ପାଇପ୍‌ ପାଣିରୁ ୮୨% ଗ୍ରାମବାସୀ ବଞ୍ଚିତ

ଯାଜପୁର ଅଫିସ,୪ା୩: ବିକାଶରେ ଯାଜପୁର ଜିଲା ବେଶ ଅଗ୍ରଣୀ ବୋଲି ନେତା ଓ ମନ୍ତ୍ରୀ ଉଦ୍‌ବୋଧନ ଦେଉଛନ୍ତି ା ମାତ୍ର ଜିଲାର ୮୨ ପ୍ରତିଶତ ଗ୍ରାମକୁ ପାଇପ୍‌ ଜଳଯୋଗାଣ ଅପହଞ୍ଚ ରହିଛି ବୋଲି ସରକାରୀ ତଥ୍ୟ କହୁଛି ା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଜିଲାର ସମୁଦାୟ ୧୫୯୭ ରାଜସ୍ବ ଗ୍ରାମ ମଧ୍ୟରୁ ୨୯୩ଟି ଗ୍ରାମ ପଞ୍ଚାୟତରେ ଆଂଶିକ ଭାବେ ସିଙ୍ଗଲ ଭିଲେଜ ସ୍କିମ ଦ୍ୱାରା ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ସମସ୍ତ ପ୍ରକଳ୍ପ ସଚଳ ଅଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ହେଲେ ବାସ୍ତବରେ ଶତାଧିକ ପ୍ରକଳ୍ପ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଏଯାଏ ପୂରଣ କରି ପାରିନାହିଁ। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଥିବାରୁ ସ୍ବଚ୍ଛ ପାଣି ଟିକକ ପାଇଁ ପୁଣି ଲୋକେ ଡହଳବିକଳ ହେବା ନିଶ୍ଚିତ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ୨୫୭ ଗ୍ରାମ ପଞ୍ଚାୟତ ପାଇଁ ୭ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଛି ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ହେଲେ ସମସ୍ତ ମେଗା ପ୍ରକଳ୍ପ ଅଣଓଡିଆ ଠିକାସଂସ୍ଥା ଦ୍ୱାରା ନିର୍ମାଣାଧୀନ ଥିବାରୁ କେବେ ତାହା ସରିବ ତାହା ସ୍ପଷ୍ଟ ହୋଇନାହିଁ ା
ଯାଜପୁର ଜିଲାର ୧୦ ବ୍ଲକରେ ୧୫୯୭ଟି ରାଜସ୍ବ ଗ୍ରାମରେ ୩,୭୮,୬୪୫ ପରିବାର ବାସ କରୁଛନ୍ତି ା ୨୦୦୬ରୁ ରାଜ୍ୟରେ ପାନୀୟ ଜଳଯୋଗାଣ ବିଭାଗ ପଞ୍ଚାୟତ ବିଭାଗ ଅଧୀନରେ ଥିଲାବେଳେ ଗତ ପ୍ରାୟ ୪ ବର୍ଷ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନକୁ ଆସିଛି। ହେଲେ ଗ୍ରାମ୍ୟ ଜଳଯୋଗାଣ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ୨୦୧୭ରୁ ଜିଲାର ଖଣି ଅଞ୍ଚଳରେ ଏନ୍‌ସିସି ଠିକାସଂସ୍ଥା ଦ୍ୱାରା ମେଗା ଜଳଯୋଗାଣ ପ୍ରକଳ୍ପ ଚାଲିଛି। ହେଲେ ଏଯାଏ ନିର୍ଦ୍ଧାରିତ ଗ୍ରାମଗୁଡିକୁ ସ୍ବଚ୍ଛ ପାଣି ପହଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି। ଏହାବାଦ୍‌ ବଡ଼ଚଣା, ଧର୍ମଶାଳା, ରସୁଲପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଚାଲିଛି। ସେହିପରି ବଡ଼ଚଣା ଓ ଧର୍ମଶାଳା ବ୍ଲକର ୨୪୭ ଗ୍ରାମବାସୀ ଏବଂ ଦଶରଥପୁର ବ୍ଲକର ୩୫ ପଞ୍ଚାୟତବାସୀଙ୍କ ପାଇଁ ୨ଟି ମେଗା ପ୍ରକଳ୍ପ ୨୦୧୯-୨୦ରୁ ଆରମ୍ଭ ହୋଇଛି। ଏହି ୨ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମେଘା ଇଞ୍ଜିନିୟର ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏହିସବୁ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ପୂର୍ବରୁ ସମ୍ପୃକ୍ତ ଅଣଓଡ଼ିଆ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ବିଭାଗୀୟ ତାଗିଦା ମଧ୍ୟ କରାଯାଇଛି। ରାଜ୍ୟରେ ଥିବା ଠିକାସଂସ୍ଥାଗୁଡିକୁ ଅଯୋଗ୍ୟ ବିବେଚନା କରି ବାହାର ରାଜ୍ୟର ଠିକାସଂସ୍ଥାକୁ କାମ ଦେବା ଲାଗି ଜାଣିଶୁଣି ଜଟିଳ ସର୍ତ୍ତ ରଖାଯାଇଥିଲା। ତେଣୁ କେହି ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ନ ଥିଲେ ବୋଲି ଜଣେ ଠିକାଦାର କହିଛନ୍ତି। ଉକ୍ତ ଟେଣ୍ଡରରେ ସର୍ତ୍ତ ଥିଲା ଯେ, ପ୍ରକଳ୍ପ ଅଟକଳ ମୂଲ୍ୟର ଶତକଡା ୮୦ ଭାଗ ମୂଲ୍ୟ ବିଶିଷ୍ଟ ସମାନ ଧରଣର ଜଳଯୋଗାଣ ପ୍ରକଳ୍ପ ସମ୍ପାଦନ କରିଥିବା ଆବଶ୍ୟକ କିମ୍ବା ପ୍ରକଳ୍ପର ଅଟକଳ ମୂଲ୍ୟର ଶତକଡା ୫୦ ଭାଗ ମୂଲ୍ୟ ବିଶିଷ୍ଟ ସମାନ ଧରଣର ୨ଟି ପ୍ରକଳ୍ପ କରିଥିବା ଆବଶ୍ୟକ। ତେବେ ରାଜ୍ୟରେ ଏଭଳି ପ୍ରକଳ୍ପ ପୂର୍ବରୁ କେବେ ହୋଇ ନ ଥିବାରୁ ସେଭଳି ଠିକାଦାର ମିଳିବା ଅସମ୍ଭବ ଥିଲା। ତେଣୁ ଏହାର ସୁଯୋଗରେ ଅଣଓଡ଼ିଆ ଠିକାସଂସ୍ଥାଗୁଡିକୁ କାର୍ଯ୍ୟଦେଶ ଦିଆଯାଇଥିଲା। ହେଲେ ଉକ୍ତ ମେଗା ଜଳଯୋଗାଣ ପ୍ରକଳ୍ପଗୁଡିକରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରି କୋଟି କୋଟି ଟଙ୍କା ହରିଲୁଟ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତେଣୁ ଚଳିତ ଖରା ମାସ ମଧ୍ୟରେ ଅନ୍ୟ କୌଣସି ମେଗା ଜଳଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଅସମ୍ଭବ ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ ସିଙ୍ଗଲ ଭିଲେଜ ସ୍କିମରେ ନିର୍ମାଣ ହୋଇଥିବା ଅଧିକାଂଶ ପ୍ରକଳ୍ପ ଦ୍ୱାରା ନିର୍ଦ୍ଧାରିତ ଲୋକ ପାଇପ୍‌ ଜଳ ପାଉ ନାହାନ୍ତି ା ଏଠାରେ କୋରେଇ ବ୍ଲକର ଅଚଳ ଥିବା କଡମା, ଅମୃତିଆ, ଜହ୍ନା, ମକୁନ୍ଦପୁର, ମୂଲାପାଳ, ପାଣିକୋଇଲି, ଅଲତିରି, ଉପୁଲେଇ ପ୍ରକଳ୍ପକୁ ଉଦାହରଣ ଭାବେ ନିଆଯାଇପାରେ। ଗୋଟିଏ ବ୍ଲକରେ ଏତେ ସଂଖ୍ୟକ ପ୍ରକଳ୍ପ ଯଦି ଅଚଳ ହୋଇଛି ତେବେ ଅନ୍ୟ ବ୍ଲକଗୁଡ଼ିକରେ କେତେ ଅଚଳ ପ୍ରକଳ୍ପ ରହିଥିବା ତାହା ସ୍ପଷ୍ଟ ଅନୁମେୟ ବୋଲି କୁହାଯାଉଛି। ଜିଲାର ନିର୍ବାଚିତ ଜନପ୍ରତିନିଧିମାନେ ବିଧାନସଭାରେ କେତେକ ପ୍ରଶ୍ନ କରି ନୀରବି ଯାଉଥିବାରୁ ପାଇପ୍‌ ଜଳଯୋଗାଣ ପ୍ରକଳ୍ପର ପ୍ରକୃତ ଲକ୍ଷ୍ୟ ପରାହତ ହୋଇଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଗୁରୁବାର ସନ୍ଧ୍ୟାରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?