୪୦୦ ମିଲିଲିଟର କ୍ଷୀରକୁ ୭୯୦ ଟଙ୍କା

କଲମ୍ବୋ,୨୪ା୩: ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବଂ ଚାଇନା ସମେତ ଅନେକ ଦେଶ ଋଣରେ ବୁଡ଼ି ଦେବାଳିଆ ଘୋଷିତ ହେବାକୁ ଯାଉଛନ୍ତି। ଫଳରେ ଦେଶରେ ମୁଦ୍ରାସ୍ଫୀତି ଲୋକଙ୍କୁ ଅନାହାର ଆଡ଼କୁ ଠେଲିଦେଉଛି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ହୋଇଚାଲିଛି। ଶ୍ରୀଲଙ୍କାରେ ଏକ କିଲୋଗ୍ରାମ ଚିନିର ମୂଲ୍ୟ ୨୯୦ ଟଙ୍କା ଥିବା ବେଳେ ଚାଉଳ ୫୦୦ ଟଙ୍କା। ସେହିପରି ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ୪୦୦ ମିଲିଲିଟର କ୍ଷୀର ପାଇଁ ଲୋକଙ୍କୁ ୭୯୦ ଟଙ୍କା ଦେବାକୁ ପଡୁଛି।

ଶ୍ରୀଲଙ୍କାର ଲୋକେ ଭୋକ ଉପାସର ସମ୍ମୁଖୀନ ହେଉଥିବା କିଛି ପରିବାର ବେଆଇନ ଭାବେ ଭାରତ ଆସୁଛନ୍ତି। ସେ କହିଛନ୍ତି, ମତ୍ସ୍ୟଜୀବୀମାନେ ସେମାନଙ୍କୁ ଭାରତ ଆଣିବା ପରିବର୍ତ୍ତେ ତାଙ୍କଠାରୁ ୫୦ ହଜାରରୁ ୩ ଲକ୍ଷ ଟଙ୍କା ନେଇଥିଲେ। ମଙ୍ଗଳବାର ପ୍ରାୟ ୧୬ ଶ୍ରୀଲଙ୍କା ନାଗରିକ ସମୁଦ୍ର ଦେଇ ଭାରତରେ ପହଞ୍ଚିଥିଲେ।

ଏଥିମଧ୍ୟରେ ଏକ ଦମ୍ପତି ୪ ମାସର ଶିଶୁ ସହିତ ଭାରତ ଆସିଛନ୍ତି। ଅଧିକାରୀମାନେ ୨୪ ବର୍ଷୀୟ ଗଜେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ୨୨ ବର୍ଷୀୟା ମାରି କ୍ଲାରିନ୍ସ ବୋଲି ଚିହ୍ନଟ କରିଛନ୍ତି। ଚାରି ମାସର ପୁଅ ନିଜାଥ ମଧ୍ୟ ତାଙ୍କ ସହିତ ଥିଲେ।

ଜାନୁୟାରୀ ୪/୫ରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ୭୦% ହ୍ରାସ ପାଇ ୨.୩୬ ବିଲିୟନ ଡଲାରରେ ପହଞ୍ଚିଛି। ଆସନ୍ତା ୧୨ ମାସ ମଧ୍ୟରେ ଶ୍ରୀଲଙ୍କାକୁ ୭.୩ ବିଲିୟନ ଡଲାର (ପ୍ରାୟ ୫୪,୦୦୦କୋଟି) ଘରୋଇ ଏବଂ ବୈଦେଶିକ ଋଣ ପରିଶୋଧ କରିବାକୁ ପଡ଼ିବ। ଏଥିରେ ମୋଟ୍‌ ଋଣ ପ୍ରାୟ ୬୮% ଚାଇନାର ଅଟେ। ଚାଇନାକୁ ୫ ବିଲିୟନ ଡଲାର ଦେବ ଶ୍ରୀଲଙ୍କା।

ଅନ୍ୟପକ୍ଷରେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ସାହାଯ୍ୟର ହାତ ବଢ଼ାଇଛି। ପଡ଼ୋଶୀ ଦେଶକୁ ଭାରତ ୯୦୦ ମିଲିୟନ ଡଲାରରୁ ଅଧିକ ଋଣ ଦେବାକୁ ଘୋଷଣା କରିଛି। ଏହା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ଏବଂ ଖାଦ୍ୟ ଆମଦାନୀ କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-ୟୁକ୍ରେନ ଶେଷ ଆଲୋଚନା ବିଫଳ

କ୍ୱିଭ୍‌,୩୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଶେଷ ଆଲୋଚନା ମଧ୍ୟ ବିଫଳ ହୋଇଥିବା ଜଣାପଡିଛି। ରୁଷିଆର ଶକ୍ତି କେନ୍ଦ୍ରର କ୍ରେମଲିନ କହିଛି, ୟୁକ୍ରେନ ସହ...

ଆଇସୋଲେଶନ ଓ୍ବାର୍ଡକୁ ନ ଗଲେ ଭୋଗିବାକୁ ପଡିବ ଜେଲ ଦଣ୍ଡ

ରୋମ,୧୪।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲି ମୁହାଁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଏବେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ...

ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଛାଡିଲେ ଦୂତାବାସ

କାବୁଲ,୨୦ ।୯: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଦେଶ ଛାଡି ଚାଲିଯାଇଥିବା ଜଣାପଡିଛି । ଫଳରେ ତାଲିବାନ କୁଟନୈତିକ ମୋର୍ଚ୍ଚାରେ ଆଗକୁ ବଢିବାକୁ...

କରୋନା ରୋଗୀଙ୍କୁ ସୁସ୍ଥ କରିବ କଙ୍କଡ଼ା ରକ୍ତ: ୧ ଲିଟରର ଦାମ ୧୧ ଲକ୍ଷ!

ଓ୍ବାଶିଂଟନ,୧୦।୭: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତ ବିକାଶଶୀଳ ଦେଶ ପ୍ରୟାସ ଜାରି ରଖିଛନ୍ତି। ପ୍ରଥମେ...

ଚାଇନାରେ ପ୍ରବଳ ବର୍ଷା, ୧୫ ମୃତ, ୩ ନିଖୋଜ…

ବେଜିଂ, ୨୮।୫ : ଦକ୍ଷିଣ ଚାଇନା ପ୍ରବଳ ବର୍ଷା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ଚାଇନାର ସରକାରୀ...

ଚାଇନା ଲଞ୍ଚ୍‌ କଲା କରୋନା ପାସପୋର୍ଟ, ଲୋକଙ୍କୁ ମିଳିବ ଏସବୁ ସୁବିଧା

ବେଜିଂ,୧୦।୩: ଇତିମଧ୍ୟରେ କରୋନା ମହାମାରୀକୁ ବର୍ଷେ ପୂରିଗଲାଣି। ଏହି ପରିପ୍ରେକ୍ଷୀରେ ଚାଇନା ଏବେ ଡିଜିଡାଲ କରୋନା ଭ୍ୟାକ୍ସିନ ସାର୍ଟିଫିକେଟ ଲଞ୍ଚ କରିଛି। ଏହି ସାର୍ଟିଫିକେଟ ବା...

କୋଭିଡ୍‌ ଟିକାର ଚତୁର୍ଥ ଡୋଜ୍‌ ଦେବାକୁ ଘୋଷଣା କଲା ଇସ୍ରାଏଲ

ଇସ୍ରାଏଲ,୨୨।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିସ୍ତାରକୁ ନେଇ ଦେଶରେ ଚିନ୍ତା ବଢାଇଛି। ଏହାରି ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକାର...

‘ତାଇଓ୍ବାନ ଚାଇନାର, ଆମେରିକାର ନୁହେଁ’

ବେଜିଂ, ୮ା୮: ତାଇଓ୍ବାନ ଚାଇନାର ଅଂଶ, ଆମେରିକାର ନୁହେଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ରବିବାର କହିଛନ୍ତି। ଓ୍ବାଶିଂଟନ୍‌ ଚତୁରତାର ସହ ତାଇଓ୍ବାନ...

Advertisement
Archives

Model This Week