୧,୭୫୪ କଳାକାରଙ୍କୁ ମିଳିଲା ବକେୟା ଭତ୍ତା

ଭଞ୍ଜନଗର,୧୩।୧୦(ଡି.ଏନ.ଏ): ଗଞ୍ଜାମ ଜିଲାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୮୧୯ ଜଣ ଭତ୍ତା ପାଉଛନ୍ତି। କିନ୍ତୁ ଲାଇଫ୍‌ ସାର୍ଟିଫିକେଟ ଦାଖଲରେ ବିଳମ୍ବ ଯୋଗୁ ୪ମାସ ହେଲା କଳାକାରମାନଙ୍କୁ ଭତ୍ତା ମିଳିପାରି ନ ଥିଲା। ଏ ନେଇ ଧରିତ୍ରୀରେ ଗତ ୯ ତାରିଖରେ ‘ମିଳିନି କଳାକାର ଭତ୍ତା’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ୧,୭୫୪ ଜଣ କଳାକାରଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ଭତ୍ତା ପାଉଥିବା ପ୍ରତ୍ୟେକ କଳାକାର ୪ମାସର ମୋଟ ୪ହଜାର ୮ଶହ ଟଙ୍କା ପାଇଛନ୍ତି ।

ଗଞ୍ଜାମ ଜିଲାରେ ୧୮୧୯ଜଣଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ପ୍ରଦାନ କରାଯାଉଛି। ଜୁନ୍‌ ମାସରେ ଲାଇଫ୍‌ ସାର୍ଟିଫିକେଟ ଦାଖଲ ପାଇଁ ବିଭାଗ ପକ୍ଷରୁ କଳାକାରଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ୧୭୫୪ କଳାକାର ଏହି ପ୍ରମାଣପତ୍ର ଦାଖଲ କରିଥିଲେ । ବଳକା ୬୫ କଳାକାର ବିଭିନ୍ନ କାରଣ ଯୋଗୁ ପ୍ରମାଣପତ୍ର ଦାଖଲ କରିନାହାନ୍ତି । ଏହି ସମୟ ମଧ୍ୟରେ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯାଇନଥିଲା । ବର୍ତମାନ ଯେଉଁମାନେ ପ୍ରମାଣପତ୍ର ଦାଖଲ କରିନାହାନ୍ତି ସେମାନେ ତୁରନ୍ତ ଦେବା ପାଇଁ କଳାକାର ସଂଘ ମାଧ୍ୟମରେ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏହାପରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ବ୍ୟବସ୍ଥା କରାଯିବ। ବର୍ତ୍ତମାନ ସମୟରେ ୧୨ଶହ ଟଙ୍କାରେ ପରିବାର ଚଳାଇବା କଷ୍ଟକର । ତେଣୁ ସରକାର କଳାକାରଙ୍କ ଭତ୍ତା ବୃଦ୍ଧି କରିବା ପାଇଁ ବିଭିନ୍ନ କଳାକାର ସଂଘ ପକ୍ଷରୁ ଦାବି କରାଯାଇଛି ।

ଅପରପକ୍ଷେ ୨୦୧୮ରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଗଞ୍ଜାମ ଜିଲାର ୪ହଜାର କଳାକାରଙ୍କୁ ଭତ୍ତା ଦେବା ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ୨୧ଶହ ଆବେଦନ ଆସିବା ଓ ସେଥିମଧ୍ୟରୁ କେତୋଟି ଆବେଦନ ନାକଚ ହୋଇ ୧୮୧୯ଜଣଙ୍କୁ ପ୍ରଥମ ଦଫାରେ ଭତ୍ତା ପ୍ରଦାନ କରାଯାଇଥିଲା । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ଗତବର୍ଷ ସେପ୍ଟେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହିଭଳି ଗଞ୍ଜାମ ଜିଲାରେ ୨ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତିି ହୋଇଥିଲା। ଏଥିପାଇଁ ଜିଲାରେ ୭ହଜାର କଳାକାର ଆବେଦନ କରିଥିଲେ । ପ୍ରଥମ ଦଫାରେ କଳାକାର ଚୟନରେ ତ୍ରୁଟି ଯୋଗୁ କିଛି ଅଯୋଗ୍ୟ କଳାକାର ଯୋଜନାର ସୁଫଳ ପାଇଥିଲେ । ଚଳିତ ଥର ଏହାର ପୁନରାବୃତ୍ତିି ଯେଭଳି ନ ହେବ ସେଥିପାଇଁ ପ୍ରଶାସନ ଏବଂ କଳାକାର ସଂଘ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ନୂତନ କଳାକାର ଚିହ୍ନଟ ପ୍ରକ୍ରିୟା ବିଳମ୍ବକୁ ନେଇ ଭଞ୍ଜନଗରର ବରିଷ୍ଠ କଳାକାର ରବି ଦାସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାର ତୁରନ୍ତ ଏନେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ସେ ଦାବି କରିଛନ୍ତି । ଅପରପକ୍ଷେ ଗଞ୍ଜାମ ଜିଲା କଳାକାର ସଂଘ ଉପ ସଭାପତି ସନ୍ତୋଷ ପାଢ଼ୀ କହିଛନ୍ତି, ବିଭିନ୍ନ କାରଣ ଯୋଗୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିଲା। ପ୍ରଶାସନ ବୁଧବାର କଳାକାରଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛି । ଆଗାମୀ ଦିନରେ କଳାକାରମାନଙ୍କ ଭତ୍ତା ରାଶି ବୃଦ୍ଧି କରିବା ପାଇଁ ସରକାରଙ୍କୁ ନିବେଦନ କରିଥିବା ସନ୍ତୋଷ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ କବାଡ଼ି ପ୍ରତିଯୋଗିତା, ଶିବପ୍ରସାଦଙ୍କ ରାଇପୁର ଗସ୍ତ

ଗଞ୍ଜାମ,୨୯ା୧୨(ବିଦ୍ୟାଧର ସାହୁ): ଜାନୁଆରୀ ୬ରେ ରାଇପୁର ଭିଲାଇର ରାଜକୁମାର କଲେଜରେ ନ୍ୟାଶନାଲ ଇଭେଣ୍ଟ କବାଡ଼ି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଗଞ୍ଜାମର ପାଳିବନ୍ଧ ପଞ୍ଚାୟତ ଗୋଖର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri