୭୪୬ ସୁଲଭ କେନ୍ଦ୍ରରୁ ପଞ୍ଚାୟତ ହାତରେ ୧

ଯାଜପୁର ଅଫିସ,୩୦ା୧୨:ଜଷ୍ଟିସ ୱାଧ୍ୱା କମିଶନଙ୍କ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ସରକାର ୨୦୧୧ରେ ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏହିକ୍ରମରେ ୨୦୧୨ ଏପ୍ରିଲରୁ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରି ଜିଲାସ୍ତରରେ ବିଭାଗୀୟ ଷ୍ଟୋରେଜ ସେଣ୍ଟର କରାଯାଇଥିଲା। ଏଥିପାଇଁ ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ନିଯୁକ୍ତ କରି ରିଟେଲର ସେଣ୍ଟର ବା ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରଗୁଡିକ ଜରିଆରେ ପିଡିଏସ୍‌ ସାମଗ୍ରୀ ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୨୧ ମାର୍ଚ୍ଚରେ ଡିଲର ବ୍ୟବସ୍ଥା ଉଚ୍ଛେଦ କରି ପଞ୍ଚାୟତ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍‌ଏଚ୍‌ଜି), ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଜରିଆରେ ଖାଉଟୀ ସାମଗ୍ରୀ ବିକ୍ରି ପାଇଁ ସରକାର ଘୋଷଣା କରିଥିଲେ। ହେଲେ ଯାଜପୁର ଜିଲାରେ ଥିବା ମୋଟ ୭୪୬ଟି ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରରୁ ମାତ୍ର ୧ଟି ପଞ୍ଚାୟତ ହାତରେ ରହିଛି। ୩୬ଟି କେନ୍ଦ୍ର ଡବ୍ଲୁଏସ୍‌ଏଚ୍‌ଜି ଓ ଏସ୍‌ଏଚ୍‌ଜି ଏବଂ ୭୦୯ଟି କେନ୍ଦ୍ର ବ୍ୟକ୍ତିଗତ ଭାବେ ଖାଉଟି ସାମଗ୍ରୀ ବଣ୍ଟନ କରାଯାଉଛି। ଏଥିରେ ବ୍ୟାପକ ବାଟମାରଣା ସୁଯୋଗ ରହିଥିବାରୁ ଶାସକ ଦଳର କେତେଜଣ ସମର୍ଥିତ ବ୍ୟକ୍ତି ଏହାକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି। ଫଳରେ ଜିଲା ଯୋଗାଣ ବିଭାଗ ପକ୍ଷରୁ ପଞ୍ଚାୟତ କିମ୍ବା ଡବ୍ଲୁଏସ୍‌ଏଚ୍‌ଜିଙ୍କୁ ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱ ଦେବାରେ ଅବହେଳା କରାଯାଉଛି ବୋଲି ଅଭିଯୋଗ ହେଉଛି। ଏଥିରୁ ମହିଳାମାନଙ୍କୁ କେତେ ସଶକ୍ତିକରଣ କରାଯାଉଛି ତାହା ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି।
ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଯାଜପୁର ଜିଲାର ଯାଜପୁର ଏବଂ ବ୍ୟାସନଗର ପୌରପରିଷଦ ସମେତ ସମୁଦାୟ ୧୦ଟି ବ୍ଳକରେ ୪,୧୭,୨୭୪ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩,୯୩,୬୧୨ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ୨୩,୬୬୨ ପରିବାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି। ଏହାବାଦ୍‌ ଅନ୍ତ୍ୟୋଦୟ ଯୋଜନାରେ ୪୫,୨୮୯ ଜଣ ହିତାଧିକାରୀ ରହିଛନ୍ତି। ଏହି ଯୋଜନା ଆରମ୍ଭ ହେବାଠାରୁ ୫,୨୯୩ ଜଣ ହିତାଧିକାରୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ମାତ୍ର କଣ୍ଟ୍ରୋଲ ସାମଗ୍ରୀ ପରିବହନ ଠିକାଦାରଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁ ଗରିବ ହିତାଧିକାରୀଙ୍କ ପ୍ରାପ୍ୟରୁ ସେମାନେ ମାସିକ ବିପୁଳ ପରିମାଣର ଚାଉଳ ବାଟ ମାରଣା ହେଉଥିବା ଅଭିଯୋଗ ହୋଇ ଆସୁଛି। ଅଧିକାଂଶ ଡିଲର ଓଜନରେ ଠକେଇ କରି ପରିବାର ପିଛା ୪ ରୁ ୫ କିଲୋଗ୍ରାମ କମ୍‌ ଖାଉଟି ସାମଗ୍ରୀ ଯୋଗାଣ କରୁଛନ୍ତି ବୋଲି ବହୁ ହିତାଧିକାରୀ ଅଭିଯୋଗ କରିଛନ୍ତି ା ଏ ସଂକ୍ରାନ୍ତରେ ଗରିବ ହିତାଧିକାରୀ ଅଭିଯୋଗ କଲେ ସମ୍ପୃକ୍ତ ଡିଲର ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରୁଛନ୍ତି। ମାତ୍ର ୧ ଟଙ୍କାରେ ସ୍ବଳ୍ପ ମୂଲ୍ୟରେ ହିତାଧିକାରୀ ସାମଗ୍ରୀ ପାଉଛି, ତେଣୁ ହିତାଧିକାରୀ କୌଣସି ଝାମେଲାକୁ ନ ଯାଇ ଚୁପ୍‌ ରହିବାକୁ ବାଧ୍ୟ ହେଉଛି। ଏଥି ସହିତ ବହୁ ଅଯୋଗ୍ୟ ବ୍ୟକ୍ତି ରାଶନ କାର୍ଡ ହାତେଇଥିବାରୁ କଟିଯିବା ଭୟରେ ଏହି ଅନ୍ୟାୟର ପ୍ରତିବାଦ ନ କରି ଚୁପ ରହିବାକୁ ଉଚିତ୍‌ ମଣୁଛନ୍ତି ା ଏହାସହ ସରକାର ମୁଣ୍ଡ ପିଛା ୬୩୦ ମିଲିଲିଟର କିରୋସିନ ପ୍ରଦାନ କରୁଥିବା ବେଳେ ସମ୍ପୃକ୍ତ ଡିଲର ମୁଣ୍ଡ ପିଛା ୫୦୦ ମିଲିଲିଟର କିରୋସିନି ବଣ୍ଟନ କରି ଅବଶିଷ୍ଟ ୧୩୦ ମିଲିଲିଟରକୁ ବାଟମାରଣା କରି ଚଢା ଦରରେ ବିକ୍ରୟ କରୁଛନ୍ତି ା ଏହାକୁ ହିସାବ କଲେ ଗୋଟିଏ ବ୍ଲକରେ ପ୍ରାୟ ୧୫ ହଜାର ଲିଟର କିରୋସିନ ବାଟ ମାରଣା ହେଉଥିବା ସନ୍ଦେହ କରାଯାଉଛି। ଏହି କିରୋସିନକୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଅପମିଶ୍ରଣ କରାଯାଉଥିବା କୁହାଯାଉଛି। ଖାଉଟିମାନଙ୍କୁ ନିର୍ଦ୍ଧାରିତ ଓଜନରୁ କମ୍‌ ସାମଗ୍ରୀ ଯୋଗାଣକୁ ନେଇ କେତେଜଣ ଡିଲର ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି, ଖାଉଟି ସାମଗ୍ରୀ ପରିବହନ କରୁଥିବା ଠିକାଦାର ଠିକ୍‌ ଓଜନର ସାମଗ୍ରୀ ଦେଉ ନାହାନ୍ତି। ବସ୍ତା ପିଛା ୫୦ କେଜି ହାରରେ ସାମଗ୍ରୀ ଯୋଗାଣ ହେବା କଥା। କିନ୍ତୁ ବାସ୍ତବରେ ଏକ ବସ୍ତାରେ ୪୭ ରୁ ୪୮ କିଲୋ ଓଜନର ସାମଗ୍ରୀ ଥାଏ ା ତେଣୁ ବାଧ୍ୟ ହୋଇ ଖାଉଟିମାନଙ୍କୁ ନିର୍ଦ୍ଧାରିତ ଓଜନଠାରୁ କମ କରି ଦେବାକୁ ପଡିଥାଏ। କେତେକ ସ୍ଥାନରେ ଡିଲରମାନେ ପ୍ରତି ମାସର ବଳକା ସାମଗ୍ରୀକୁ ବେଆଇନ ଭାବେ ଗଚ୍ଛିତ ରଖି ପରବର୍ତ୍ତୀ ସମୟରେ କଳା ବଜାରରେ ବିକ୍ରୟ କରୁଛନ୍ତି ା ଗ୍ରାମବାସୀ ସେମାନଙ୍କୁ ଧରାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରିବା କଳାବଜାରୀଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ମତପ୍ରକାଶ ପାଇଛି।
ଖାଉଟି ସାମଗ୍ରୀ ଯୋଗାଣରେ ଏଭଳି ଭାବେ ଅତ୍ୟଧିକ ଲାଭ ଥିବାରୁ ପରିବହନ ଠିକାଦାର ନିଯୁକ୍ତି ପାଇଁ ପ୍ରତିଯୋଗିତା ହୋଇଥାଏ। ୨୦୨୧ ଅକ୍ଟୋବରରେ କଷ୍ଟମ ମିଲ୍ଡ ଚାଉଳ ଆର୍‌ଆର୍‌ସି(ରାଇସ ରିସିଭିଂ ସେଣ୍ଟର) ରୁ ସୁଲଭ ବିକ୍ରୟ କେନ୍ଦ୍ରକୁ ପରିବହନ ପାଇଁ ଲେବୁଲ-୨ ଠିକାଦାର ନିଯୁକ୍ତି ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। କେତେଜଣ ନିର୍ଦ୍ଦିଷ୍ଟ ପରିବହନ ଠିକାଦାର ଅସାଧୁ ମେଣ୍ଟ କରି ଡମି ନିଲାମ ଡକାଳି(ବିଡର) ଦେଇ ଟେଣ୍ଡର ହାତେଇଥିବା ନେଇ ସୁକିନ୍ଦା ଓ ଦାନଗଦି ବ୍ଲକର ୨ ଜଣ ବିଡର ଅଭିଯୋଗ କରିଥିଲେ। ଆଶ୍ଚର୍ଯ୍ୟର ବିଷୟ, କେତେଜଣ ଠିକାଦାର ଧାର୍ଯ୍ୟଦରଠାରୁ ୫୨% ପର୍ଯ୍ୟନ୍ତ କମରେ ପରିବହନ ଠିକାଦାର ନିଯୁକ୍ତି ପାଇଁ ଆବେଦନ କରିଥିଲେ। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁ ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ପଞ୍ଚାୟତ ଓ ଏସଏଚ୍‌ଜି ଜରିଆରେ ରାଶନ ସାମଗ୍ରୀ ଯୋଗାଣ ପାଇଁ ଉଦ୍ୟମ ଜାରି ରଖିଛୁ ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri