ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌ ପିଟଙ୍କ ବିଭିନ୍ନ ଡିପ୍‌ଫେକ ଫଟୋ ଏବଂ ଭିଡିଓର ବ୍ୟବହାର କରି ଠକ ଆନିଙ୍କ ବିଶ୍ୱାସ ଜିଣିବା ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ସେ ଆନିଙ୍କୁ ବିବାହର ଲାଳସା ଦେଖାଇଥିଲେ। ଜଣେ ପ୍ରତିଷ୍ଠିତ ହଲିଉଡ୍‌ ଅଭିନେତାଙ୍କ ସ୍ତ୍ରୀ ହେବାର ସ୍ବପ୍ନ ଦେଖି ଆନି ନିଜ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଆନିଙ୍କୁ ଛାଡ଼ପତ୍ର ବାବଦକୁ ୭.୭୫ ଲକ୍ଷ କ୍ଷତିପୂରଣ ମିଳିଥିବାର ଜାଣି ଠକ ଜଣକ ତାଙ୍କୁ ବିଭିନ୍ନ ବାହାନା କରି ଅର୍ଥ ମାଗିଥିଲେ। ଅଭିନେତା ବ୍ରାଡ୍‌ଙ୍କ ପ୍ରେମରେ ପଡ଼ିଥିବାରୁ ଆନି ଅର୍ଥ ପ୍ରଦାନ କରି ଠକାମିରେ ପଡ଼ିଥିଲେ।
୨୦୨୩ ଫେବୃଆରୀରେ ଅଭିନେତା ବ୍ରାଡ୍‌ ପିଟ୍‌ଙ୍କ ପରି ଦେଖାଯାଉଥିବା ଏକ ଆକାଉଣ୍ଟରୁ ଆନିଙ୍କୁ ଏକ ମେସେଜ୍‌ ଆସିଥିଲା। ବ୍ରାଡ୍‌ଙ୍କ ସହ କଥା ହେଉଥିବା ଭାବି ଆନି ତାଙ୍କ ସହ ଚାର୍ଟିଂ କରିଥିଲେ। ଧୀରେ ଧୀରେ ଏହି ଚାର୍ଟିଂ ବନ୍ଧୁତାରେ ପରିଣତ ହୋଇଥିଲା। କିଛି ଦିନର ବନ୍ଧୁତା ପରେ ଆନି ବ୍ରାଡଙ୍କୁ ଭଲ ପାଇ ବସିଥିଲେ। ତେବେ ନିଜକୁ ବ୍ରାଡ୍‌ ଦର୍ଶାଉଥିବା ଠକ ଜଣକ ମଧ୍ୟ ଆନିଙ୍କୁ କବିତା ଶୁଣାଇ ଖୁସି କରାଉଥିବା ସହ ତାଙ୍କୁ ଖୁବ୍‌ ଭଲ ପାଉଥିବା କହିଥିଲେ। ଉକ୍ତ ଠକଜଣକ ବ୍ରାଡ୍‌ଙ୍କ ଫଟୋ ଏବଂ ତାଙ୍କର ଗସ୍ତ ସମ୍ପର୍କିତ ତଥ୍ୟ ଆନିଙ୍କୁ ପ୍ରଦାନ କରି ତାଙ୍କର ବିଶ୍ୱାସଭାଜନ ହୋଇପାରିଥିଲେ। ତେବେ ଆନି ମଙ୍ଗଳବାର ଏକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ କଲ୍‌କୁ କେବେ ବି ବ୍ରାଡ୍‌ ଭାବେ ନିଜକୁ ଦର୍ଶାଉଥିବା ଠକ ଜଣକ ଗ୍ରହଣ କରୁ ନ ଥିଲେ। ବରଂ ସେ ନିଜର କିଛି ଫଟୋ ଏବଂ ଭିଡିଓକୁ ଆନିଙ୍କୁ ପଠାଉଥିଲେ। ଉକ୍ତ ଭିଡିଓ ଦେଖି ଆନି ବ୍ରାଡ୍‌ଙ୍କ ସହ ନିଜର ବନ୍ଧୁତା ସ୍ଥାପନ ନେଇ ଆଶ୍ୱସ୍ତି ପ୍ରକାଶ କରୁଥିଲେ। ଧୀରେ ଧୀରେ ଆନି ବ୍ରାଡ୍‌ଙ୍କୁ ଭଲ ପାଇ ବସିଲେ ଏବଂ ତାଙ୍କ ସହ ରହିବାକୁ ସ୍ଥିର କରିଥିଲେ। ତେଣୁ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଛାଡ଼ପତ୍ରର କ୍ଷତିପୂରଣ ବାବଦକୁ ଆନିଙ୍କୁ ୭.୭୫ ଲକ୍ଷ ୟୁରୋ ମିଳିଥିଲା। ଏନେଇ ଆନି ନକଲି ବ୍ରାଡ୍‌ଙ୍କୁ ଜଣାଇଥିଲେ। ଏହା ପରଠାରୁ ଠକ ଜଣକ ବିଭିନ୍ନ ବାହାନା କରି ତାଙ୍କୁ ଅର୍ଥ ମାଗିଥିଲେ ବୋଲି ଆନି କହିଛନ୍ତି। ତେବେ ଗତବର୍ଷ ଏକଦା ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଅଛନ୍ତି ବୋଲି ତାଙ୍କୁ ନକଲି ବ୍ରାଡ୍‌ କହିଥିଲେ। ସ୍ତ୍ରୀ ଆଞ୍ଜୋଲିନା ଜୋଲିଙ୍କ ସହ ଛାଡ଼ପତ୍ର ପରେ ତାଙ୍କ ବ୍ୟାଙ୍କ୍‌ ଖାତା ବନ୍ଦ ହୋଇଯାଇଛି। ତେଣୁ ସେ କ୍ୟାନ୍‌ସର ଚିକିତ୍ସା ସମ୍ପର୍କିତ ଅର୍ଥ ପୈଠ କରିବାକୁ ଅସମର୍ଥ। ଏହି ବାହାନା କରି ନକଲି ବ୍ରାଡ୍‌ ଆନିଙ୍କୁ ଅର୍ଥ ମାଗିଥିଲେ। ଠକ ଜଣଙ୍କ ଆନିଙ୍କ ବିଶ୍ୱାସ ହାସଲ ପାଇଁ ଏଆଇର ବ୍ୟବହାର କରି ହସ୍ପିଟାଲର ବେଡ୍‌ରେ ବ୍ରାଡ୍‌ ଚିକିତ୍ସିତ ହେଉଥିବାର କିଛି ଫଟୋ ଏବଂ ଭିଡିଓ ପଠାଇଥିଲେ। ସେତେବେଳେ ସେ ଭାବପ୍ରବଣ ହୋଇ ବ୍ରାଡ୍‌ଙ୍କ ଜୀବନ ବଞ୍ଚାଇବା ପାଇଁ ଛାଡ଼ପତ୍ର ବାବଦକୁ ମିଳିଥିବା କ୍ଷତିପୂରଣ ରାଶିକୁ ମଧ୍ୟ ନକଲି ବ୍ରାଡଙ୍କୁ ଦେଇ ଦେଇଥିବା ଆନି କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଆନି ଉକ୍ତ ଠକଙ୍କୁ ୮ ଲକ୍ଷ ୩୦ ହଜାର ୟୁରୋ(ପ୍ରାୟ ୭.୩୬ କୋଟି ଟଙ୍କା) ଦେଇଥିଲେ। ତେବେ କିଛି ଦିନତଳେ ନ୍ୟୁଜ୍‌ ଦେଖିବା ସମୟରେ ଆନି ବ୍ରାଡ୍‌ଙ୍କୁ ତାଙ୍କ ନୂତନ ଗର୍ଲଫ୍ରେଣ୍ଡଙ୍କ ସହ ଦେଖି ସେ ଠକାମିର ସମ୍ମୁଖୀନ ହୋଇଥିବା ଜାଣିପାରିଥିଲେ। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ତେବେ ଏହି ଠକାମିର ସମ୍ମୁଖୀନ ହୋଇ ତାଙ୍କ ବ୍ୟକ୍ତିଗତ ଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ଆନି କହିଛନ୍ତି। ଅତ୍ୟଧିକ ଉଦାସୀନତା ଯୋଗୁ ତାଙ୍କୁ କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମାମଲା ଡିପ୍‌ଫେକ୍‌ ଏବଂ ଏଆଇ ଜ୍ଞାନକୌଶଳର ସମ୍ଭାବ୍ୟ ବିପଦକୁ ଦର୍ଶାଉଥିବା ନେଇ ବହୁ ବିଶେଷଜ୍ଞ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri