ଶିକ୍ଷଣ ଆକଳନରୁ ବାଦ୍‌ପଡ଼ିଲା ୭୭ ବିଦ୍ୟାଳୟ

ଡେରାବିଶ, ୧୭ା୧୧(ସ୍ବ.ପ୍ର.): ମହାମାରୀ କରୋନା ସମୟରେ ଛାତ୍ରୀଛାତ୍ରଙ୍କୁ କରୋନା ବିପଦରୁ ରକ୍ଷା ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ କରୋନା କଟକଣା ହଟିବା ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ପୁନର୍ବାର ଖୋଲିଥିଲା। ତେବେ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଦୁଇବର୍ଷର ପାଠ୍ୟକ୍ରମକୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷଣ ପରିପୂରଣ ଯୋଜନା ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟକୁ ଏକ ବେସରକାରୀ ସଂସ୍ଥା ମାଧ୍ୟମରେ ଗଣଶିକ୍ଷା ବିଭାଗ ପକ୍ଷରୁ ପୁସ୍ତକ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା। ଏହିକ୍ରମରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଶିକ୍ଷା ସର୍କଲ ଅଧୀନରେ ଥିବା ୨୬ଟି ପଞ୍ଚାୟତର ୧୭୪ଟି ପ୍ରାଥମିକ ବିଦ୍ୟାଳୟ ରହିଛି। ପ୍ରତ୍ୟେକ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ଶିକ୍ଷାର୍ଥି ଅଭ୍ୟାସ ପୁସ୍ତିକା ଅକ୍ଟୋବର ୧୦ ତାରିଖ ସୁଦ୍ଧା ଯୋଗାଇ ଦିଆଯିବା କଥା। ତେବେ ଅକ୍ଟୋବର ୧୧ ତାରିଖରୁ ଶିକ୍ଷଣ ପରିପୂରଣ ଯୋଜନାରେ ୫୦ଦିନ ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଥିବା ଶିକ୍ଷାର୍ଥୀ ଅଭ୍ୟାସ ପୁସ୍ତିକାକୁ ଛାତ୍ରୀଛାତ୍ରଙ୍କୁ ପଢ଼ାଇ ପ୍ରତି ୨୫ ଦିନ ଅନ୍ତରରେ କରୋନା ସମୟରେ କ୍ଷତି ହୋଇଥିବା ପାଠପଢ଼ା ଛାତ୍ରୀଛାତ୍ରଙ୍କ ପାଇଁ କେତେ ସମୃଦ୍ଧ ହୋଇଛି ତାହାର ଆକଳନ କରାଯିବା କଥା। ଚଳିତ ମାସ ୧୭, ୧୮ ଓ ୧୯ ତାରିଖରେ ବ୍ଲକରେ ୨୫ ଦିନିଆ ଆକଳନ ବ୍ୟବସ୍ଥା କରାଯିବ। ତେବେ ଏହି ଆକଳନ କାର୍ଯ୍ୟକ୍ରମରୁ ୭୭ଟି ବିଦ୍ୟାଳୟ ବାଦ ପଡ଼ିଛି। ଏ ବିଷୟରେ ବିଆରସିସି (ସାଧନ କେନ୍ଦ୍ର ସଂଯୋଜକ) ନରହରୀ ସୂତାରଙ୍କ ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟଗୁଡ଼ିକୁ ଏ ଯାଏ ଅଭ୍ୟାସ ପୁସ୍ତିକା ଦିଆଯାଇନାହିଁ। ଯେଉଁଥିପାଇଁ ୨୫ ଦିନିଆ ଆକଳନ ବ୍ୟବସ୍ଥା ୯୭ଟି ବିଦ୍ୟାଳୟରେ କରାଯାଉଥିବା ବେଳେ ଅବଶିଷ୍ଟ ବିଦ୍ୟାଳୟ ପରବର୍ତ୍ତୀ ଅବସ୍ଥାରେ ପୁସ୍ତିକା ଯୋଗାଇ ଦିଆଯିବା ପରେ ଆକଳନ କାର୍ଯ୍ୟକ୍ରମ କରାଯିବ ବୋଲି ସୂତାର କହିଛନ୍ତି। ତେବେ କରୋନା ସମୟର ଶିକ୍ଷାକୁ ଛାତ୍ରୀଛାତ୍ରଙ୍କ ପୂରଣ ପାଇଁ ପରିପୂରଣ ଯୋଜନା ମାଧ୍ୟମରେ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ଲକରେ ଏହାର କାହିଁକି ବ୍ୟତିକ୍ରମ ହେଲା ବୋଲି ଶିକ୍ଷାବିତ୍‌ ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ ପ୍ରଶ୍ନ କରିଛନ୍ତି। ବାଦ ପଡ଼ିଥିବା ୭୭ ଟି ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri