Posted inଜାତୀୟ

ଘରେ ବସି ଭୋଟ ଦେଇପାରିବେ ୮୦ ବର୍ଷ ବୟସ୍କ ବ୍ୟକ୍ତି : ଇସି ଆରମ୍ଭ କଲେ ‘ଭୋଟ ଫର୍ମ ହୋମ୍‌’ ପ୍ରକ୍ରିୟା…

ବେଙ୍ଗାଲୁରୁ,୧୧।୩ : ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଆଗାମୀ କର୍ନାଟକ ବିଧାନସଭା ନିର୍ବାଚନରେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଘରେ ବସି ଭୋଟ ଦେବା ଲାଗି ‘ଭୋଟ ଫର୍ମ ହୋମ୍‌’ ସୁବିଧା ଆରମ୍ଭ କରାଯାଇଛି। ଏହା ସହିତ କମିଶନ କହିଛନ୍ତି ଯେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସେଠାରେ ପ୍ରାୟ ୧୭ ହଜାର ଭୋଟର ଅଛନ୍ତି, ଯେଉଁମାନଙ୍କର ବୟସ ୧୦୦ ବର୍ଷ ଅତିକ୍ରମ କରିଛି । ସେମାନଙ୍କର ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ବେଙ୍ଗାଲୁରୁରେ ଏକ ଗଣମାଧ୍ୟମ ସମ୍ମିଳନୀରେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋୟଲ ଆଗାମୀ କର୍ନାଟକ ବିଧାନସଭା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କୁ ଏହି ସୁବିଧା ଯୋଗାଇବାକୁ ଯାଉଛନ୍ତି।

ସିଇସି ରାଜୀବ କୁମାର କହିଛନ୍ତି, ଆମ ଦଳ ଫର୍ମ-୧୨ ଡି ସହିତ ଏଭଳି ଭୋଟରଙ୍କ ନିକଟକୁ ଯିବେ। ତଥାପି ଆମେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ ଯେଉଁମାନେ ଏହି ସୁବିଧା ନେବାକୂ ଚାହୁଁ ନାହାନ୍ତି ସେମାନଙ୍କୁ ମତଦାନ ବୁଥକୁ ଆସିବାକୁ ଉତ୍ସାହିତ କରିବୁ।

ଏହି ପରିପ୍ରେକ୍ଷୀରେ ଗୋପନୀୟତା ବଜାୟ ରହିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ରାଜୀବ କୁମାର କହିଛନ୍ତି। ସେ କହିଛନ୍ତି ଯେ ଦିବ୍ୟାଙ୍ଗଙ୍କ ପାଇଁ ଏକ ମୋବାଇଲ ଆପ୍ଲିକେଶନ ‘ସକ୍ଷମ’ ଲଞ୍ଚ କରାଯାଇଛି ଯେଉଁଥିରେ ସେମାନେ ଲଗଇନ କରିପାରିବେ ଏବଂ ଭୋଟ ଦେବାର ସୁବିଧା ଚୟନ କରିପାରିବେ।

କୁମାର କହିଛନ୍ତି ଯେ ଅନ୍ୟ ଏକ ମୋବାଇଲ ଆପ୍ଲିକେସନ ‘ସୁବିଧା’ ବିକଶିତ ହୋଇଛି, ଯାହା ପ୍ରାର୍ଥୀଙ୍କ ନାମାଙ୍କନ ଏବଂ ଆଫିଡେଭିଟ ଦାଖଲ ପାଇଁ ଏକ ଅନଲାଇନ ପୋର୍ଟାଲ ଅଟେ। ସେ କହିଛନ୍ତି ଯେ ପ୍ରାର୍ଥୀମାନେ ସଭା ତଥା ସମାବେଶ ପାଇଁ ଅନୁମତି ମାଗିବା ପାଇଁ ‘ସୁବିଧା’ ପୋର୍ଟାଲ ମଧ୍ୟ ବ୍ୟବହାର କରିପାରିବେ।
ସେ କହିଛନ୍ତି ଯେ ଭୋଟରଙ୍କ ସୁବିଧା ପାଇଁ ନିର୍ବାଚନ ଆୟୋଗ ‘ତୁମର ପ୍ରାର୍ଥୀଙ୍କୁ ଜାଣ’ (କଓ୍ବୋଇସି) ନାମକ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛି।

କର୍ନାଟକ ବିଧାନସଭା ନିର୍ବାଚନ ବିଷୟରେ ସେ କହିଛନ୍ତି ଯେ ରାଜ୍ୟର ୨୨୪ ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୩୬ ଟି ଏବଂ ଅନୁସୂଚିତ ଜନଜାତି ପାଇଁ ୧୫ଟି ସିଟ ସଂରକ୍ଷିତ ରହିଛି। ସେ କହିଛନ୍ତି ଯେ ରାଜ୍ୟରେ ୫.୨୧ କୋଟି ଭୋଟର ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୨.୫୯ କୋଟି ମହିଳା ଭୋଟର । ଏଥି ସହିତ ୧୬,୯୭୬ ଭୋଟରଙ୍କ ବୟସ ୧୦୦ ବର୍ଷରୁ ଅଧିକ ହୋଇଥିବାବେଳେ୯.୧୭ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବେ। ଏହା ବ୍ୟତୀତ ୧୨.୧୫ ଲକ୍ଷ ଭୋଟର ଅଛନ୍ତି ଯେଉଁମାନେ ୮୦ବର୍ଷ ବୟସରୁ ଅଧିକ ହୋଇଥିବାବେଳେ ୫.୫୫ ଲକ୍ଷ ଦିବ୍ୟାଙ୍ଗ ଭୋଟର ଅଛନ୍ତି।

ଅନ୍ୟପକ୍ଷରେ କର୍ଣ୍ଣାଟକ ର୍ନିବାଚନର ସମ୍ଭାବ୍ୟ ତାରିଖ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ବର୍ତ୍ତମାନର ବିଧାନସଭା କାର୍ଯ୍ୟକାଳ ଶେଷ ହେବାର ମେ ୨୪ ପୂର୍ବରୁ ଏହା ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri