ଜମାକାରୀଙ୍କ ଫିକ୍ସ ଡିପୋଜିଟ୍‌ରୁ ୮ଲକ୍ଷ ଟଙ୍କା ଗାଏବ

ଡେରାବିଶ/ପାଟକୁରା, ୫ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଜମାକାରୀଙ୍କ ଅଗୋଚରରେ ଫିକ୍ସ ଡିପୋଜିଟ୍‌ରୁ ୮ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲ୍ଳକ ବଙ୍ଗାଳପୁର ପଞ୍ଚାୟତ ମାହାଳସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ। ଏହି ଶାଖାରେ ନୂଆ ଶାସନ ଗ୍ରାମର ପ୍ରହଲ୍ଲାଦ ଦାସ ୧୦ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍‌ କରିଥିଲେ।
୨୦୨୨ ଜୁନ୍‌ ୩୦ରେ ଦାସ ଏକ ଫୋନ୍‌ କଲ ପାଇଲେ। ଅପରପକ୍ଷରୁ ମାହାଳ ଶାଖାର ପରିଚାଳକ ବ୍ୟାଙ୍କରେ ଥିବା ସମସ୍ତ ଜମାଖାତାର ତଦାରଖ ପାଇଁ ଆଧାର କାର୍ଡ଼, କେୱାଇସି, ପାସ୍‌ପୋର୍ଟ ଫଟୋ ନେଇ ଆସିବାକୁ କହିଥିଲେ। ଏଥିସହ ତୁମ ଫୋନ୍‌କୁ ଏକ ଓଟିପି ନମ୍ବର ଯିବ ତାହା ଜଣାଇବା ପାଇଁ କହିଥିଲେ। ଏହି ଫୋନ୍‌ କଲ ଉପରେ ଦାସଙ୍କ ସନ୍ଦେହ ହେବାରୁ ସେ ଏହି ଘଟଣାକୁ ଗୁରୁତ୍ୱ ଦେଲେନି। କିନ୍ତୁ ପରେ ତାଙ୍କ ଜମାଖାତାରୁ ପ୍ରଥମେ ୨୦ହଜାର ଓ ପରେ ୧୫ ହଜାର ଡେବିଟ୍‌ ହୋଇଯାଇଥିବା ଦାସଙ୍କ ଫୋନ୍‌କୁ ମେସେଜ ଯିବାରୁ ସେ ବ୍ୟସ୍ତ ହୋଇ ସାଙ୍ଗେ ସାଙ୍ଗେ ମାହାଳ ଶାଖାକୁ ଯାଇଥିଲେ। ସେଠାରେ ମ୍ୟାନେଜରଙ୍କୁ କହିବା ପରେ ମ୍ୟାନେଜର ଦାସଙ୍କ ଫୋନ୍‌ ନେଇ ମେସେଜ୍‌ଗୁଡ଼ିକୁ ପଢ଼ିଲେ ଏବଂ ବ୍ୟାଙ୍କ ଜମାଖାତା ମିଳାଇ ଟଙ୍କା ଉଠାଣ ହୋଇ ନ ଥିବା କହିଥିଲେ। ଏଥିସହ ଜମାଖାତାକୁ ହୋଲ୍ଡ କରିଦେଲେ। କହିଲେ ଏବେ ଏହି ଜମାଖାତାରୁ କେହି ବି ଟଙ୍କା ଉଠାଇପାରିବେ ନାହିଁ। ଆପଣଙ୍କର ଦରକାର ହେଲେ ମୋତେ କହିଲେ ମୁଁ ହୋଲ୍ଡ ଉଠାଇ ଦେଲେ ଆପଣ ଟଙ୍କା ଉଠାଣ କରିପାରିବେ। ଦାସ ଫିକ୍ସ ଡିପୋଜିଟ୍‌ ବାବଦରେ ପଚାରିବାରୁ ମ୍ୟାନେଜର କହିଥିଲେ ‘ଯେ ପର୍ଯ୍ୟନ୍ତ ଫିକ୍ସ ଡିପୋଜିଟ୍‌ ବଣ୍ଡ ଆପଣଙ୍କ ପାଖରେ ଅଛି ସେପର୍ଯ୍ୟନ୍ତ ଆପଣଙ୍କ ଡିପୋଜିଟ୍‌ର କିଛି କ୍ଷତି ହେବ ନାହିଁ। ପରେ ଦାସ ଘରକୁ ଫେରିଥିଲେ। ତେବେ ସେବେଠାରୁ ଦାସଙ୍କୁ ଫୋନ୍‌ କଲ୍‌ କଲେ ଏହା ଅନ୍ୟ ଫୋନ୍‌କୁ ଲାଗୁଥିବାରୁ ଦାସ କେନ୍ଦ୍ରାପଡ଼ାର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟକୁ ଯାଇ ଜାଣିଲେ ଯେ, ତାଙ୍କ ଫୋନ୍‌ କଲ୍‌କୁ ଅନ୍ୟ ଫୋନ୍‌କୁ ରିଡାଇରେକ୍ଟ ହୋଇଛି। ସେଠାରୁ ଏହାକୁ ସଜାଡ଼ି ଆଣିଥିଲେ। ୨୦୨୨ ଜୁଲାଇ ୨୭ରେ ଦାସଙ୍କ ଫିକ୍ସଡ଼୍‌ ଡିପୋଜିଟ୍‌ରୁ ଟଙ୍କା ଉଠାଣ ହୋଇଥିବା ଖବର ପାଇଥିଲେ ବି ୨୦୨୨ ଡିସେମ୍ବର ୧୪ରେ ଫୋନ୍‌କୁ ମେସେଜ୍‌ ଆସିଥିଲା କି ତୁମ ଫିକ୍ସ୍‌ ଡିପୋଜିଟ୍‌ରୁ ୮ ଲକ୍ଷ ଟଙ୍କା ଲୋନ୍‌ ହୋଇଛି। ଏ ଖବର ପାଇ ଦାସ ବ୍ୟାଙ୍କରେ ପହଞ୍ଚତ୍ ମ୍ୟାନେଜରଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ବରଂ ଦାସଙ୍କୁ ଖରାପ ବ୍ୟବହାର କରି ବ୍ୟାଙ୍କରୁ ବାହାରି ଯିବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ଦାସ ସେହି ମାସରେ ପାଟକୁରା ଥାନାରେ ମ୍ୟାନେଜରଙ୍କ ବିରୋଧରେ ଏତଲା ଦେଇ ତାଙ୍କ ଟଙ୍କା ଫେରି ପାଇବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ଅପରପକ୍ଷରେ ଏ ସମ୍ପର୍କରେ ପୋଲିସ୍‌ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ, ସାଇବର ଥାନା (କଟକ ଓ ଭୁବନେଶ୍ୱର), ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଆଞ୍ଚଳିକ ଶାଖା ଯାଜପୁର ଅମ୍ବୁଡ଼୍‌ସ୍‌ମ୍ୟାନଙ୍କ ନିକଟରେ ଅଭିଯୋଗ କରିଥିଲେ ବି ସେମାନେ କୌଣସି ପଦକ୍ଷେପ ଅଦ୍ୟାବଧି ନେଇ ନାହାନ୍ତି। ଏପଟେ ମାହାଳ ଶାଖା ମ୍ୟାନେଜର ପାଟକୁରା ଥାନାରେ ତାଙ୍କୁ ଦାସ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିଛନ୍ତି। ଫିକ୍ସ ଡିପୋଜିଟ୍‌ରୁ ଲୋନ୍‌ କରିବାକୁ ହେଲେ ଏହାର ବଣ୍ଡର ଆବଶ୍ୟକତା ରହିଥିବା ଏବଂ ଲୋନ୍‌ ଟଙ୍କା ଜମାକାରୀଙ୍କ ସଞ୍ଚୟ ଖାତାକୁ ଆସିବା ନିୟମ ଥିବା ବେଳେ କେଉଁ ବଣ୍ଡ ବଳରେ କେଉଁ ବ୍ୟକ୍ତି ଏହି ଲୋନ୍‌ କରିଛନ୍ତି ସେମାନଙ୍କର ଠିକଣା ଦେବାକୁ ବ୍ୟାଙ୍କ ଶାଖା ପରିଚାଳକ ଶୁଣୁନାହାନ୍ତି। ଏହାଛଡ଼ା ଏ ସମ୍ପର୍କରେ ଶାଖା ପରିଚାଳକ ଆଶିଷ କୁମାର ସାହୁ କୌଣସି ମନ୍ତବ୍ୟ ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ତେବେ ଫିକ୍ସ ଡିପୋଜିଟ୍‌ରୁ ହଡପ ଟଙ୍କା ପାଇବାକୁ ଦାସ ପୁନର୍ବାର ଷ୍ଟେଟ୍‌ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଦାସ ଗୁରୁବାର ସୂଚନା ଦେଇଛନ୍ତି। ଏପଟେ ଦାସଙ୍କ ଟଙ୍କା ଫେରି ପାଇବାର ସମସ୍ତ ଆଶା ଆଶଙ୍କାରେ ପରିଣତ ହେବା ତାଙ୍କୁ ଚିନ୍ତାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri