ମୁକ୍ତିର ମାଧୁର୍ଯ୍ୟ

ପ୍ର. ଡା. ଉମେଶ ଚନ୍ଦ୍ର ପାତ୍ର
ଆଜିର ଦିନଟି ଦୁଇଟି ଦୃଷ୍ଟିରୁ ଆମ ପାଇଁ ଅତ୍ୟନ୍ତ ଆନନ୍ଦର ଦିନ। ପ୍ରଥମତଃ ଆଜି ସାରା ଦେଶରେ ପାଳିତ ହେଉଛି ୭୭ତମ ସ୍ବାଧୀନତା ଦିବସ। ପ୍ରଥମେ ସ୍ବାଧୀନତା ଦିବସ ସମ୍ବନ୍ଧରେ। ସାରା ବିଶ୍ୱରେ ଆମ ଦେଶ ଭାରତର ମୁଖ୍ୟତଃ ଦୁଇଗୋଟି ସ୍ବତନ୍ତ୍ର ପରିଚିତି ରହିଛି। ତାହା ହେଉଛି ଶକ୍ତିଶାଳୀ ବ୍ରିଟିଶ ସରକାର ବିରୋଧରେ ଅହିଂସାର ମାର୍ଗ ଅନୁସରଣ କରି ସ୍ବାଧୀନତା ହାସଲ କରିବା ଏବଂ ବିବିଧତା ଭିତରେ ଏକତା। ଜାତିର ପିତା ମହାତ୍ମା ଗାନ୍ଧୀ ତଥା ଦେଶର କିଛି ଜନନାୟକଙ୍କ ନେତୃତ୍ୱରେ ଅହିଂସା ମାର୍ଗରେ ପରିଚାଳିତ ହୋଇ ଦେଶର ଜନସାଧାରଣ ଆଜିକୁ ୭୬ବର୍ଷ ତଳେ ହାସଲ କରିଥିଲେ ସ୍ବାଧୀନତା। ଆଉ ସ୍ବାଧୀନ ହେବା ପରେ ଖୁବ୍‌ ଆନନ୍ଦରେ ଗାଇ ଉଠିଥିଲେ- ଆମରି ନାଆର ଆମେ ନାଉରି, ଆମେ ଚଳାଉଛୁ ଦେଶ ଆମରି। ଦେଶ ଚଳାଇଲେ ଆମରି ଭାରତୀୟ ନେତାମାନେ। ବିଗତ ୭୬ ବର୍ଷ ଭିତରେ ଦେଶରେ ଘଟିଯାଇଛି ଅନେକ ଘଟଣା ଦୁର୍ଘଟଣା, ଉଲ୍ଲେଖନୀୟ ଭାବରେ ବଦଳି ଯାଇଛି ସବୁ କ୍ଷେତ୍ରର ପରିସଂଖ୍ୟାନ ତାହା ପୁଣି ଦ୍ରୁତ ବେଗରେ। ଆଜିର ଏଇ ସ୍ବାଧୀନତା ଦିବସ ଅବସରରେ ସେ ସବୁ ଉପରେ ପୁଣିଥରେ ଆଖି ପହଁରାଇ ଆଣିବାର ପ୍ରାସଙ୍ଗିକତା ରହିଛି ବୋଲି ଆମେ ମନେକରୁ। ପ୍ରଥମେ ଦେଶ ବିଭକ୍ତ ହୋଇଯାଇଛି ଦୁଇ ଭାଗରେ – ଭାରତ ଓ ପାକିସ୍ତାନ ନାମକ ଦୁଇଟି ରାଷ୍ଟ୍ରରେ। ତା’ପରେ ଗଣତାନ୍ତ୍ରିକ ପଦ୍ଧତିକୁ ଆପଣାଇଥିବା ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ଗଢ଼ିବାକୁ ଆରମ୍ଭ କରିଥିବା ପ୍ରଗତିର ରଥ ଏବେ ପ୍ରଗତି ପଥରେ ମାଡ଼ି ଚାଲିଛି। ବିକାଶ ନାଁରେ ଶିଳ୍ପ ପ୍ରତିଷ୍ଠାଠାରୁ ଆରମ୍ଭ କରି ବିଜ୍ଞାନ ଓ କାରିଗରି ବିଦ୍ୟାର ପ୍ରସାର, ନଦୀବନ୍ଧ ଯୋଜନା ଇତ୍ୟାଦିର କାର୍ଯ୍ୟାରମ୍ଭ ହୋଇଛି। ଫଳସ୍ବରୂପ ଆଜି ଆମ ଦେଶ ବିଶ୍ୱର ଅନ୍ୟତମ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ବିବେଚିତ ହେବା ସହିତ ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଅର୍ଜନ କରିପାରିଛି ଯଥେଷ୍ଟ ସୁନାମ। ଅର୍ଥନୀତି ଦୃଷ୍ଟିରୁ ଯଦିଓ ଦେଶ ଏବେ ବି କେତେକାଂଶରେ ବିଶ୍ୱର ବିକଶିତ ରାଷ୍ଟ୍ରମାନଙ୍କଠାରୁ ପଛରେ ରହିଛି, ତଥାପି ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି ଭାବରେ ଏହା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇପାରିଛି।
ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସ୍ବାଧୀନତା ପ୍ରସଙ୍ଗରେ ଅତ୍ୟନ୍ତ ଲଳିତ ମଧୁର କଣ୍ଠରେ କହିଲେ –  ସ୍ବାଧୀନତାର ମର୍ମ କେତେ ଲୋକ ବୁଝନ୍ତି? ତାହା ଯିଏ ବୁଝେ ଓ କରେ ସେ ସପରିବେଶ ଜୀବନର ମାଧୁର୍ଯ୍ୟ ଉପଲବ୍ଧି କରିପାରେ। ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ନିଶ୍ଚୟାତ୍ମକ ଭଙ୍ଗୀରେ ପ୍ରକାଶ କଲେ – ମାଆ-ବାପା, ଭାଇ-ଭଉଣୀ, ସ୍ତ୍ରୀ-ପୁତ୍ର, ଆତ୍ମୀୟ-ସ୍ବଜନ, କୁଟୁମ୍ବ-ବନ୍ଧୁବାନ୍ଧବ, ପାରିପାର୍ଶ୍ୱିକ-ପରିସ୍ଥିତି, ଦେଶ-ବିଦେଶ ଇତ୍ୟାଦି ଭିତରେ ଯେତେବେଳେ ବାସ୍ତବ ଭାବରେ ଦେବା-ନେବା ଭିତର ଦେଇ ସକ୍ରିୟ ସହାନୁଭୂତି ଓ ସହଯୋଗିତାରେ ପାରସ୍ପରିକ ସଙ୍ଗଠନ ସୃଷ୍ଟି ହୁଏ, ମନୁଷ୍ୟ ଆଦର୍ଶ ପରିପୂରଣୀ, କର୍ମଠ ଓ ଅର୍ଜୀ ହୋଇଉଠେ, ପ୍ରତ୍ୟେକଙ୍କର ପୂରଣ, ପୋଷଣ, ରକ୍ଷଣ ଓ ଅଷିଷ୍ଟ ଦମନରେ – ସ୍ବାଧୀନତା ସେତେବେଳେ ହିଁ ସତ୍ୟକାର ରୂପ ନିଏ – ଆଉ ତାହା ଉଚ୍ଛଳ ଉନ୍ନତିରେ ଆଗେଇ ଚାଲେ – ଏହାର ତାତ୍ପର୍ଯ୍ୟ ହିଁ ଏହିଠାରେ, ଆଉ ଭାରତରେ ଚନ୍ଦ୍ରଗୁପ୍ତ, ଧର୍ମାଶୋକ, ସମୁଦ୍ରଗୁପ୍ତ ଓ ବିକ୍ରମାଦିତ୍ୟ ଥିଲେ ଏହି ସ୍ବାଧୀନତାର ବାସ୍ତବ ପରିଣୟନୀ ସିଦ୍ଧପୁରୁଷ। ସେ  ପୁନର୍ବାର ପ୍ରକାଶ କଲେ-ବୈଶିଷ୍ଟ୍ୟପାଳୀ ଆପୂରୟମାଣ ଆଦର୍ଶକୁ କେନ୍ଦ୍ର କରି ଦେଶର ଜନସାଧାରଣ ଯେତେବେଳେ ପରସ୍ପରର ସା-ସ୍ବାର୍ଥେ ସ୍ବାର୍ଥନ୍ବିତ ହୋଇ ସ୍ବ-ସ୍ବ-ବୈଶିଷ୍ଟ୍ୟାନୁଯାୟୀ  ପରସ୍ପରକୁ ପରିପୂରଣ, ସେବା ଓ ସଂରକ୍ଷଣ କରିଚାଲନ୍ତି, ସେତେବେଳେ ହିଁ ଦେଶରେ ଆସେ ପ୍ରକୃତ ସ୍ବାଧୀନତା। ନୋବେଲ ବିଜେତା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଗାଇ ଉଠିଲେ – କେବେ ପ୍ରାଣ ଖୋଲି କହି ମୁଁ ପାରିବି, ପାଇଛି ମୋର ଶେଷ। ତୁମ୍ଭେ ସଭିଏଁ ଆସ ମୋ ପଛେ, ଗୁରୁ ତୁମ ସଭିଙ୍କୁ ଡାକିଛେ, ମୋର ଜୀବନେ  ଲଭଇ ଜୀବନ, ଜାଗରେ ସକଳ ଦେଶ।
-ପ୍ରଫେସର, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ,
ମୋ : ୯୪୩୭୦୫୧୯୫୭

Enter your email to get our daily news in your inbox.

All Right Reserved By Dharitri.Com

‘ବିକାଶ ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ଆବଶ୍ୟକ’

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ୭୭ତମ ସ୍ବାଧୀନତା ଦିବସ ଧୂମ୍‌ଧାମରେ ପାଳନ କରାଯାଇଛି। ଏହି ଅବସରରେ ପଲ୍ଲିଠାରୁ ସହର ପର୍ଯ୍ୟନ୍ତ...

ସ୍ବାଧୀନତା ଆନ୍ଦୋଳନରେ ବିଦେଶିନୀ

ଡ. ଅରୁନ୍ଧତୀ ଦେବୀ ସ୍ବାଧୀନ ତା ଓ ପରାଧୀନତାର ଲାଭ ଓ କ୍ଷତି ବିଷୟରେ ଆଜିର ଭାରତବର୍ଷର ଶିକ୍ଷିତ ନାଗରିକମାନଙ୍କୁ କିଛି ବୁଝାଇ କହିବାର ପ୍ରୟୋଜନ...

ରାୟଗଡ଼ାରେ ପତ୍ତାକା ଉତ୍ତୋଳନ କଲେ ଜିଲାପାଳ

ରାୟଗଡ଼ା ଅଫିସ,୧୫ା୮: ୭୬ତମ ସ୍ବାଧୀନତା ଦିବସ ସୋମବାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି...

ବୌଦ୍ଧରେ ସ୍ବାଧୀନତା ଦିବସ

ବୌଦ୍ଧ,୧୫ା୮(ସ୍ବ.ପ୍ର.): ବୌଦ୍ଧରେ ସୋମବାର ୭୬ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୌଦ୍ଧ କଚେରୀ ପଡ଼ିଆଠାରେ ଆୟୋଜିତ ଉତ୍ସବରେ...

ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ…

ନୂଆଦିଲ୍ଲୀ, ୧୫।୮ : ଦେଶର ୭୬ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ ଦେଶର ବିକାଶ ପାଇଁ ଆଗାମୀ ୨୫...

ମେଡ୍‌ ଇନ୍‌ ଇଣ୍ଡିଆ ତୋପରୁ ତ୍ରିରଙ୍ଗାକୁ ସଲାମୀ…

ନୂଆଦିଲ୍ଲୀ, ୧୫।୮ : ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ଦେଶର ନାମରେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ...

ଦେଶବାସୀଙ୍କୁ ଯନ୍ତ୍ରଣା କହିବିନି ତ କ‘ଣ କହିବି, ପ୍ରଧାନମନ୍ତ୍ରୀ ବଖାଣିଲେ ମନର ବ୍ୟଥା, ନାରୀ ଶକ୍ତିଙ୍କ ସମ୍ମାନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ, ୧୫।୮ : ଲାଲ୍‌ କିଲ୍ଲାରୁ ଦେଶର ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଇଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମହିଳା...

ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ସ୍ତମ୍ଭ ଅବହେଳିତ

ଚଣ୍ଡିଖୋଲ,୧୫ା୮(ଡି.ଏନ.ଏ.): ସାରାଦେଶ ଏବେ ପାଳୁଛି ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ। ଏଥିପାଇଁ ୩ ଦିନ ଧରି ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri