୭୪ ଶିଳ୍ପାନୁଷ୍ଠାନରୁ ୯ ମୁଖ୍ୟ ଦୁର୍ଘଟଣାପ୍ରବଣ

ଜଗତ୍‌ସିଂହପୁର ଅଫିସ,୧୧।୫: ଜଗତ୍‌ସିଂହପୁରରେ ଥିବା ମୋଟ ୭୪ ଶିଳ୍ପାନୁଷ୍ଠାନ ମଧ୍ୟରୁ ୯ ମୁଖ୍ୟ ଦୁର୍ଘଟଣା ପ୍ରବଣ ଓ ୬ଟି ବିପଦପୂର୍ଣ୍ଣ ଶିଳ୍ପାନୁଷ୍ଠାନ ରହିଛି। ସେଠାରେ ଆମୋନିଆ ଓ କ୍ଲୋରିନ୍‌ ଗ୍ୟାସ ଲିକ୍‌ ହେବାର ସମ୍ଭାବନା ରହୁଛି। ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ସମସ୍ତ ପ୍ରସ୍ତୁତି ଜରୁରୀ। ବିଶେଷକରି ଅଫସାଇଟ୍‌ ଏମର୍ଜେନ୍ସି ପ୍ଲାନ ପ୍ରସ୍ତୁତ ସହ ଅବିଚ୍ଛିନ୍ନ ଭାବେ ରାସାୟନିକ ଦୁର୍ଘଟଣା ପରିଚାଳନା କରିବା, ରାଜ୍ୟ ଓ କେନ୍ଦ୍ର କ୍ରାଇସେସ୍‌ ଗ୍ରୁପ୍‌କୁ ସୂଚନା ପଠାଇବା, ମକଡ୍ରିଲ୍‌ କରାଇବା, ଆଖପାଖ ଜନସାଧାରଣଙ୍କୁ ରାସାୟନିକ ଦୁର୍ଘଟଣା ସମ୍ପର୍କରେ ସଚେତନ କରାଇବା ଆଦି ଉପରେ ଧ୍ୟାନ ଦେବା ଆବଶ୍ୟକ । ମଙ୍ଗଳବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଅନୁଷ୍ଠିତ ଜିଲା ଆପାତକାଳୀନ ବୈଠକରେ ପୌରୋହିତ୍ୟ କରି ଜିଲାପାଳ ପାରୁଲ ପଟାୱରୀ ଉପସ୍ଥିତ ଶିଳ୍ପାନୁଷ୍ଠାନ କର୍ମକର୍ତ୍ତାମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି । ସେ କହିଥିଲେ, ପାରାଦୀପରେ ଗଢ଼ି ଉଠିଥିବା ବୃହତ ଶିଳ୍ପାନୁଷ୍ଠାନଗୁଡିକରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଜିଲା ଆପାତକାଳୀନ (ଡିଷ୍ଟ୍ରିକ୍ଟ କ୍ରାଇସେସ୍‌ ଗ୍ରୁପ୍‌) ବୈଠକ ହେଉଛି। ଏହି ଗ୍ରୁପ୍‌ ଆଗୁଆ ପ୍ରସ୍ତୁତି, ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରିବା ଉପରେ କାର୍ଯ୍ୟ କରୁଛି। ପାରାଦୀପରେ ଏକ ଅଗ୍ନିଶମ ୟୁନିଟ ଖୋଲିବା ଉଚିତ। ଏଥିସହ ଅଗ୍ନି ପ୍ରପୀଡିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ବାହାର ରାଜ୍ୟର ବୃହତ୍‌ ଶିଳ୍ପାନୁଷ୍ଠାନଗୁଡିକରେ ରାସାୟନିକ ଦୁର୍ଘଟଣା ନିମନ୍ତେ ନିଆଯାଉଥିବା ସୁରକ୍ଷା ଉପାୟ ଉପରେ ସୂଚନା ଆଦାନପ୍ରଦାନ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଭୋପାଳସ୍ଥିତ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନର ଡେପୁଟି ଡାଇରେକ୍ଟର ଡ. ଅସିତ କୁମାର ପାତ୍ରୋ ରିସୋର୍ସପର୍ସନ ଭାବେ ଯୋଗଦେଇ ସୁରକ୍ଷା ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ସ୍ଥାନୀୟ କ୍ରାଇସିସ୍‌ ଗ୍ରୁପର ଅଧ୍ୟକ୍ଷ ତଥା ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁୁଚରଣ ଧୀର ପ୍ରାକୃତିକ ବିିପର୍ଯ୍ୟୟ ଓ ମନୁଷ୍ୟକୃତ ବିପର୍ଯ୍ୟୟ ସମ୍ପର୍କରେ ଅବତାରଣା କରିଥିଲେ। ପ୍ରାରମ୍ଭରେ ଫ୍ୟାକ୍ଟ୍ରିଜ୍‌ ଆଣ୍ଡ ବ୍ରଏଲର୍‌ ବିଭାଗ ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ ଜିଲାରେ ଶିଳ୍ପାନୁଷ୍ଠାନର ସଂକ୍ଷିପ୍ତ ଦୃଶ୍ୟକ୍ରମ, ଜିଲା କ୍ରାଇସିସ୍‌ ଗ୍ରୁଫ୍‌ର କାର୍ଯ୍ୟାବଳୀ ସମ୍ପର୍କରେ କହିଥିଲେ। ବୈଠକରେ ଇଫ୍‌କୋ, ଆଇଓସିଏଲ୍‌ ରିଫାଇନାରୀ, ପିପିଏଲ୍‌, ଗେଲ୍‌ ଇଣ୍ଡିଆ ଆଦି ଶିଳ୍ପାନୁଷ୍ଠାନର କର୍ମକର୍ତ୍ତାମାନେ ଭାଗନେଇ ପାୱାର ପଏଣ୍ଟ ମାଧ୍ୟମରେ ସେମାନଙ୍କ କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା, ମକଡ୍ରିଲ୍‌, ପ୍ରସ୍ତୁତି ସମ୍ପର୍କରେ ପ୍ରଦର୍ଶନ କରିଥିଲେ। ଏଥିରେ ସିଆଇଏସ୍‌ଏଫ୍‌ କମାଣ୍ଡାଣ୍ଟ, ସିଡିଏମ୍‌ଓ, ପରିବହନ ଅଧିକାରୀ, ଡିଏସ୍‌ପି ସତ୍ୟ ନାରାୟଣ ପଟ୍ଟନାୟକ, ଜିଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ, ସିଡିଏଓ, ଫାୟାର ଅଫିସର, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀଯନ୍ତ୍ରୀ, ଜନସ୍ବାସ୍ଥ୍ୟ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଶେଷରେ ଜରୁରୀ ବିଭାଗ ଡେପୁଟି କଲେକ୍ଟର ବିଶ୍ୱଶ୍ୱିନୀ ପୃଥାଳ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri