ମୁକ୍ତିର ମାଧୁର୍ଯ୍ୟ

ପ୍ର. ଡା. ଉମେଶ ଚନ୍ଦ୍ର ପାତ୍ର
ଆଜିର ଦିନଟି ଦୁଇଟି ଦୃଷ୍ଟିରୁ ଆମ ପାଇଁ ଅତ୍ୟନ୍ତ ଆନନ୍ଦର ଦିନ। ପ୍ରଥମତଃ ଆଜି ସାରା ଦେଶରେ ପାଳିତ ହେଉଛି ୭୭ତମ ସ୍ବାଧୀନତା ଦିବସ। ପ୍ରଥମେ ସ୍ବାଧୀନତା ଦିବସ ସମ୍ବନ୍ଧରେ। ସାରା ବିଶ୍ୱରେ ଆମ ଦେଶ ଭାରତର ମୁଖ୍ୟତଃ ଦୁଇଗୋଟି ସ୍ବତନ୍ତ୍ର ପରିଚିତି ରହିଛି। ତାହା ହେଉଛି ଶକ୍ତିଶାଳୀ ବ୍ରିଟିଶ ସରକାର ବିରୋଧରେ ଅହିଂସାର ମାର୍ଗ ଅନୁସରଣ କରି ସ୍ବାଧୀନତା ହାସଲ କରିବା ଏବଂ ବିବିଧତା ଭିତରେ ଏକତା। ଜାତିର ପିତା ମହାତ୍ମା ଗାନ୍ଧୀ ତଥା ଦେଶର କିଛି ଜନନାୟକଙ୍କ ନେତୃତ୍ୱରେ ଅହିଂସା ମାର୍ଗରେ ପରିଚାଳିତ ହୋଇ ଦେଶର ଜନସାଧାରଣ ଆଜିକୁ ୭୬ବର୍ଷ ତଳେ ହାସଲ କରିଥିଲେ ସ୍ବାଧୀନତା। ଆଉ ସ୍ବାଧୀନ ହେବା ପରେ ଖୁବ୍‌ ଆନନ୍ଦରେ ଗାଇ ଉଠିଥିଲେ- ଆମରି ନାଆର ଆମେ ନାଉରି, ଆମେ ଚଳାଉଛୁ ଦେଶ ଆମରି। ଦେଶ ଚଳାଇଲେ ଆମରି ଭାରତୀୟ ନେତାମାନେ। ବିଗତ ୭୬ ବର୍ଷ ଭିତରେ ଦେଶରେ ଘଟିଯାଇଛି ଅନେକ ଘଟଣା ଦୁର୍ଘଟଣା, ଉଲ୍ଲେଖନୀୟ ଭାବରେ ବଦଳି ଯାଇଛି ସବୁ କ୍ଷେତ୍ରର ପରିସଂଖ୍ୟାନ ତାହା ପୁଣି ଦ୍ରୁତ ବେଗରେ। ଆଜିର ଏଇ ସ୍ବାଧୀନତା ଦିବସ ଅବସରରେ ସେ ସବୁ ଉପରେ ପୁଣିଥରେ ଆଖି ପହଁରାଇ ଆଣିବାର ପ୍ରାସଙ୍ଗିକତା ରହିଛି ବୋଲି ଆମେ ମନେକରୁ। ପ୍ରଥମେ ଦେଶ ବିଭକ୍ତ ହୋଇଯାଇଛି ଦୁଇ ଭାଗରେ – ଭାରତ ଓ ପାକିସ୍ତାନ ନାମକ ଦୁଇଟି ରାଷ୍ଟ୍ରରେ। ତା’ପରେ ଗଣତାନ୍ତ୍ରିକ ପଦ୍ଧତିକୁ ଆପଣାଇଥିବା ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ଗଢ଼ିବାକୁ ଆରମ୍ଭ କରିଥିବା ପ୍ରଗତିର ରଥ ଏବେ ପ୍ରଗତି ପଥରେ ମାଡ଼ି ଚାଲିଛି। ବିକାଶ ନାଁରେ ଶିଳ୍ପ ପ୍ରତିଷ୍ଠାଠାରୁ ଆରମ୍ଭ କରି ବିଜ୍ଞାନ ଓ କାରିଗରି ବିଦ୍ୟାର ପ୍ରସାର, ନଦୀବନ୍ଧ ଯୋଜନା ଇତ୍ୟାଦିର କାର୍ଯ୍ୟାରମ୍ଭ ହୋଇଛି। ଫଳସ୍ବରୂପ ଆଜି ଆମ ଦେଶ ବିଶ୍ୱର ଅନ୍ୟତମ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ବିବେଚିତ ହେବା ସହିତ ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଅର୍ଜନ କରିପାରିଛି ଯଥେଷ୍ଟ ସୁନାମ। ଅର୍ଥନୀତି ଦୃଷ୍ଟିରୁ ଯଦିଓ ଦେଶ ଏବେ ବି କେତେକାଂଶରେ ବିଶ୍ୱର ବିକଶିତ ରାଷ୍ଟ୍ରମାନଙ୍କଠାରୁ ପଛରେ ରହିଛି, ତଥାପି ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି ଭାବରେ ଏହା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇପାରିଛି।
ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସ୍ବାଧୀନତା ପ୍ରସଙ୍ଗରେ ଅତ୍ୟନ୍ତ ଲଳିତ ମଧୁର କଣ୍ଠରେ କହିଲେ –  ସ୍ବାଧୀନତାର ମର୍ମ କେତେ ଲୋକ ବୁଝନ୍ତି? ତାହା ଯିଏ ବୁଝେ ଓ କରେ ସେ ସପରିବେଶ ଜୀବନର ମାଧୁର୍ଯ୍ୟ ଉପଲବ୍ଧି କରିପାରେ। ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ନିଶ୍ଚୟାତ୍ମକ ଭଙ୍ଗୀରେ ପ୍ରକାଶ କଲେ – ମାଆ-ବାପା, ଭାଇ-ଭଉଣୀ, ସ୍ତ୍ରୀ-ପୁତ୍ର, ଆତ୍ମୀୟ-ସ୍ବଜନ, କୁଟୁମ୍ବ-ବନ୍ଧୁବାନ୍ଧବ, ପାରିପାର୍ଶ୍ୱିକ-ପରିସ୍ଥିତି, ଦେଶ-ବିଦେଶ ଇତ୍ୟାଦି ଭିତରେ ଯେତେବେଳେ ବାସ୍ତବ ଭାବରେ ଦେବା-ନେବା ଭିତର ଦେଇ ସକ୍ରିୟ ସହାନୁଭୂତି ଓ ସହଯୋଗିତାରେ ପାରସ୍ପରିକ ସଙ୍ଗଠନ ସୃଷ୍ଟି ହୁଏ, ମନୁଷ୍ୟ ଆଦର୍ଶ ପରିପୂରଣୀ, କର୍ମଠ ଓ ଅର୍ଜୀ ହୋଇଉଠେ, ପ୍ରତ୍ୟେକଙ୍କର ପୂରଣ, ପୋଷଣ, ରକ୍ଷଣ ଓ ଅଷିଷ୍ଟ ଦମନରେ – ସ୍ବାଧୀନତା ସେତେବେଳେ ହିଁ ସତ୍ୟକାର ରୂପ ନିଏ – ଆଉ ତାହା ଉଚ୍ଛଳ ଉନ୍ନତିରେ ଆଗେଇ ଚାଲେ – ଏହାର ତାତ୍ପର୍ଯ୍ୟ ହିଁ ଏହିଠାରେ, ଆଉ ଭାରତରେ ଚନ୍ଦ୍ରଗୁପ୍ତ, ଧର୍ମାଶୋକ, ସମୁଦ୍ରଗୁପ୍ତ ଓ ବିକ୍ରମାଦିତ୍ୟ ଥିଲେ ଏହି ସ୍ବାଧୀନତାର ବାସ୍ତବ ପରିଣୟନୀ ସିଦ୍ଧପୁରୁଷ। ସେ  ପୁନର୍ବାର ପ୍ରକାଶ କଲେ-ବୈଶିଷ୍ଟ୍ୟପାଳୀ ଆପୂରୟମାଣ ଆଦର୍ଶକୁ କେନ୍ଦ୍ର କରି ଦେଶର ଜନସାଧାରଣ ଯେତେବେଳେ ପରସ୍ପରର ସା-ସ୍ବାର୍ଥେ ସ୍ବାର୍ଥନ୍ବିତ ହୋଇ ସ୍ବ-ସ୍ବ-ବୈଶିଷ୍ଟ୍ୟାନୁଯାୟୀ  ପରସ୍ପରକୁ ପରିପୂରଣ, ସେବା ଓ ସଂରକ୍ଷଣ କରିଚାଲନ୍ତି, ସେତେବେଳେ ହିଁ ଦେଶରେ ଆସେ ପ୍ରକୃତ ସ୍ବାଧୀନତା। ନୋବେଲ ବିଜେତା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଗାଇ ଉଠିଲେ – କେବେ ପ୍ରାଣ ଖୋଲି କହି ମୁଁ ପାରିବି, ପାଇଛି ମୋର ଶେଷ। ତୁମ୍ଭେ ସଭିଏଁ ଆସ ମୋ ପଛେ, ଗୁରୁ ତୁମ ସଭିଙ୍କୁ ଡାକିଛେ, ମୋର ଜୀବନେ  ଲଭଇ ଜୀବନ, ଜାଗରେ ସକଳ ଦେଶ।
-ପ୍ରଫେସର, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ,
ମୋ : ୯୪୩୭୦୫୧୯୫୭

Enter your email to get our daily news in your inbox.

All Right Reserved By Dharitri.Com

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?