ବନ୍ଧୁକ ଦେଖାଇ ୮୦,୦୦୦ ଲୁଟ୍‌

କାମାକ୍ଷାନଗର, ୧୮।୧(ଡି.ଏନ୍‌.ଏ.): ବାଇକ୍‌ରେ ଆସିଲେ। ବନ୍ଧୁକ ମୁନରେ ଭୟଭୀତ କରାଇ ଆଖି ପିଛୁଳାକେ ଛଡ଼ାଇନେଲେ ୮୦,୦୦୦ ଟଙ୍କା। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଧୋବାବାହାଳି ଛକ ନିକଟରେ ମଙ୍ଗଳବାର ଏଭଳି ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ସ୍ଥାନୀୟ ବ୍ୟବସାୟୀ ବିକାଶ ସାହୁ। ମୁଖାଧାରୀ ଦୁଇ ଦୁର୍ବୃତ୍ତଙ୍କ ଫଟୋ ମୋବାଇଲ୍‌ କ୍ୟାମେରାରେ କଏଦ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ। ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍‌ ଅଞ୍ଚଳବାସୀଙ୍କ ମନରେ ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ଶ୍ରୀମୂଳା ଛକରେ ବିକାଶଙ୍କ ଏକ ଜେରକ୍ସ ଦୋକାନ ଅଛି। ଏଥିସହ ସେ ୟୁନିୟନ ବ୍ୟାଙ୍କର ଗ୍ରାହକ ସେବାକେନ୍ଦ୍ର ଚଳାଉଛନ୍ତି। ପୂର୍ବାହ୍ନ ପ୍ରାୟ ୧୦ଟାରେ ସେ ବାଇକ୍‌ରେ ଦୋକାନକୁ ଯାଉଥିବାବେଳେ ଧୋବାବାହାଳି ଗଁା ମୁଣ୍ଡରେ ଏକ ବାଇକ୍‌ରେ ଛକିଥିବା ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଛାତିରେ ବନ୍ଧୁକ ରଖି ବିକାଶଙ୍କଠାରୁ ଟଙ୍କା ବ୍ୟାଗ୍‌, ବ୍ୟାଙ୍କ ପାସ୍‌ବୁକ୍‌, ଏଟିଏମ୍‌ କାର୍ଡ ଛଡ଼ାଇ ଫେରାର ହୋଇଯାଇଥିଲେ। ତେବେ ବିକାଶ ମୋବାଇଲ୍‌ରେ ଗାଡ଼ିର ଫଟୋ ଉଠାଇନେଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ଏସ୍‌ଡିପିଓ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।
ପଛରେ ବ୍ୟାଗ୍‌, ଆଗରେ ପୂଜା କପଡ଼ା
ବିକାଶଙ୍କଠାରୁ ଟଙ୍କା ଲୁଟ୍‌ କରିବାକୁ ଅଭିଯୁକ୍ତମାନେ ସୁଚିନ୍ତିତ ଯୋଜନା କରିଥିବା ପରିପାର୍ଶ୍ୱିକ ସ୍ଥିତିରୁ ଜଣାପଡିଛି। କାରଣ ଅଭିଯୁକ୍ତମାନେ ଆସିଥିବା କଳା ରଙ୍ଗର ବାଇକ୍‌ ପଛ ପାର୍ଶ୍ୱ ନମ୍ବର ପ୍ଲେଟ୍‌ ଉପରେ ଏକ ବ୍ୟାଗ୍‌ ଝୁଲାଇ ଦେଇଥିଲେ। ସେହିପରି ଆଗପଟ ନମ୍ବର ପ୍ଲେଟ୍‌ ଲୁଚାଇବା ପାଇଁ ପୂଜା କପଡ଼ାକୁ ସତର୍କତାର ସହ ବ୍ୟବହାର କରିଥିଲେ। ତେଣୁ ବିକାଶ ଉଠାଇଥିବା ଫଟୋରେ ନମ୍ବର ପ୍ଲେଟ୍‌ ଠିକ୍‌ ଭାବେ ଦେଖାଯାଉନାହିଁ। ସେହିପରି ଅଭିଯୁକ୍ତମାନେ ମୁଖା ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନି ହେଉନାହିଁ। ତେଣୁ ସେମାନଙ୍କ ପାଖରେ ପହଞ୍ଚତ୍ବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।
ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ସନ୍ଦେହ
କାମାକ୍ଷାନଗର ଥାନା ଅଞ୍ଚଳରେ ଲୁଟ୍‌ତରାଜ ବଢ଼ିବାରେ ଲାଗିଛି। ଅଭିଯୁକ୍ତମାନେ କେତେବେଳେ ପଥଚାରୀଙ୍କୁ ତ ଆଉ କେତେବେଳେ ମନ୍ଦିରକୁ ଟାର୍ଗେଟ୍‌ କରୁଛନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ବିକାଶ କେତେବେଳେ ଦୋକାନକୁ ଆସୁଛନ୍ତି, କେତେ ଟଙ୍କା ଆଣୁଛନ୍ତି ସେମାନେ ଏହାକୁ ନୀରିକ୍ଷଣ କରିଥିଲେ। ତେଣୁ ସେମାନେ ସହଜରେ ଲୁଟ୍‌ କରିବାରେ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି। ଧରାପଡ଼ିବା ଭୟରେ ସେମାନେ ତରବରରେ ଟଙ୍କାବ୍ୟାଗ୍‌ ଧରି ଫେରାର ହୋଇଯାଇଥିବାବେଳେ ମୋବାଇଲ୍‌ ଛାଡ଼ି ଯାଇଥିବା ବିକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri