ମହାମାରୀରେ ୮ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ

ଏସ୍‌ ଏଞ୍ଜେଲ୍ସ, ୧୧ା୧୧: କୋଭିଡ୍‌ ମହାମାରୀ ଯୋଗୁ ପରିବେଶ ଉପରେ ବ୍ୟାପକ ପ୍ରଭାବ ପଡ଼ିଛି। ଏହି ସମୟରେ ୮ ନିୟୁତ ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୫ ହଜାର ଟନ୍‌ରୁ ଊର୍ଦ୍ଧ୍ୱ ଅଳିଆ ସମୁଦ୍ରରେ ମିଶିଛି ବୋଲି ନ୍ୟାଶନାଲ ଏକାଡେମୀ ସାଇନ୍ସର ଏକ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇଛି। ୩/୪ ବର୍ଷ ମଧ୍ୟରେ ଏହି ଆବର୍ଜନା ସମୁଦ୍ର କୂଳରେ ଲାଗିପାରେ କିମ୍ବା ସମୁଦ୍ର ମଧ୍ୟରେ ଏକ ଆସ୍ତରଣ ହୋଇ ଜମା ହୋଇପାରେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ବେଳେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ବହୁ ପରିମାଣରେ ବୃଦ୍ଧି ପାଇଛି। ସେଥିରେ ମାସ୍କ, ଗ୍ଲୋଭ୍‌ସ, ଫେସ୍‌ ସିଲ୍ଡ ଆଦି ବିପୁଳ ମାତ୍ରାରେ ଆବର୍ଜନା ବଢ଼ାଇଛି। ନଦୀ, ସମୁଦ୍ର ମଧ୍ୟରେ ଏହି ବର୍ଜ୍ୟର ବଡ଼ ଭାଗ ମିଶିବା ସହ ବିଶ୍ୱ ପ୍ଲାଷ୍ଟିକ୍‌ ସମସ୍ୟାକୁ ବହୁଗୁଣିତ କରିଛି। ଚାଇନାର ନାନ୍‌ଜିଙ୍ଗ୍‌ ୟୁନିଭର୍ସିଟି ଏବଂ କାଲିଫର୍ନିଆ ସାନ୍‌ ଡିଏଗୋ ୟୁନିଭର୍ସିଟି ରିସର୍ଚ୍ଚରଙ୍କ ଏକ ଟିମ୍‌ ଏହା ଉପରେ ଅନୁସନ୍ଧାନ କରିଥିଲେ। ମହାମାରୀ ଯୋଗୁ ବାହାରିଥିବା ପ୍ଲାଷ୍ଟିକ୍‌ ଆବର୍ଜନାର ପ୍ରଭାବ ଜାଣିବା ପାଇଁ ସେମାନେ ନୂତନ ଭାବେ ବିକଶିତ ଏକ ମଡେଲ ବ୍ୟବହାର କରିଥିଲେ। ୨୦୨୦ରେ ମହାମାରୀ ଆରମ୍ଭରୁ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ତଥ୍ୟ ଆକଳନ କରିଥିଲେ। ଏସିଆ ମହାଦେଶରୁ ସର୍ବାଧିକ ପ୍ଲାଷ୍ଟିକ୍‌ ଆବର୍ଜନା ସମୁଦ୍ରରେ ମିଶୁଥିବା ସେମାନେ ଜାଣିବାକୁ ପାଇଛନ୍ତି। ସେଥିରେ ବିପୁଳ ସଂଖ୍ୟାରେ ମେଡିକାଲ ବର୍ଜ୍ୟ ରହିଛି। ଏସୀୟ ନଦୀଗୁଡ଼ିକରେ ମୋଟ ପ୍ଲାଷ୍ଟିକ୍‌ର ୭୩ ପ୍ରତିଶତ ଆବର୍ଜନା ମିଶିଛି। ଶାଟ୍‌ ଅଲ୍‌-ଆରବ, ଇଣ୍ଡସ୍‌ ଏବଂ ୟଙ୍ଗତ୍‌ଜେ ନଦୀ ମଧ୍ୟ ଦେଇ ସର୍ବାଧିକ ଅଳିଆ ପର୍ସିଆନ୍‌ ଉପସାଗର, ଆରବ ସାଗର ଏବଂ ପୂର୍ବ ଚାଇନ ସାଗରରେ ମିଶିଛି। ୟୁରୋପୀୟ ନଦୀଗୁଡ଼ିକରେ ୧୧ ପ୍ରତିଶତ ଆବର୍ଜନା ପହଞ୍ଚିଥିବା ଏହି ଅନୁସନ୍ଧାନକାରୀ ଟିମ୍‌ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସଙ୍କୁ ବିରୋଧ ଜାରି…

ଭଟିକାନ ସିଟି,୧୧।୨ : ଖ୍ରୀଷ୍ଟିଆନ ଧର୍ମର କେନ୍ଦ୍ର ଭଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସଙ୍କୁ ବିରୋଧ ଜାରି ରହିଛି  ବିରୋଧୀମାନେ ତାଙ୍କୁ ତାଙ୍କର ବୈଦେଶିକ ସମ୍ପର୍କ ଏବଂ...

ଭୁଟାନରେ ଯେତେବେଳେ ମୋଦିଙ୍କ ସାମ୍ନାରେ ଆସିଲେ ଆଉ ଜଣେ ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭାରତ ଗସ୍ତରେ ଗତ ୧୭ ତାରିଖରେ ଭୁଟାନ ଗସ୍ତ କରିଥିଲେ। ସେତେବେଳେ ବିମାନ ବନ୍ଦରରୁ ହିଁ ତାଙ୍କୁ...

କରୋନା ସଂକ୍ରମଣ ରୋକିପାରେ ନିକୋଟିନ

ପ୍ୟାରିସ,୨୫ା୪: ଫ୍ରାନ୍ସରେ ହୋଇଥିବା ଏକ ସଦତ୍ୟମ ଅନୁସନ୍ଧାନ ଅନୁଯାୟୀ, ନିକୋଟିନ ଲୋକଙ୍କୁ କରୋନା ଭାଇରସ୍‌ରୁ ରକ୍ଷା କରିପାରିବ। ହେଲେ ମହାମାରୀ କରୋନାକୁ ରୋକିବା କିମ୍ବା ଚିକିତ୍ସା...

‘ସାରା ବିଶ୍ୱରେ ଦେଶ ଅପମାନିତ ହେଉଛି’

ଇସଲାମାବାଦ,୭ା୫: ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ ବିଦେଶ ଗସ୍ତ ପାଇଁ ସମାଲୋଚନା...

ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୩୩ ଦିନ: ମୋରିଉପୋଲ ପାର୍କ-ସ୍କୁଲରେ ପୋତି ଦିଆଯାଉଛି ମୃତ ଶରୀର

କ୍ୱିଭ୍‌,୨୯ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ୩୩ ଦିନ ପୂରଣ ହୋଇଥିବା ବେଳେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରିଛି । ଏକ ରିପୋର୍ଟ ଅନୁଯାୟୀ,...

ବ୍ରିଟେନରୁ ହଟିବ କଟକଣା

ଇଂଲଣ୍ଡ,୨୩ା୨ : ମହାମାରୀ କରୋନାର ପ୍ରକୋପ ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ଧରି ସାରା ବିଶ୍ୱ ଦେଖୁଛି। ତେବେ କୋଭିଡ ସଂକ୍ରମଣ ଦ୍ୱାରା ବ୍ରିଟେନରେ...

ରୁଷ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇଥିବା ଡାକ୍ତର କରୋନା ପଜିଟିଭ

ମସ୍କୋ,୨।୪: ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଏବେ ଆଶଙ୍କା ମଧ୍ୟରେ। କରୋନା ସଂକ୍ରମଣ ତାଙ୍କ ପର୍ଯ୍ୟନ୍ତ ପହଞ୍ଚିଥାଇ ପାରେ ବୋଲି ଏବେ ଅନୁମାନ କରାଯାଉଛି। କିଛିଦିନ...

ଆଓ୍ବାମି ଲିଗ୍‌ ଅଧ୍ୟକ୍ଷା ହେଲେ ଶେଖ ହସିନା…

ଢାକା,୨୪।୧୨ : ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଲଗାତାର ୧୦ମ ଥରପାଇଁ ଶନିବାର ଆଓ୍ବାମି ଲିଗ୍‌ର ଅଧ୍ୟକ୍ଷା ଭାବେ ସଦସ୍ୟଙ୍କ ଦ୍ୱାରା ଚୟନ ହୋଇଛନ୍ତି। ୨୦୨୪...

Advertisement
Archives

Model This Week