ଏଡ୍‌ସରେ ୭୭ ଲକ୍ଷଙ୍କ ମୃତ୍ୟୁ ଆଶଙ୍କା

ଜେନେଭା, ୧ା୧୨: ଏଚ୍‌ଆଇଭି ବିଶ୍ୱସ୍ତରୀୟ ପ୍ରମୁଖ ସ୍ବାସ୍ଥ୍ୟ ସଙ୍କଟ ପାଲଟିଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ ୭୭ ଲକ୍ଷ ଲୋକଙ୍କ ଏଡ୍‌ସ କିମ୍ବା ଏହାଜନିତ ରୋଗରେ ମୃତ୍ୟୁ ହେବାର ଆଶଙ୍କା ରହିଛି ବୋଲି ଏଚ୍‌ଆଇଭି ଏବଂ ଏଡ୍‌ସ (ୟୁଏନ୍‌ଏଡ୍‌ସ) ଉପରେ ଜାତିସଂଘ ପ୍ରୋଗ୍ରାମର ଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ୱ ଏଡ୍‌ସ ଦିବସ ପାଳନ କରାଯାଉଥିବାବେଳେ ଏହି ବୈଶ୍ୱିକ ସଙ୍ଗଠନ ଏଭଳି ଚେତାବନୀ ଦେଇଛି।
ଏଚ୍‌ଆଇଭିର ଶିକାର ହୋଇ ଏ ପର୍ଯ୍ୟନ୍ତ ବିଶ୍ୱରେ ୩ କୋଟି ୬୬ ଲକ୍ଷ ଲୋକଙ୍କ ଜୀବନ ଯାଇଛି। କେବଳ ୨୦୨୦ରେ ପ୍ରାୟ ୬ ଲକ୍ଷ ୮୦ ହଜାର ଲୋକ ଏଚ୍‌ଆଇଭି ଏବଂ ଏ ସଂକ୍ରାନ୍ତ ରୋଗ ଯୋଗୁ ମୃତ୍ୟୁମୁଖରେ ପଡ଼ିଥିବାବେଳେ ୧୫ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ବିଶ୍ୱରେ ପ୍ରାୟ ୩ କୋଟି ୮୦ ଲକ୍ଷ ଜଣ ଏଚ୍‌ଆଇଭି ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏଡ୍‌ସ ମଧ୍ୟ ଏକ ମହାମାରୀ ଏବଂ ଏହାକୁ ରୋକିବାକୁ ହୋଇଥିବା ଯୋଜନା ସବୁ ଦିଶାହରା ହୋଇଛି। ଏହା କୋଭିଡ୍‌ଠାରୁ ମଧ୍ୟ ଭୟଙ୍କର ରୂପ ନେବାରେ ଲାଗିଛି। କରୋନା ଆସିବା ପରଠାରୁ ଏଡ୍‌ସ ଆକ୍ରାନ୍ତଙ୍କୁ ଅଣଦେଖା କରାଯିବା ସହ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯିବାରେ ଅବହେଳା କରାଯାଉଛି। ବହୁ କମ୍‌ ସଂଖ୍ୟାରେ ଏଡ୍‌ସ ଆକ୍ରାନ୍ତ ଉପଯୁକ୍ତ ଚିକିତ୍ସା ପାଉଛନ୍ତି। ୧୩୦ ଦେଶରେ ଏଚ୍‌ଆଇଭି ଚିକିତ୍ସା ନିମନ୍ତେ ଆକ୍ରାନ୍ତଙ୍କ ନିକଟରେ ଡ୍ରଗ୍ସ ସେବା ୬୫ ପ୍ରତିଶତ ବାଧାପ୍ରାପ୍ତ ହୋଇଛି। ତେବେ କେତେକ ଦେଶରେ ଏଡ୍‌ସ ବିରୋଧୀ ଅଭିଯାନ ଅନେକାଂଶରେ ସଫଳ ହୋଇଛି। ସମସ୍ତ ଦେଶ ଅସମାନତାକୁ ହଟାଇ କୋଭିଡ୍‌-୧୯କୁ ରୋକିବା ସହ ଏଡ୍‌ସ ଓ ଭବିଷ୍ୟତର ମହାମାରୀ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ହେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ବିଶ୍ୱ ନେତାଙ୍କ ସକ୍ରିୟ ପଦକ୍ଷେପ ବିନା ଏଡ୍‌ସକୁ ହରାଇବା ସହଜ ହେବନାହିଁ। ସମ୍ପ୍ରଦାୟ-ନେତୃତ୍ୱ ଏବଂ ସମ୍ପ୍ରଦାୟ ଭିତ୍ତିକ ଭିତ୍ତିଭୂମି, ଯଥେଷ୍ଟ ମାତ୍ରାରେ ଔଷଧ ଉପଲବ୍ଧ, ଟିକା, ବୈଷୟିକ ଜ୍ଞାନର ବ୍ୟବହାର ବ୍ୟାପକ ହେଲେ ଏଡ୍‌ସ ସହ ଲଢ଼େଇ ସହଜ ହୋଇପାରିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?