୭୪ ଶିଳ୍ପାନୁଷ୍ଠାନରୁ ୯ ମୁଖ୍ୟ ଦୁର୍ଘଟଣାପ୍ରବଣ

ଜଗତ୍‌ସିଂହପୁର ଅଫିସ,୧୧।୫: ଜଗତ୍‌ସିଂହପୁରରେ ଥିବା ମୋଟ ୭୪ ଶିଳ୍ପାନୁଷ୍ଠାନ ମଧ୍ୟରୁ ୯ ମୁଖ୍ୟ ଦୁର୍ଘଟଣା ପ୍ରବଣ ଓ ୬ଟି ବିପଦପୂର୍ଣ୍ଣ ଶିଳ୍ପାନୁଷ୍ଠାନ ରହିଛି। ସେଠାରେ ଆମୋନିଆ ଓ କ୍ଲୋରିନ୍‌ ଗ୍ୟାସ ଲିକ୍‌ ହେବାର ସମ୍ଭାବନା ରହୁଛି। ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ସମସ୍ତ ପ୍ରସ୍ତୁତି ଜରୁରୀ। ବିଶେଷକରି ଅଫସାଇଟ୍‌ ଏମର୍ଜେନ୍ସି ପ୍ଲାନ ପ୍ରସ୍ତୁତ ସହ ଅବିଚ୍ଛିନ୍ନ ଭାବେ ରାସାୟନିକ ଦୁର୍ଘଟଣା ପରିଚାଳନା କରିବା, ରାଜ୍ୟ ଓ କେନ୍ଦ୍ର କ୍ରାଇସେସ୍‌ ଗ୍ରୁପ୍‌କୁ ସୂଚନା ପଠାଇବା, ମକଡ୍ରିଲ୍‌ କରାଇବା, ଆଖପାଖ ଜନସାଧାରଣଙ୍କୁ ରାସାୟନିକ ଦୁର୍ଘଟଣା ସମ୍ପର୍କରେ ସଚେତନ କରାଇବା ଆଦି ଉପରେ ଧ୍ୟାନ ଦେବା ଆବଶ୍ୟକ । ମଙ୍ଗଳବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ମୁକାବିଲା ନିମନ୍ତେ ଅନୁଷ୍ଠିତ ଜିଲା ଆପାତକାଳୀନ ବୈଠକରେ ପୌରୋହିତ୍ୟ କରି ଜିଲାପାଳ ପାରୁଲ ପଟାୱରୀ ଉପସ୍ଥିତ ଶିଳ୍ପାନୁଷ୍ଠାନ କର୍ମକର୍ତ୍ତାମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି । ସେ କହିଥିଲେ, ପାରାଦୀପରେ ଗଢ଼ି ଉଠିଥିବା ବୃହତ ଶିଳ୍ପାନୁଷ୍ଠାନଗୁଡିକରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଜିଲା ଆପାତକାଳୀନ (ଡିଷ୍ଟ୍ରିକ୍ଟ କ୍ରାଇସେସ୍‌ ଗ୍ରୁପ୍‌) ବୈଠକ ହେଉଛି। ଏହି ଗ୍ରୁପ୍‌ ଆଗୁଆ ପ୍ରସ୍ତୁତି, ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରିବା ଉପରେ କାର୍ଯ୍ୟ କରୁଛି। ପାରାଦୀପରେ ଏକ ଅଗ୍ନିଶମ ୟୁନିଟ ଖୋଲିବା ଉଚିତ। ଏଥିସହ ଅଗ୍ନି ପ୍ରପୀଡିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ବାହାର ରାଜ୍ୟର ବୃହତ୍‌ ଶିଳ୍ପାନୁଷ୍ଠାନଗୁଡିକରେ ରାସାୟନିକ ଦୁର୍ଘଟଣା ନିମନ୍ତେ ନିଆଯାଉଥିବା ସୁରକ୍ଷା ଉପାୟ ଉପରେ ସୂଚନା ଆଦାନପ୍ରଦାନ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଭୋପାଳସ୍ଥିତ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନର ଡେପୁଟି ଡାଇରେକ୍ଟର ଡ. ଅସିତ କୁମାର ପାତ୍ରୋ ରିସୋର୍ସପର୍ସନ ଭାବେ ଯୋଗଦେଇ ସୁରକ୍ଷା ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ସ୍ଥାନୀୟ କ୍ରାଇସିସ୍‌ ଗ୍ରୁପର ଅଧ୍ୟକ୍ଷ ତଥା ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁୁଚରଣ ଧୀର ପ୍ରାକୃତିକ ବିିପର୍ଯ୍ୟୟ ଓ ମନୁଷ୍ୟକୃତ ବିପର୍ଯ୍ୟୟ ସମ୍ପର୍କରେ ଅବତାରଣା କରିଥିଲେ। ପ୍ରାରମ୍ଭରେ ଫ୍ୟାକ୍ଟ୍ରିଜ୍‌ ଆଣ୍ଡ ବ୍ରଏଲର୍‌ ବିଭାଗ ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ ଜିଲାରେ ଶିଳ୍ପାନୁଷ୍ଠାନର ସଂକ୍ଷିପ୍ତ ଦୃଶ୍ୟକ୍ରମ, ଜିଲା କ୍ରାଇସିସ୍‌ ଗ୍ରୁଫ୍‌ର କାର୍ଯ୍ୟାବଳୀ ସମ୍ପର୍କରେ କହିଥିଲେ। ବୈଠକରେ ଇଫ୍‌କୋ, ଆଇଓସିଏଲ୍‌ ରିଫାଇନାରୀ, ପିପିଏଲ୍‌, ଗେଲ୍‌ ଇଣ୍ଡିଆ ଆଦି ଶିଳ୍ପାନୁଷ୍ଠାନର କର୍ମକର୍ତ୍ତାମାନେ ଭାଗନେଇ ପାୱାର ପଏଣ୍ଟ ମାଧ୍ୟମରେ ସେମାନଙ୍କ କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା, ମକଡ୍ରିଲ୍‌, ପ୍ରସ୍ତୁତି ସମ୍ପର୍କରେ ପ୍ରଦର୍ଶନ କରିଥିଲେ। ଏଥିରେ ସିଆଇଏସ୍‌ଏଫ୍‌ କମାଣ୍ଡାଣ୍ଟ, ସିଡିଏମ୍‌ଓ, ପରିବହନ ଅଧିକାରୀ, ଡିଏସ୍‌ପି ସତ୍ୟ ନାରାୟଣ ପଟ୍ଟନାୟକ, ଜିଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ, ସିଡିଏଓ, ଫାୟାର ଅଫିସର, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀଯନ୍ତ୍ରୀ, ଜନସ୍ବାସ୍ଥ୍ୟ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଶେଷରେ ଜରୁରୀ ବିଭାଗ ଡେପୁଟି କଲେକ୍ଟର ବିଶ୍ୱଶ୍ୱିନୀ ପୃଥାଳ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri