Posted inଜାତୀୟ

ଏମିତି ବି ଆସେ ମୃତ୍ୟୁ: ସ୍କୁଲରେ ହେଲା ହୃଦ୍‌ଘାତ, ୮ ସେକେଣ୍ଡ ମଧ୍ୟରେ ଚାଲିଗଲା ୩ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ଅହମ୍ମଦାବାଦ,୧୦।୧: ଗୁଜରାଟର ଅହମ୍ମଦାବାଦରେ ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଲ ପରିସରରେ ଜଣେ ଛାତ୍ରୀ ହୃଦଘାତରେ ପ୍ରାଣ ହରାଇଛନ୍ତି। ଏହାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିବା ପରେ ଭାବବିହ୍ବଳ କରୁଛି। ନିଜ ବ୍ୟାଗ୍‌ ଏବଂ ଟିଫିନ୍‌ ବାକ୍ସ ଧରି ପିଲାଟି କୋରିଡରରେ ଥିବା ବେଳେ ଅସହଜ ଅନୁଭବ କରୁଛି। ପରେ ସେ ସେଠାରେ ଥିବା ଏକ ଚଉକି ଉପରେ ବସି ପଡ଼ୁଛନ୍ତି। ଏହାର ୮ ସେକେଣ୍ଡ ମଧ୍ୟରେ ଛାତ୍ରୀଜଣଙ୍କ ତଳେ ପଡ଼ି ଯାଉଛନ୍ତି। ନିକଟରେ ଉପସ୍ଥିତ ମହିଳା କର୍ମଚାରୀ ତାଙ୍କୁ ଦେଖିବା ପରେ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାନୁଯାୟୀ, ଏଭଳି ଚକିତ କଲାଭଳି ଘଟଣା ଅହମ୍ମଦାବାଦର ଥଲତେଜ ଅଞ୍ଚଳରେ ଥିବା ଜେବର ସ୍କୁଲ ଫର୍‌ ଚିଲ୍‌ଡ୍ରେନ୍‌ରେ ଘଟିଛି। ୮ ବର୍ଷୀୟ ଛାତ୍ରୀ ଗାର୍ଗି ରାନପାରାଙ୍କ ମୃତ୍ୟୁ ହୃଦଘାତରୁ ହୋଇଛି। ସେ ସକାଳ ସାଢ଼େ ୭ଟାରେ ଅଟୋ ରିକ୍ସାରେ ସ୍କୁଲରେ ପହଞ୍ଚିଥିଲେ। ହେଲେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହେବା ପରେ ସ୍କୁଲ କର୍ମଚାରୀ ତାଙ୍କୁ ସିପିଆର୍‌ ଦେଇଥିଲେ। ହେଲେ ସେ ଉଠିଲେ ନାହିଁ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାରମ୍ଭିକ ରିପୋର୍ଟରୁ ତାଙ୍କ ମୃତ୍ୟୁ ହୃଦ୍‌ଘାତରୁ ହୋଇଥିବା କୁହାଯାଉଛି।

ଛାତ୍ରୀଙ୍କ ମା’ବାପା ମୁମ୍ବାଇରେ ଥିବା ଯୋଗୁ ତାଙ୍କୁ ସୂଚନା ଦିଆଯାଇଛି। ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଛାତ୍ରୀଙ୍କ କୌଣସି ରୋଗ ନ ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଜୟଶଙ୍କରଙ୍କୁ ଅପମାନ! ପଛଧାଡିକୁ ଯିବାକୁ କହିଲେ…ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ।...

କୃଷକଙ୍କୁ ଖୁସିଖବର ଦେବେ ମୋଦି ସରକାର! ବୃଦ୍ଧି ହେବ…

ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଚାଷୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ...

ସ୍କୁଲରେ ପ୍ରଧାନଶିକ୍ଷକ-ଶିକ୍ଷୟିତୀ କରୁଥିଲେ ଏମିତି କାମ, ସିସିଟିଭିରେ ଧରାପଡିବା ପରେ…

ନୂଆଦିଲ୍ଲୀ,୨୨।୧: ରାଜସ୍ଥାନର ଜଣେ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷୟିତ୍ରୀ ସ୍କୁଲର କାର୍ଯ୍ୟାଳୟ ଭିତରେ ଅଶାଳୀନ କାର୍ଯ୍ୟ କରୁଥିବାର ଏକ ଭିଡିଓ ଭାଇରାଲ...

ମୃତ୍ୟୁ ପର୍ଯ୍ୟନ୍ତ ମୋଦିଙ୍କ ହାତ ଛାଡିବି ନାହିଁ: କାହିଁକି ଏମିତି କହିଲେ ମାନଝୀ

ପାଟନା,୨୨।୧: ମୋଦି କ୍ୟାବିନେଟ ଛାଡିବା ଗୁଜବ ଉପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନଝୀ ମୁହଁ ଖୋଲିଛନ୍ତି। ସେ ମିଥ୍ୟା...

ଭୟରେ ଟ୍ରମ୍ପ! ଚାଇନାର ଉଡିଲା ହୋସ୍‌, ମୋଦି ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୨।୧: ଦାୟିତ୍ୱ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ (ବ୍ରାଜିଲ, ଋଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକ ଉପରେ ୧୦୦ପ୍ରତିଶତ...

ରାଶନ କାର୍ଡରୁ ନାଁ କଟାଯାଇଥିଲେ ଆଉଥରେ ହୋଇପାରିବ କି ଆବେଦନ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୨।୧: ଭାରତରେ ଆଜି ମଧ୍ୟ ଏପରି ଅନେକ ଲୋକ ଅଛନ୍ତି। ଯେଉଁମାନେ ଦିନକୁ ଦୁଇଥର ଖାଇବାର ବ୍ୟବସ୍ଥା ମଧ୍ୟ କରିପାରନ୍ତି ନାହିଁ। ଏପରି ଲୋକଙ୍କୁ ଭାରତ...

ଦଣ୍ଡାଦେଶ ବିରୋଧରେ ଅପିଲ୍‌ କରିପାରିବେ ପଶ୍ଚିମବଙ୍ଗ ସରକାର

କୋଲକାତା,୨୨।୧: ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ସିଆଲଦାର ଅତିରିକ୍ତ...

ପ୍ରେମ ପାଇଁ ସଦ୍ଦାମ ହୁସେନରୁ ଶିବଶଙ୍କର

ବସ୍ତି, ୨୨ା୧:ଉତ୍ତରପ୍ରଦେଶର ବସ୍ତି ଜିଲାରୁ ଏକ ଅଜବ ପ୍ରେମ ବିବାହ ଘଟଣା ସାମ୍‌ନାକୁ ଆସିଛି। ପ୍ରେମିକା ଅନୁ ସୋନୀ(୩୦)ଙ୍କୁ ବିବାହ କରିବା ପାଇଁ ସଦ୍ଦାମ ହୁସେନ(୩୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri