ଭିଡିଓ କନ୍‌ଫରେନ୍ସରେ କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮ ଅଭିଯୁକ୍ତ

ଚାନ୍ଦବାଲି, ୧୨।୪(ଡି.ଏନ.ଏ.):ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଭଦ୍ରକ ଜେଲ୍‌ରେ ଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସୋମବାର ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ହାଜର କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି। ଉକ୍ତ ଦିନ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୮ ଅଭିଯୁକ୍ତ ଗିରଫ ପରେ କ୍ରାଇମବ୍ରାଞ୍ଚ ଏକାଧିକବାର ରିମାଣ୍ଡରେ ନେଇ ତଦନ୍ତ ଜାରି ରଖିଥିବା ବେଳେ ମାନସ ହତ୍ୟା ପଛରେ ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ଗତ ମାର୍ଚ୍ଚ ୨୯ରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ନିରଞ୍ଜନ ସେଠୀ, ରଞ୍ଜନ ନାୟକ, ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିଥିଲା। ପରେ ପ୍ରଥମ ପର୍ଯ୍ୟାୟରେ ଶର୍ମିଷ୍ଠା ଓ ଝୁନାଙ୍କୁ ୫ଦିନିଆ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ ଜେରା କରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଗତ ୩ ତାରିଖରେ ପୁନର୍ବାର ସେମାନଙ୍କୁ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ଅବଧି ସରିବାରୁ ୭ ତାରିଖରେ ଚାନ୍ଦବାଲି କୋର୍ଟରେ ହାଜର ପରେ ଭଦ୍ରକ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୋକସ୍‌ରେ ଗାଁ ବିକାଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପାଳନ କରାଯାଇଛି। ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧିଜୀ ପ୍ରଥମେ ଓଡ଼ିଶା ଆସିଥିଲେ।...

ଗରାଏ ପାଣି ପାଇଁ ଘଣ୍ଟାଏ

ବଇଣ୍ଡା, ୧୬।୫:  ଗ୍ରାମାଞ୍ଚଳବାସୀଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି ସରକାର। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ‘ବସୁଧା’ ଯୋଜନାରେ...

ପକ୍ଷୀ, ବାସସ୍ଥଳୀର ସୁରକ୍ଷା ଚିନ୍ତା : ଏକାଠି ହେଲେ ପରିବେଶବିତ୍‌

ସୋନପୁର,୨୭।୧୨(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଛୋଟ ବଡ ନଦୀ, ନାଳ ଓ ବହୁ ସଂଖ୍ୟକ ବନ୍ଧ ରହିଛି। ଜଙ୍ଗଲ ସମ୍ପଦ ଓ ଉତ୍ତମ ଜଳବାୟୁ ଅଛି। ସ୍ଥାନୀୟ ଅଞ୍ଚଳରେ...

ଆସିଲା ଫେବୃୟାରୀ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଫେବୃୟାରୀ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି ହୋଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଗାଇଡ୍‌ଲାଇନ୍‌ ଅନୁସାରେ, ନାଇଟ୍‌ କର୍ଫ୍ୟୁ...

ଡାକ୍ତରଙ୍କୁ ପଚାରି ଖାଇହେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌

ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ସଂକ୍ରମଣର ସାମାନ୍ୟ କିମ୍ବା ସେଭଳି କିଛି ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନେ ନିଜ ଘରେ ଏକାନ୍ତବାସ ବା ସଙ୍ଗରୋଧ( ହୋମ୍‌ ସେଲ୍‌ଫ ଆଇସୋଲେଶନ)ରେ ରହି...

ନୂଆ ପିଆଜ ଆସିଲେ ଦର କମିବ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଗତ ୨/୩ ମାସ ହେବ ପିଆଜର ଅହେତୁକ ଦର ବୃଦ୍ଧି ଲୋକମାନଙ୍କୁ ଅତିଷ୍ଠ କରି ରଖିଛି। ନୂଆ ଅମଳ ନ ଆସିବା ଯାଏ ରାଜ୍ୟରେ ପିଆଜ...

ବଳାତ୍କାର ଅଭିଯୋଗରେ ଗିରଫ ହେଲେ କନଷ୍ଟେବଳ

ଜୟପୁର,୧୫ା୧(ନି.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ସେ ହେଲେ କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଡାବୁଗୁଡା...

ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଉନ୍ନତିରେ ଖର୍ଚ୍ଚ ହେଉନି ଅର୍ଥ

ତାଳଚେର, ୨୧ା୭ (ନି.ପ୍ର.) – ତାଳଚେର ପୌର ପରିଷଦରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଯୁବ ସମାଜସେବୀ ସଂଗଠନ। ଗୁରୁବାର ଆୟୋଜିତ ଏକ ଖବରଦାତା...

Advertisement
Archives

Model This Week