୪ କକ୍ଷରେ ପଢ଼ୁଛନ୍ତି ୮ ଶ୍ରେଣୀର ପିଲା

ଝରିଗାଁ, ୮।୨(ସ୍ବ.ପ୍ର.): ଭିତ୍ତିଭୂମିର ଅଭାବ, ଶିକ୍ଷକ ଇଚ୍ଛା କଲେ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରୁନାହାନ୍ତି। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୨୬୨ ଛାତ୍ରୀଛାତ୍ରଙ୍କ ପାଇଁ ରହିଛନ୍ତି ୭ଜଣ ଶିକ୍ଷୟିତ୍ରୀ ଶିକ୍ଷକ। ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶ୍ରେଣୀ ଗୃହ ନାହିଁ। ୮ଟି କ୍ଲାସ୍‌ର ପିଲାଙ୍କ ପାଇଁ ରହିଛି ମାତ୍ର ୪ଟି ଶ୍ରେଣୀଗୃହ। ଫଳରେ ଗୋଟିଏ ଶ୍ରେଣୀର ପିଲାଙ୍କୁ ପଢ଼ାଇବା ସମୟରେ ଅନ୍ୟ ଶ୍ରେଣୀର ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେଉଛି। ଶିକ୍ଷକମାନେ ପିଲାଙ୍କୁ ଗୁଣାମତ୍କ ଶିକ୍ଷା ପ୍ରଦାନ କରିପାରୁନାହାନ୍ତି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ୫ମ ଏସ୍‌ଏଫ୍‌ସି ଜିଆଇଏ ଯୋଜନା ସହାୟତାରେ ୩ଲକ୍ଷ ୭୫ ହଜାର ଅଟକଳ ମୂଲ୍ୟରେ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଇଛି। ଗୃହ କାର୍ଯ୍ୟ ଶେଷ ହେବାର ୩ମାସ ବିତିଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ହସ୍ତାନ୍ତର ହୋଇପାରିନାହିଁ। ଏ ନେଇ ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ଲିଖିତ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉକ୍ତ ନୂତନ ଶ୍ରେଣୀଗୃହ ହସ୍ତାନ୍ତର ହୋଇପାରି ନାହିଁ। ଏନେଇ ବିଡିଓଙ୍କୁ କହିଲେ ସେ ସମ୍ପୃକ୍ତ ପଞ୍ଚାୟତ ଦାୟିତ୍ୱରେ ରହିଥିବା ବିଭାଗୀୟ ଯନ୍ତ୍ରୀଙ୍କୁ କୁହନ୍ତୁ ବୋଲି କହୁଛନ୍ତି। ସେହିପରି ବାଣୁଆଗୁଡ଼ା ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ କହିଲେ ଏହି କାର୍ଯ୍ୟ ବିଡିଓଙ୍କ ହାତରେ ରହିଥିବା ସେ କହିଛନ୍ତି। ବିଦ୍ୟାଳୟର ସମସ୍ୟା ନେଇ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାଶଙ୍କୁ ଯୋଗାଯୋଗ କରାଯିବାରୁ ସେ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ବିଦ୍ୟାଳୟ ପାଚେରି, ରୋଷେଇଗୃହ ନ ଥିବା ହେତୁ ବିଦ୍ୟାଳୟ ଭିତ୍ତିଭୂମି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ସମସ୍ୟାର ସମାଧାନ ନେଇ ସମ୍ପୃକ୍ତ ବିଭାଗ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି କୁହୁରାକୋଟ ଗ୍ରାମବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସରୁ ନିଆଁ ଲାଗି ମହିଳାଙ୍କ ସମେତ ୬ ବଖରା ଜଳିଗଲା

ଚାନ୍ଦବାଲି,୧୭।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚଡ଼ଦିଆ ଗ୍ରାମରେ ଏକ ରନ୍ଧନ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ପଡ଼ୋଶୀଙ୍କ...

ପିକ୍‌ଅପ ଧକ୍କାରେ ସାଇକେଲ ଆରୋହୀଙ୍କ ଜୀବନଗଲା

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟାର ପଳାସ ବଣିଆ ଛକ ନିକଟରେ ଶନିବାର ପୂର୍ବାହ୍ନରେ ପିକ୍‌ଅପ୍‌ ଧକ୍କାରେ ଜଣେ ସାଇକେଲ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।...

ବେଆଇନ ଖନନ ରାଜସ୍ବ ଚୋରି: ଏନ୍‌ଜିଟି

ଯାଜପୁର ଅଫିସ,୧୨।୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ଚାଲିଥିବା ବେଆଇନ ବାଲି ଖାଦାନ ମାମଲା ଉପରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ...

ନାରୀ ସୁରକ୍ଷା ପାଇଁ ଦୁର୍ଗା

ସୁନ୍ଦରଗଡ଼, ୨୭।୯ (ଡି.ଏନ୍‌.ଏ): ଶାରଦୀୟ ଦୁର୍ଗାପୂଜା ଓ ଅନ୍ତର୍ଜାତୀୟ କନ୍ୟା ଦିବସ ଅବସରରେ ସୁନ୍ଦରଗଡ ଜିଲା ପୋଲିସ ବିଭାଗ ପକ୍ଷରୁ ସଶକ୍ତ ସୁନ୍ଦରଗଡ, ସୁରକ୍ଷିତ ସୁନ୍ଦରଗଡ...

ଚାଲିଛି ମଦ, ମାଂସର ଭୋଜି, ବଣ୍ଟାଯାଉଛି ଅର୍ଥ

ପାରାଦୀପ,୨୪।୧୦(ସ୍ବ.ପ୍ର.):ପାରାଦୀପ ବନ୍ଦର ଅଥରିଟିର ୨ ବୋର୍ଡ ସଦସ୍ୟ ଚୟନ ପାଇଁ ଅକ୍ଟୋବର ୨୮ରେ ନିର୍ବାଚନ ହେବ। ଏଥିପାଇଁ ଚଳିତଥର ୮ ୟୁନିୟନ ନିର୍ବାଚନରେ ଭାଗ ନେଇଛନ୍ତି।...

ଭଦ୍ରକରେ ୧୨୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧ା୬: ସୋମବାର ଜିଲାରୁ ୭ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଜିଲାରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦ ଛୁଇଁଛି। ଏମାନଙ୍କ ମଧ୍ୟରୁ କିଛି...

ନୂଆ ବାଇକ୍‌ କିଣିବାକୁ ଯାଇଥିଲେ ଅଜା ନାତି , ଶୋ’ରୁମ୍‌ ଆଗରୁ ଦେଢ଼ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜଳେଶ୍ୱର,୩୦।୧୨(ଡି.ଏନ୍‌.ଏ.): ଅଜା ନାତି ନୂଆ ବାଇକ କିଣିବାକୁ ଶୋ’ରୁମକୁ ଯାଇଥିଲେ। ବାଇକ ଦେଖୁଥିବା ବେଳେ ଗାଡି ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।...

ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ୩ ଜିଲାର ଜନପ୍ରତିନିଧି

ପୁରୁଷୋତ୍ତମପୁର,୧୯ା୨(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟରେ କଭଳି ନୂତନ ବୈଷୟିକ କାରିଗରୀ ନକ୍ସାର ଢାଞ୍ଚାରେ କାର୍ଯ୍ୟଶୈଳୀଗୁଡ଼ିକୁ ଦେଖିବା ଲାଗି ରାଜ୍ୟର ବିଭିନ୍ନ...

Advertisement
Archives

Model This Week