ନୂଆ ମନ୍ଦିର, ପ୍ରତିମୂର୍ତ୍ତି, କଶ୍ମୀରର ସ୍ଥିତାବସ୍ଥାରେ ପରିବର୍ତ୍ତନ କିମ୍ବା ଆଇନ ମାଧ୍ୟମରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦ୍ୱାରା ହୋଇପାରି ନ ଥିଲା। ବୃହତ୍‌ ସମସ୍ୟାଗୁଡ଼ିକ ସେମିତି ରହିବ। ୟୁସିସି ବା କ’ଣ କରିବ। ୟୁସିସିକୁ ଝୁଲାଇ ରଖିବାରେ କ’ଣ ଲାଭ ହେବ। ରାଜନୀତି ଉପରେ ଅଧିକ ଧ୍ୟାନ ଦେବା ଏବଂ ଅର୍ଥ ବ୍ୟବସ୍ଥା, ଲଦାଖ, ମଣିପୁର ଓ କଶ୍ମୀରରୁ ଗଣମାଧ୍ୟମକୁ ଦୂରେଇ ନେବା ବଦଳରେ କ’ଣ ବା ଅଧିକ ହୋଇପାରିବ। ଭାରତୀୟ ଗଣତନ୍ତ୍ରର ମୁଖ୍ୟ ପ୍ରସଙ୍ଗ କ’ଣ ହେବା ଉଚିତ ତାହାକୁ ନେଇ ଏକ ପିଢ଼ି ଗଢ଼ିଉଠିବାବେଳେ ତାହା ଶେଷରେ ଅଯୋଧ୍ୟା ବିବାଦ ଉପରେ କେନ୍ଦ୍ରିତ ହେଲା। ଅଯୋଧ୍ୟା ଉପରେ ଜାତୀୟ ଶକ୍ତିର ସିଂହଭାଗ ଲାଗିଗଲା ଓ ଏଥିରେ ଦେଶ ଦୁର୍ବଳ ହୋଇଗଲା। ଏହି ସମୟରେ ଦେଶ ଉଦାରବାଦ ଏବଂ ଜାତିଭିତ୍ତିକ ସଂରକ୍ଷଣ ବୃଦ୍ଧିକୁ ଦେଖିଥିଲେ ବି ତାହା ସାମାନ୍ୟ ଥିଲା ଓ ଗ୍ରହଣୀୟ ହୋଇଥିଲା। କିନ୍ତୁ ସାମ୍ପ୍ରଦାୟିକ ବିଷୟ ଲାଗି ରହିଲା।
ଏକକ ନାଗରିକ ସଂହିତା ଉପରେ ରାଜନୈତିକ ଓ ସିଭିଲ ସୋସାଇଟିର ବିରୋଧରୁ ଆରମ୍ଭ କରି କୋର୍ଟରେ ମକଦ୍ଦମା ଯାଏ, ଭାଜପାକୁ ମୁକାବିଲା କରିବାକୁ ଅନେକ ବାଟ ରହିବ ଓ ଏସବୁ ବୈଧ। ଏବେ ୟୁସିସି କରି ଅନ୍ୟ କ୍ଷେତ୍ରରେ ଥିବା ସମସ୍ୟା ଓ ବିଫଳତାକୁ କିଭଳି ଭାଜପା ସମାଧାନ କରିିବ। କୌଣସିଟିକୁ ବି ସମାଧାନ କରିବାର ସମ୍ଭାବନା ନାହିଁ। ଯାହା କେବଳ ବାକ୍‌ପଟୁତା ଦେଖାଇବ। ୟୁସିସି ଚିଠା ବିଧେୟକ ଦେଖାଅ ଓ ଆଗକୁ ବଢ଼। ଯଦି ଏହା ହେବାର ଅଛି ତେବେ ଏହା ଉପରେ ସଂସଦକୁ ବିଚାର କରିବାକୁ ଦିଆଯାଉ। କିନ୍ତୁ ଗଣମାଧ୍ୟମ ଉପରେ ଥିବା ଭାଜପାର ପୂର୍ଣ୍ଣ ନିୟନ୍ତ୍ରଣକୁ ବ୍ୟବହାର କରି ଏହାକୁ ବଢାଇବ। ଏହା ବ୍ୟତୀତ ଅତୀତରେ ଅନ୍ୟ ପ୍ରସଙ୍ଗରେ ଯେଭଳି ସାମାଜିକ ଓ ରାଜନୈତିକ ଧ୍ରୁବୀକରଣ ଏବଂ ସାମ୍ପ୍ରଦାୟିକୀକରଣ କରିଥିଲା ସେହିଭଳି ଏବେ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri