ମହାମାରୀରେ ୮ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ

ଏସ୍‌ ଏଞ୍ଜେଲ୍ସ, ୧୧ା୧୧: କୋଭିଡ୍‌ ମହାମାରୀ ଯୋଗୁ ପରିବେଶ ଉପରେ ବ୍ୟାପକ ପ୍ରଭାବ ପଡ଼ିଛି। ଏହି ସମୟରେ ୮ ନିୟୁତ ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୫ ହଜାର ଟନ୍‌ରୁ ଊର୍ଦ୍ଧ୍ୱ ଅଳିଆ ସମୁଦ୍ରରେ ମିଶିଛି ବୋଲି ନ୍ୟାଶନାଲ ଏକାଡେମୀ ସାଇନ୍ସର ଏକ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇଛି। ୩/୪ ବର୍ଷ ମଧ୍ୟରେ ଏହି ଆବର୍ଜନା ସମୁଦ୍ର କୂଳରେ ଲାଗିପାରେ କିମ୍ବା ସମୁଦ୍ର ମଧ୍ୟରେ ଏକ ଆସ୍ତରଣ ହୋଇ ଜମା ହୋଇପାରେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ବେଳେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ବହୁ ପରିମାଣରେ ବୃଦ୍ଧି ପାଇଛି। ସେଥିରେ ମାସ୍କ, ଗ୍ଲୋଭ୍‌ସ, ଫେସ୍‌ ସିଲ୍ଡ ଆଦି ବିପୁଳ ମାତ୍ରାରେ ଆବର୍ଜନା ବଢ଼ାଇଛି। ନଦୀ, ସମୁଦ୍ର ମଧ୍ୟରେ ଏହି ବର୍ଜ୍ୟର ବଡ଼ ଭାଗ ମିଶିବା ସହ ବିଶ୍ୱ ପ୍ଲାଷ୍ଟିକ୍‌ ସମସ୍ୟାକୁ ବହୁଗୁଣିତ କରିଛି। ଚାଇନାର ନାନ୍‌ଜିଙ୍ଗ୍‌ ୟୁନିଭର୍ସିଟି ଏବଂ କାଲିଫର୍ନିଆ ସାନ୍‌ ଡିଏଗୋ ୟୁନିଭର୍ସିଟି ରିସର୍ଚ୍ଚରଙ୍କ ଏକ ଟିମ୍‌ ଏହା ଉପରେ ଅନୁସନ୍ଧାନ କରିଥିଲେ। ମହାମାରୀ ଯୋଗୁ ବାହାରିଥିବା ପ୍ଲାଷ୍ଟିକ୍‌ ଆବର୍ଜନାର ପ୍ରଭାବ ଜାଣିବା ପାଇଁ ସେମାନେ ନୂତନ ଭାବେ ବିକଶିତ ଏକ ମଡେଲ ବ୍ୟବହାର କରିଥିଲେ। ୨୦୨୦ରେ ମହାମାରୀ ଆରମ୍ଭରୁ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ତଥ୍ୟ ଆକଳନ କରିଥିଲେ। ଏସିଆ ମହାଦେଶରୁ ସର୍ବାଧିକ ପ୍ଲାଷ୍ଟିକ୍‌ ଆବର୍ଜନା ସମୁଦ୍ରରେ ମିଶୁଥିବା ସେମାନେ ଜାଣିବାକୁ ପାଇଛନ୍ତି। ସେଥିରେ ବିପୁଳ ସଂଖ୍ୟାରେ ମେଡିକାଲ ବର୍ଜ୍ୟ ରହିଛି। ଏସୀୟ ନଦୀଗୁଡ଼ିକରେ ମୋଟ ପ୍ଲାଷ୍ଟିକ୍‌ର ୭୩ ପ୍ରତିଶତ ଆବର୍ଜନା ମିଶିଛି। ଶାଟ୍‌ ଅଲ୍‌-ଆରବ, ଇଣ୍ଡସ୍‌ ଏବଂ ୟଙ୍ଗତ୍‌ଜେ ନଦୀ ମଧ୍ୟ ଦେଇ ସର୍ବାଧିକ ଅଳିଆ ପର୍ସିଆନ୍‌ ଉପସାଗର, ଆରବ ସାଗର ଏବଂ ପୂର୍ବ ଚାଇନ ସାଗରରେ ମିଶିଛି। ୟୁରୋପୀୟ ନଦୀଗୁଡ଼ିକରେ ୧୧ ପ୍ରତିଶତ ଆବର୍ଜନା ପହଞ୍ଚିଥିବା ଏହି ଅନୁସନ୍ଧାନକାରୀ ଟିମ୍‌ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri