୧,୭୫୪ କଳାକାରଙ୍କୁ ମିଳିଲା ବକେୟା ଭତ୍ତା

ଭଞ୍ଜନଗର,୧୩।୧୦(ଡି.ଏନ.ଏ): ଗଞ୍ଜାମ ଜିଲାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୮୧୯ ଜଣ ଭତ୍ତା ପାଉଛନ୍ତି। କିନ୍ତୁ ଲାଇଫ୍‌ ସାର୍ଟିଫିକେଟ ଦାଖଲରେ ବିଳମ୍ବ ଯୋଗୁ ୪ମାସ ହେଲା କଳାକାରମାନଙ୍କୁ ଭତ୍ତା ମିଳିପାରି ନ ଥିଲା। ଏ ନେଇ ଧରିତ୍ରୀରେ ଗତ ୯ ତାରିଖରେ ‘ମିଳିନି କଳାକାର ଭତ୍ତା’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ୧,୭୫୪ ଜଣ କଳାକାରଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ଭତ୍ତା ପାଉଥିବା ପ୍ରତ୍ୟେକ କଳାକାର ୪ମାସର ମୋଟ ୪ହଜାର ୮ଶହ ଟଙ୍କା ପାଇଛନ୍ତି ।

ଗଞ୍ଜାମ ଜିଲାରେ ୧୮୧୯ଜଣଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ପ୍ରଦାନ କରାଯାଉଛି। ଜୁନ୍‌ ମାସରେ ଲାଇଫ୍‌ ସାର୍ଟିଫିକେଟ ଦାଖଲ ପାଇଁ ବିଭାଗ ପକ୍ଷରୁ କଳାକାରଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ୧୭୫୪ କଳାକାର ଏହି ପ୍ରମାଣପତ୍ର ଦାଖଲ କରିଥିଲେ । ବଳକା ୬୫ କଳାକାର ବିଭିନ୍ନ କାରଣ ଯୋଗୁ ପ୍ରମାଣପତ୍ର ଦାଖଲ କରିନାହାନ୍ତି । ଏହି ସମୟ ମଧ୍ୟରେ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯାଇନଥିଲା । ବର୍ତମାନ ଯେଉଁମାନେ ପ୍ରମାଣପତ୍ର ଦାଖଲ କରିନାହାନ୍ତି ସେମାନେ ତୁରନ୍ତ ଦେବା ପାଇଁ କଳାକାର ସଂଘ ମାଧ୍ୟମରେ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏହାପରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ବ୍ୟବସ୍ଥା କରାଯିବ। ବର୍ତ୍ତମାନ ସମୟରେ ୧୨ଶହ ଟଙ୍କାରେ ପରିବାର ଚଳାଇବା କଷ୍ଟକର । ତେଣୁ ସରକାର କଳାକାରଙ୍କ ଭତ୍ତା ବୃଦ୍ଧି କରିବା ପାଇଁ ବିଭିନ୍ନ କଳାକାର ସଂଘ ପକ୍ଷରୁ ଦାବି କରାଯାଇଛି ।

ଅପରପକ୍ଷେ ୨୦୧୮ରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଗଞ୍ଜାମ ଜିଲାର ୪ହଜାର କଳାକାରଙ୍କୁ ଭତ୍ତା ଦେବା ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ୨୧ଶହ ଆବେଦନ ଆସିବା ଓ ସେଥିମଧ୍ୟରୁ କେତୋଟି ଆବେଦନ ନାକଚ ହୋଇ ୧୮୧୯ଜଣଙ୍କୁ ପ୍ରଥମ ଦଫାରେ ଭତ୍ତା ପ୍ରଦାନ କରାଯାଇଥିଲା । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ଗତବର୍ଷ ସେପ୍ଟେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହିଭଳି ଗଞ୍ଜାମ ଜିଲାରେ ୨ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତିି ହୋଇଥିଲା। ଏଥିପାଇଁ ଜିଲାରେ ୭ହଜାର କଳାକାର ଆବେଦନ କରିଥିଲେ । ପ୍ରଥମ ଦଫାରେ କଳାକାର ଚୟନରେ ତ୍ରୁଟି ଯୋଗୁ କିଛି ଅଯୋଗ୍ୟ କଳାକାର ଯୋଜନାର ସୁଫଳ ପାଇଥିଲେ । ଚଳିତ ଥର ଏହାର ପୁନରାବୃତ୍ତିି ଯେଭଳି ନ ହେବ ସେଥିପାଇଁ ପ୍ରଶାସନ ଏବଂ କଳାକାର ସଂଘ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ନୂତନ କଳାକାର ଚିହ୍ନଟ ପ୍ରକ୍ରିୟା ବିଳମ୍ବକୁ ନେଇ ଭଞ୍ଜନଗରର ବରିଷ୍ଠ କଳାକାର ରବି ଦାସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାର ତୁରନ୍ତ ଏନେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ସେ ଦାବି କରିଛନ୍ତି । ଅପରପକ୍ଷେ ଗଞ୍ଜାମ ଜିଲା କଳାକାର ସଂଘ ଉପ ସଭାପତି ସନ୍ତୋଷ ପାଢ଼ୀ କହିଛନ୍ତି, ବିଭିନ୍ନ କାରଣ ଯୋଗୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିଲା। ପ୍ରଶାସନ ବୁଧବାର କଳାକାରଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛି । ଆଗାମୀ ଦିନରେ କଳାକାରମାନଙ୍କ ଭତ୍ତା ରାଶି ବୃଦ୍ଧି କରିବା ପାଇଁ ସରକାରଙ୍କୁ ନିବେଦନ କରିଥିବା ସନ୍ତୋଷ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri