ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌ ପିଟଙ୍କ ବିଭିନ୍ନ ଡିପ୍‌ଫେକ ଫଟୋ ଏବଂ ଭିଡିଓର ବ୍ୟବହାର କରି ଠକ ଆନିଙ୍କ ବିଶ୍ୱାସ ଜିଣିବା ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ସେ ଆନିଙ୍କୁ ବିବାହର ଲାଳସା ଦେଖାଇଥିଲେ। ଜଣେ ପ୍ରତିଷ୍ଠିତ ହଲିଉଡ୍‌ ଅଭିନେତାଙ୍କ ସ୍ତ୍ରୀ ହେବାର ସ୍ବପ୍ନ ଦେଖି ଆନି ନିଜ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଆନିଙ୍କୁ ଛାଡ଼ପତ୍ର ବାବଦକୁ ୭.୭୫ ଲକ୍ଷ କ୍ଷତିପୂରଣ ମିଳିଥିବାର ଜାଣି ଠକ ଜଣକ ତାଙ୍କୁ ବିଭିନ୍ନ ବାହାନା କରି ଅର୍ଥ ମାଗିଥିଲେ। ଅଭିନେତା ବ୍ରାଡ୍‌ଙ୍କ ପ୍ରେମରେ ପଡ଼ିଥିବାରୁ ଆନି ଅର୍ଥ ପ୍ରଦାନ କରି ଠକାମିରେ ପଡ଼ିଥିଲେ।
୨୦୨୩ ଫେବୃଆରୀରେ ଅଭିନେତା ବ୍ରାଡ୍‌ ପିଟ୍‌ଙ୍କ ପରି ଦେଖାଯାଉଥିବା ଏକ ଆକାଉଣ୍ଟରୁ ଆନିଙ୍କୁ ଏକ ମେସେଜ୍‌ ଆସିଥିଲା। ବ୍ରାଡ୍‌ଙ୍କ ସହ କଥା ହେଉଥିବା ଭାବି ଆନି ତାଙ୍କ ସହ ଚାର୍ଟିଂ କରିଥିଲେ। ଧୀରେ ଧୀରେ ଏହି ଚାର୍ଟିଂ ବନ୍ଧୁତାରେ ପରିଣତ ହୋଇଥିଲା। କିଛି ଦିନର ବନ୍ଧୁତା ପରେ ଆନି ବ୍ରାଡଙ୍କୁ ଭଲ ପାଇ ବସିଥିଲେ। ତେବେ ନିଜକୁ ବ୍ରାଡ୍‌ ଦର୍ଶାଉଥିବା ଠକ ଜଣକ ମଧ୍ୟ ଆନିଙ୍କୁ କବିତା ଶୁଣାଇ ଖୁସି କରାଉଥିବା ସହ ତାଙ୍କୁ ଖୁବ୍‌ ଭଲ ପାଉଥିବା କହିଥିଲେ। ଉକ୍ତ ଠକଜଣକ ବ୍ରାଡ୍‌ଙ୍କ ଫଟୋ ଏବଂ ତାଙ୍କର ଗସ୍ତ ସମ୍ପର୍କିତ ତଥ୍ୟ ଆନିଙ୍କୁ ପ୍ରଦାନ କରି ତାଙ୍କର ବିଶ୍ୱାସଭାଜନ ହୋଇପାରିଥିଲେ। ତେବେ ଆନି ମଙ୍ଗଳବାର ଏକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ କଲ୍‌କୁ କେବେ ବି ବ୍ରାଡ୍‌ ଭାବେ ନିଜକୁ ଦର୍ଶାଉଥିବା ଠକ ଜଣକ ଗ୍ରହଣ କରୁ ନ ଥିଲେ। ବରଂ ସେ ନିଜର କିଛି ଫଟୋ ଏବଂ ଭିଡିଓକୁ ଆନିଙ୍କୁ ପଠାଉଥିଲେ। ଉକ୍ତ ଭିଡିଓ ଦେଖି ଆନି ବ୍ରାଡ୍‌ଙ୍କ ସହ ନିଜର ବନ୍ଧୁତା ସ୍ଥାପନ ନେଇ ଆଶ୍ୱସ୍ତି ପ୍ରକାଶ କରୁଥିଲେ। ଧୀରେ ଧୀରେ ଆନି ବ୍ରାଡ୍‌ଙ୍କୁ ଭଲ ପାଇ ବସିଲେ ଏବଂ ତାଙ୍କ ସହ ରହିବାକୁ ସ୍ଥିର କରିଥିଲେ। ତେଣୁ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଛାଡ଼ପତ୍ରର କ୍ଷତିପୂରଣ ବାବଦକୁ ଆନିଙ୍କୁ ୭.୭୫ ଲକ୍ଷ ୟୁରୋ ମିଳିଥିଲା। ଏନେଇ ଆନି ନକଲି ବ୍ରାଡ୍‌ଙ୍କୁ ଜଣାଇଥିଲେ। ଏହା ପରଠାରୁ ଠକ ଜଣକ ବିଭିନ୍ନ ବାହାନା କରି ତାଙ୍କୁ ଅର୍ଥ ମାଗିଥିଲେ ବୋଲି ଆନି କହିଛନ୍ତି। ତେବେ ଗତବର୍ଷ ଏକଦା ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଅଛନ୍ତି ବୋଲି ତାଙ୍କୁ ନକଲି ବ୍ରାଡ୍‌ କହିଥିଲେ। ସ୍ତ୍ରୀ ଆଞ୍ଜୋଲିନା ଜୋଲିଙ୍କ ସହ ଛାଡ଼ପତ୍ର ପରେ ତାଙ୍କ ବ୍ୟାଙ୍କ୍‌ ଖାତା ବନ୍ଦ ହୋଇଯାଇଛି। ତେଣୁ ସେ କ୍ୟାନ୍‌ସର ଚିକିତ୍ସା ସମ୍ପର୍କିତ ଅର୍ଥ ପୈଠ କରିବାକୁ ଅସମର୍ଥ। ଏହି ବାହାନା କରି ନକଲି ବ୍ରାଡ୍‌ ଆନିଙ୍କୁ ଅର୍ଥ ମାଗିଥିଲେ। ଠକ ଜଣଙ୍କ ଆନିଙ୍କ ବିଶ୍ୱାସ ହାସଲ ପାଇଁ ଏଆଇର ବ୍ୟବହାର କରି ହସ୍ପିଟାଲର ବେଡ୍‌ରେ ବ୍ରାଡ୍‌ ଚିକିତ୍ସିତ ହେଉଥିବାର କିଛି ଫଟୋ ଏବଂ ଭିଡିଓ ପଠାଇଥିଲେ। ସେତେବେଳେ ସେ ଭାବପ୍ରବଣ ହୋଇ ବ୍ରାଡ୍‌ଙ୍କ ଜୀବନ ବଞ୍ଚାଇବା ପାଇଁ ଛାଡ଼ପତ୍ର ବାବଦକୁ ମିଳିଥିବା କ୍ଷତିପୂରଣ ରାଶିକୁ ମଧ୍ୟ ନକଲି ବ୍ରାଡଙ୍କୁ ଦେଇ ଦେଇଥିବା ଆନି କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଆନି ଉକ୍ତ ଠକଙ୍କୁ ୮ ଲକ୍ଷ ୩୦ ହଜାର ୟୁରୋ(ପ୍ରାୟ ୭.୩୬ କୋଟି ଟଙ୍କା) ଦେଇଥିଲେ। ତେବେ କିଛି ଦିନତଳେ ନ୍ୟୁଜ୍‌ ଦେଖିବା ସମୟରେ ଆନି ବ୍ରାଡ୍‌ଙ୍କୁ ତାଙ୍କ ନୂତନ ଗର୍ଲଫ୍ରେଣ୍ଡଙ୍କ ସହ ଦେଖି ସେ ଠକାମିର ସମ୍ମୁଖୀନ ହୋଇଥିବା ଜାଣିପାରିଥିଲେ। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ତେବେ ଏହି ଠକାମିର ସମ୍ମୁଖୀନ ହୋଇ ତାଙ୍କ ବ୍ୟକ୍ତିଗତ ଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ଆନି କହିଛନ୍ତି। ଅତ୍ୟଧିକ ଉଦାସୀନତା ଯୋଗୁ ତାଙ୍କୁ କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମାମଲା ଡିପ୍‌ଫେକ୍‌ ଏବଂ ଏଆଇ ଜ୍ଞାନକୌଶଳର ସମ୍ଭାବ୍ୟ ବିପଦକୁ ଦର୍ଶାଉଥିବା ନେଇ ବହୁ ବିଶେଷଜ୍ଞ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ଦେଇର୍‌ ଅଲ୍‌-ବଲାହ,୮।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍‌ ଶନିବାର ଆଉ ୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଏହି ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ରେଡ୍‌କ୍ରସକୁ ହସ୍ତାନ୍ତର କରାଯାଇଛି। ଚୁକ୍ତିନାମା...

ନୂଆ ବାଣିଜ୍ୟ ଯୁ୍‌ଦ୍ଧ ଆରମ୍ଭ କରିବାକୁ ଯାଉଛନ୍ତି ଟ୍ରମ୍ପ, ଏହି ଦେଶ ଉପରେ ପଡିବ ବଡ଼ ପ୍ରଭାବ, ଲିଷ୍ଟରେ ଅଛି…

ଓ୍‌ବାଶିଂଟନ,୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ତାଙ୍କର ଟାରିଫ୍‌ ଯୋଜନା ସହିତ ଆଗକୁ ବଢ଼ିବାକୁ ଯାଉଛନ୍ତି। ଟ୍ରମ୍ପ ଅନେକ ଦେଶ ଉପରେ ପ୍ରତିଶୋଧମୂଳକ ଟାରିଫ୍‌...

ବଡ଼ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ସାରା ବିଶ୍ୱରେ ହଇଚଇ…

ଓ୍‌ବାଶିଂଟନ୍‌,୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତ୍ୟେକ ପଦକ୍ଷେପ ଅନନ୍ୟ। ତାଙ୍କର ପ୍ରତ୍ୟେକ ଗତିବିଧି ଉପରେ ବିଶ୍ୱ ନଜର ରଖେ। କିଏ ଜାଣେ ତାଙ୍କର କେଉଁ...

ୟୁନୁସ୍‌ଙ୍କୁ ଚ୍ୟାଲେଞ୍ଜ କଲେ ହାସିନା, ଭାରତକୁ ସିଧାସିଧା ଶୁଣାଇଦେଲା ବାଂଲାଦେଶ, କହିଲା …

ଢାକା,୨୮।୨: ୟୁନୁସ୍‌ ସରକାର ଉପରେ ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କଠୋର ମନ୍ତବ୍ୟକୁ ବାଂଲାଦେଶ ପସନ୍ଦ କରିନାହିଁ। ଢାକା ନୂଆଦିଲ୍ଲୀକୁ କହିଛି ଯେ ବହିଷ୍କୃତ...

ଦୁର୍ଘଟଣାଗ୍ରସ୍ତ ହେଲା ନିଖୋଜ ଥିବା ବିମାନ, ୧୦ ଯାତ୍ରୀଙ୍କ ମୃତ୍ୟୁ

ଓ୍‌ବାଶିଂଟନ୍‌,୧୮।୨: ଗୁରୁବାର (ଫେବୃଆରୀ ୬) ପଶ୍ଚିମ ଆଲାସ୍କାରୁ ନିଖୋଜ ହୋଇଥିବା ଏକ ଛୋଟ ଆମେରିକୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଏନେଇ ଶୁକ୍ରବାର ଆମେରିକା...

୧୦୪କୁ ନେଇ ଥମିନି ବିବାଦ, ଏପଟେ ଆଉ ୫୮୬ଙ୍କୁ ଫେରାଇ ଦେବାକୁ ଚାହିଁଲାଣି ଟ୍ରମ୍ପ ପ୍ରଶାସନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୮।୨: ମାତ୍ର ତିନି ଦିନ ପୂର୍ବେ, ଫେବୃଆରୀ ୫ ତାରିଖରେ, ଆମେରିକାରେ ରହୁଥିବା ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଭାରତକୁ ମୁକ୍ତ କରାଯାଇଥିଲା। ଏହି...

ଅଗଷ୍ଟରୁ ଏବେ ପର୍ଯ୍ୟନ୍ତ ବାଂଲାଦେଶରେ କେତେ ହିନ୍ଦୁଙ୍କ ଗଲାଣି ଜୀବନ, ଜାଣନ୍ତୁ…

ଢାକା/ନୂଆଦିଲ୍ଲୀ,୮।୨: ଶୁକ୍ରବାର ସରକାର କହିଛନ୍ତି ଯେ ଅଗଷ୍ଟ ମାସଠାରୁ ବାଂଲାଦେଶରେ ୨୩ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି ଏବଂ ହିନ୍ଦୁ ମନ୍ଦିର ଉପରେ ୧୫୨ଟି ଆକ୍ରମଣ...

ଆମେରିକାକୁ ବଡ଼ ଚ୍ୟାଲେଞ୍ଜ ଦେଲା ଇରାନ, ଭାରତ…

ଓ୍ବାଶିଂଟନ୍‌,୭।୨: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଶୁକ୍ରବାର କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ପରମାଣୁ ଆଲୋଚନା ପ୍ରସ୍ତାବ ପରେ ଏହାକୁ ଆମେରିକା ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri