Posted inଜାତୀୟ

‘ଟିକା ନେବାକୁ ୮୦ ପ୍ରତିଶତ ଭାରତୀୟ ପ୍ରସ୍ତୁତ’

ନୂଆଦିଲ୍ଲୀ,୧୫।୧: ଦେଶରେ ୧୬ ତାରିଖ ଆରମ୍ଭ ହେବ କରୋନା ଟିକାକରଣ ଅଭିଯାନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ୮୦ ପ୍ରତିଶତ ଭାରତୀୟ କୋଭିଡ-୧୯ ଟିକା ନେବାକୁ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି। ଏହା କେନ୍ଦ୍ର ସରକାର ଏବଂ ଦେଶର ବୈଜ୍ଞାନିକଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରତିପାଦିତ କରୁଥିବା କହିଛନ୍ତି। ଏକ ସର୍ଭେରୁ ଉପରୋକ୍ତ ତଥ୍ୟ ଆସିଥିବା ଡାକ୍ତର ବର୍ଦ୍ଧନ କହିଛନ୍ତି। ସର୍ଭେ ଅନୁଯାୟୀ, ବ୍ରିଟେନରେ ୬୬ ପ୍ରତିଶତ ଲୋକ ଟିକା ନେବାକୁ ଇଚ୍ଛୁକ ଥିବା ବେଳେ ୬୨ ପ୍ରତିଶତ ଜର୍ମାନ ଟିକାନେବା ପାଇଁ ଆଗ୍ରହୀ ଅଟନ୍ତି। ଆମେରିକା ଏବଂ ରୁଷିଆରେ ୫୬ରୁ ୪୦ ପ୍ରତିଶତ ଲୋକ କରୋନା ଭାଇରସ ଟିକାକରଣ କରିବାକୁ ଚାହୁଁଛନ୍ତି। ହେଲେ ଭାରତରେ ୮୦ ପ୍ରତିଶତ ଜନସାଧାରଣ ଟିକା ନେବାକୁ ଇଚ୍ଛୁକ ଥିବା ସର୍ଭରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୭୭ ଧର୍ମଗୁରୁଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେଲେ ଯୋଗୀ

ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଛନ୍ତି। ଏଥିପାଇଁ ରବିବାର ଯୋଗୀ ଆଦିତ୍ୟନାଥ ରାଜ୍ୟର ୩୭୭...

କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଗି ଖାର୍ଗେଙ୍କ ନାଁ ଉଠାଇଲେ ଶିବକୁମାର

ବେଙ୍ଗାଲୁରୁ, ୧୧।୪: କର୍ନାଟକ ବିଧାନସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି...

ଦେଶରେ ଏକ ଲକ୍ଷ କୋଟିର ଶତ୍ରୁ ସମ୍ପତ୍ତି : ବିକ୍ରି ପ୍ରକ୍ରିୟା ଆରମ୍ଭ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୦।୩ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଥିବା ଶତ୍ରୁ ସମ୍ପତ୍ତିର ବିକ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏସବୁ ହେଉଛି ପାକିସ୍ତାନ ଏବଂ ଚାଇନା ସହିତ...

ଗୃହବନ୍ଦୀ ଥିବା ଓମାରଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ୟେଚୁରୀ-ମମତା ପ୍ରକାଶ କଲେ ଉଦ୍‌ବେଗ

ଶ୍ରୀନଗର,୨୬।୧: ଗତ ୫ ମାସରୁ ଅଧିକ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ଏକ ଫଟୋ ଶନିବାର ସୋସିଆଲ୍‌ ମିଡ଼ିଆରେ...

ପାକିସ୍ତାନରେ ଆତଙ୍କବାଦୀଙ୍କୁ ମିଳିଛି ସରକାରୀ ସୁରକ୍ଷା: ଜୟଶଙ୍କର

ନୂଆଦିଲ୍ଲୀ,୨୭।୬: ପାକିସ୍ତାନରେ ଆତଙ୍କବାଦୀଙ୍କୁ ସରକାରୀ ସୁରକ୍ଷା ମିଳିଛି। ବ୍ରିଟେନ୍‌-ଭାରତ ପ୍ରତିନିଧିସ୍ତରୀୟ ସମ୍ମିଳନୀରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହା କହିଛନ୍ତି। ଭାରତର ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦୀ...

ପତ୍ନୀଙ୍କୁ ବି ଜିତାଇପାରିଲେନି ଅଖିଳେଶ: ମାୟାବତୀ

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଉତ୍ତରପ୍ରଦେଶ ନେତାଙ୍କ ସହ ସୋମବାର ନୂଆଦିଲ୍ଲୀରେ  ଏକ ସମୀକ୍ଷା ବୈଠକ କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ।...

କଂଗ୍ରେସ ଉପରେ ବର୍ଷିଲେ ହାର୍ଦ୍ଦିକ…

ନୂଆଦିଲ୍ଲୀ, ୨୪।୫ : କଂଗ୍ରେସ ଛାଡିଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲ ପୁଣି ଥରେ କଂଗ୍ରେସ ଦଳର ହାଇକମାଣ୍ଡଙ୍କୁ ଟାର୍ଗେଟ୍‌ କରିଛନ୍ତି। ସୋସିଆଲ ମିଡିଆରେ ଏକ...

ପଶ୍ଚିମବଙ୍ଗରେ ୧୦ ମୃତ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମମତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

କୋଲକାତା,୧୧ା୧୧(ପି.ଟି.): ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗ ଉପକୂଳ ଜିଲାଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବା ପରେ ବାଂଲାଦେଶରେ ପ୍ରବେଶ କରିଛି। ଏଥିରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ...

Advertisement
Archives

Model This Week