Posted inଜାତୀୟ

ଶପଥ ଉତ୍ସବ ସାକ୍ଷୀ ହେଲେ ୮ ହଜାର ଅତିଥି

ନୂଆଦିଲ୍ଲୀ,୧୦।୬: ବରିଷ୍ଠ ଭାଜପା ନେତା ନରେନ୍ଦ୍ର ମୋଦି ରବିବାର କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ୮,୦୦୦ରୁ ଊର୍ଦ୍ଧ୍ୱ ଅତିଥି ଉପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୭ ପଡୋଶୀ ଦେଶର ନେତାଙ୍କ ସମେତ ବହୁସଂଖ୍ୟାରେ ରାଜନେତା, ବିଜ୍‌ନେସ ଲିଡର, ସେଲିବ୍ରିଟି ଏବଂ ସାଧାରଣ ବର୍ଗର ଲୋକେ। ରାଷ୍ଟ୍ରପତି ଭବନ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ଆଲୋକରେ ଉଦ୍ଭାସିତ ହୋଇଥିଲା।

ଉତ୍ସବରେ ବିଶ୍ୱନେତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡୋଶୀ ଦେଶ ତଥା ଭାରତ ମହାସାଗର ଅଞ୍ଚଳର ଶୀର୍ଷ ନେତାମାନେ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ, ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ, ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍‌ ଟୋବ୍‌ଗେ ଏବଂ ସିଚେଲ୍ସ ଉପରାଷ୍ଟ୍ରପତି ଅହମଦ ଅଫିଫ୍‌। ହାସିନା ଏବଂ ଅଫିଫ୍‌ ଶନିବାରଠାରୁ ଆସିଥିବାବେଳେ ଅନ୍ୟମାନେ ରବିବାର ଦିଲ୍ଲୀରେ ପହଞ୍ଚତ୍ଥିଲେ। ଭାରତ ଓ ମାଳଦ୍ୱୀପ ସମ୍ପର୍କରେ ଅବନତି ଦେଖାଦେଇଥିବାବେଳେ ମୋଦିଙ୍କ ଶପଥ ଉତ୍ସବରେ ମୁଇଜୁଙ୍କ ଯୋଗଦାନ ବେଶ୍‌ ଉଲ୍ଲେଖଯୋଗ୍ୟ। ଗତବର୍ଷ ନଭେମ୍ବରରେ ସେ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାବେଳେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ଏସ୍‌ଏଏଆର୍‌ସି)ର ନେତାମାନେ ଅତିଥି ହୋଇଥିଲେ। ୨୦୧୯ରେ ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ଶପଥ ଉତ୍ସବରେ ବିଆଇଏମ୍‌ଏସ୍‌ଟିଇସି (ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ୍‌ ଫର୍‌ ମଲ୍ଟି-ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍‌ କୋଅପରେଶନ) ରାଷ୍ଟ୍ରର ନେତାମାନେ ଅତିଥି ଥିଲେ।

ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି
ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବରେ ବହୁ ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି ଏବଂ ଶିଳ୍ପପତି ସାମିଲ ହୋଇଛନ୍ତି। ସେଲିବ୍ରିଟିଙ୍କ ମଧ୍ୟରେ ଅଛନ୍ତି ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌, ଅକ୍ଷୟ କୁମାର, ଅନିଲ କପୁର, ରଜନୀକାନ୍ତ, ରବିନା ଟଣ୍ଡନ, ଅନୁପମ ଖେର୍‌ ଏବଂ ବିକ୍ରାନ୍ତ ମାସି। ସେହିପରି ଶିଳ୍ପପତିମାନଙ୍କ ମଧ୍ୟରେ ରହିଛନ୍ତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଓ ଅନ୍ୟମାନେ। ମୁକେଶଙ୍କ ଦୁଇପୁଅ ଆକାଶ ଓ ଅନନ୍ତଙ୍କ ସମେତ ଜ୍ୱାଇଁ ଆନନ୍ଦ ପିରାମାଲ ଉତ୍ସବରେ ଯୋଗଦେଇଥିବାବେଳେ ଆଦାନୀଙ୍କ ସ୍ତ୍ରୀ ପ୍ରୀତି ଓ ଭାଇ ରାଜେଶ ଆଦାନୀ ମଧ୍ୟ ଉପସ୍ଥିତ ଥିଲେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି, ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ତାଙ୍କ ସ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିଭା ପାଟିଲ ପ୍ରମୁଖ। ଏହା ବ୍ୟତୀତ ବିଭିନ୍ନ ଧର୍ମୀୟ ନେତା ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ।

କିନ୍ନର, ସଫେଇ କର୍ମଚାରୀ, ଶ୍ରମିକ ଅତିଥି
ଶପଥ ଉତ୍ସବରେ ପଡୋଶୀ ଦେଶର ନେତା, ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାମାନେ କେବଳ ଅତିଥି ହୋଇନାହାନ୍ତି, ଅତି ସାଧାରଣ ବର୍ଗର ଲୋକଙ୍କୁ ମଧ୍ୟ ଅତିଥି ତାଲିକାରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି କିନ୍ନର, ସଫେଇ କର୍ମଚାରୀ ଏବଂ ନୂଆ ପାର୍ଲାମେଣ୍ଟ ଭବନ ନିର୍ମାଣରେ ସାମିଲ ଥିବା ଶ୍ରମିକ। ଉତ୍ସବ ପୂର୍ବରୁ ଭାଜପା ଏମ୍‌ପି ତଥା ପୂର୍ବତନ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର କିନ୍ନର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିଜ ବାସଭବନରେ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ପୂର୍ବତନ ଜଳଶକ୍ତି ମନ୍ତ୍ରୀ ତଥା ଭାଜପା ଏମ୍‌ପି ଗଜେନ୍ଦ୍ର ଶେଖାଓ୍ବତ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ସବ୍‌ କା ସାଥ୍‌, ସବ୍‌ କା ବିଶ୍ୱାସ ଏବଂ ସବ୍‌ କା ପ୍ରୟାସ’ ଆହ୍ବାନର ଏହା ଅଂଶବିଶେଷ।


Enter your email to get our daily news in your inbox.

All Right Reserved By Dharitri.Com

ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ: ଆମେରିକାକୁ କହିଲା ଭାରତ

ନୂଆଦିଲ୍ଲୀ,୧୭ା୩:ଆମେରିକା ମାଟିରେ ଖଲିସ୍ତାନୀ ଉଗ୍ରପନ୍ଥୀମାନେ ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକା ଗୋଇନ୍ଦା ମୁଖ୍ୟ ତୁଲ୍‌ସୀ ଗାବାର୍ଡଙ୍କୁ...

7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସିଖବର, ଏହି ଦିନ ବଢିବ DA

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା, ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା...

‘ଚନ୍ଦ୍ରାୟାନ-୫ ମିଶନ’କୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର, ଜାପାନ କରିବ ସହଯୋଗ

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ମହତ୍ୱାକାଂକ୍ଷୀ ‘ଚନ୍ଦ୍ରାୟାନ-୫ ମିଶନ’କୁ ଅନୁମୋଦନ କରିଛନ୍ତି। ଏହି ମିଶନ ଅଧୀନରେ, ଚନ୍ଦ୍ରପୃଷ୍ଠର ଅଧ୍ୟୟନ ପାଇଁ ୨୫୦ କିଲୋଗ୍ରାମର ଏକ ରୋଭର ପଠାଯିବ।...

“ଭାଷା ଘୃଣାଯୋଗ୍ୟ ନୁହେଁ, ଦିଲ୍ଲୀରେ ଯୋଗାଯୋଗ ପାଇଁ ହିନ୍ଦୀ ଉପଯୋଗୀ”: ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ,୧୭।୩: ସୋମବାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ତାମିଲନାଡୁ ସରକାର ଏବଂ କେନ୍ଦ୍ର ମଧ୍ୟରେ ଚାଲିଥିବା ଭାଷା ବିବାଦ...

ପୋଡକାଷ୍ଟରେ ଚାଇନା ବିଷୟରେ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି, ଚାଇନା କଲା ବାଃ ବାଃ…

ନୂଆଦିଲ୍ଲୀ,୧୭।୩: ଲେକ୍ସ ଫ୍ରିଡମ୍ୟାନ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ଚାଇନା ସକାରାତ୍ମକ ପ୍ରତିକ୍ରିୟା ଦେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଭାରତ-ଚାଇନା ସମ୍ପର୍କକୁ ମଜବୁତ କରିବା...

‘କେଦାରନାଥରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଜାରି ହେଉ’; ଭାଜପା ବିଧାୟିକାଙ୍କ ମନ୍ତବ୍ୟକୁ ନେଇ ବିବାଦ

ଡେରାଡୁନ୍‌, ୧୬।୩: କେଦାରନାଥ ଧାମ୍‌ରେ ଅଣହିନ୍ଦୁଙ୍କ ପ୍ରବେଶ ଏବଂ ଗତିବିଧି ଉପରେ କଟକଣା ଲଗାଯିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏନେଇ କେଦାରନାଥର ଭାଜପା ବିଧାୟିକା ଆଶା...

ସୁନା ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା ଡ୍ରଗ୍ସ; ୨ ମହିଳା ଗିରଫ

ମାଙ୍ଗାଲୁରୁ,୧୬ା୩: ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍‌ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ।...

ଟ୍ରମ୍ପଙ୍କୁ ବିଶ୍ୱାସ କଲେ ମୋଦି, ପାକିସ୍ତାନକୁ ନେଇ କହିଲେ ଏମିତି…

ନୂଆଦିଲ୍ଲୀ,୧୬ା୩: ପ୍ରସିଦ୍ଧ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ସେ ଚାଇନା-ଭାରତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri