୧୨ ଟି ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩: ସ୍ୱଚ୍ଛତା ଓ ସାଧୁତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର,୨୫।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମଠାରେ ଅନୁଷ୍ଠିତ ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ୧୨ଟି ବିଭାଗରେ ନବନିଯୁକ୍ତି ପାଇଥିବା ୭,୨୯୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ଆଜି ମୋଟ ୭,୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ ୧୭ ମାସ ମଧ୍ୟରେ ୧୨ଟି ନିଯୁକ୍ତିମେଳା ଜରିଆରେ ମୋଟ ୩୭,୩୨୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।

ନବନିଯୁକ୍ତଙ୍କୁ ଉପଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ପ୍ରକ୍ରିୟାରେ ଚାକିରୀ ପାଇଥିବାରୁ ସେମାନେ ନିଜ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବା ଉଚିତ। ସେ ଦୁର୍ନୀତିକୁ ବିଷ ମନେକରି ତା’ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ ଏବଂ ନିଜର ପ୍ରତ୍ୟେକ ପଦକ୍ଷେପ ଯେପରି ଓଡ଼ିଶା ଓ ରାଜ୍ୟବାସୀଙ୍କ ଉନ୍ନତିରେ ସହାୟକ ହେବ, ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ।

ନିଯୁକ୍ତି ପାଇଥିବା ପ୍ରମୁଖ ବିଭାଗଗୁଡ଼ିକ ମଧ୍ୟରେ ୧୯୭୯ ଜଣ କନଷ୍ଟବଳ ଓ ୩୮୬ ଜଣ ଡ୍ରାଇଭର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧୯୧୩ ଜଣ ସ୍ନାତକ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ୨୪୧ ଜଣ ପିଜିଟି। ଜଙ୍ଗଲ ଓ ପରିବେଶ ବିଭାଗର ୧୫୦୪ ଜଣ ଫରେଷ୍ଟଗାର୍ଡ ଓ ୨୪୬ ଜଣ ଫରେଷ୍ଟର। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ୨୪ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୬୪୮ ଜଣ ପ୍ରାଣୀଧନ ନିରୀକ୍ଷକ। ଏହା ସହିତ ଆଡଭୋକେଟ ଜେନେରାଲ ଅଫିସ ପାଇଁ ପ୍ରଥମ ଥର ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ୪୦ ଜଣ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୧୩ରେ ନିଯୁକ୍ତି ମେଳା: ଶିକ୍ଷିତ ଯୁବତୀ, ଯୁବକଙ୍କ ପାଇଁ ବଡ଼ ସୁଯୋଗ

କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷିତ ଯୁବତୀ, ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଆସନ୍ତା ୧୩ରେ ସ୍ଥାନୀୟ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପଡ଼ିଆରେ ଜିଲାସ୍ତରୀୟ…

ରୋଷେଇ ଗ୍ୟାସକୁ ନେଇ ସରକାରଙ୍କ କଡ଼ା ଆକ୍ସନ, ସାଧାରଣ ଲୋକଙ୍କୁ ମିଳିବ…

ନୂଆଦିଲ୍ଲୀ,୧୦।୩: ଗତ କିଛି ଦିନ ଧରି କର୍ମସିଆଲ ଗ୍ୟାସ ସିଲିଣ୍ଡରର ଅଭାବକୁ ନେଇ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକମାନଙ୍କ ମଧ୍ୟରେ ବଢୁଥିବା ଚିନ୍ତାର ଏବେ ଅନ୍ତ ହେବାକୁ…

ଯୁଦ୍ଧ ଭିତରେ ଚାଇନାକୁ ନେଇ ଭାରତ କଲା ଏମିତି ଘୋଷଣା, ଚମକି ପଡିଲା ଆମେରିକା!

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ଚାଇନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ ଚାଇନାରୁ ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୧୦।୩: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ମନ୍ତ୍ରୀ କହିଛନ୍ତି।…

ଯୁଦ୍ଧ ଭିତରେ ବ୍ୟାକ୍‌ଫୁଟରେ ଆମେରିକା, ଇରାନ ଠୁ ହାରିଯିବା ଡରରେ…

ଓ଼୍ବାଶିଂଟନ,୧୦।୩: ଇରାନ ଉପରେ ଆକ୍ରମଣର ଦଶ ଦିନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତାମାନେ ତାଙ୍କୁ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ପରାମର୍ଶଦାତାମାନେ କହିଛନ୍ତି…

ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ ପୋଲିସ, ସ୍ପିଡ୍‌ ବାଇକରମାନଙ୍କୁ ସାବାଡ଼ କରିବା ପାଇଁ ଆରମ୍ଭ ହେଲା ଅପରେଶନ

ବଲାଙ୍ଗୀର,୧୦।୩ ( ସୁନିଲ କୁମାର ମହାନ୍ତି): ଦୁର୍ଘଟଣାରେ ସରକାରୀ ଆୟୁର୍ବେଦିକ କଲେଜର ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ବଲାଙ୍ଗୀର ଟାଉନ ପୋଲିସ ।…

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଗକୁ ଆସିଲା ବିଜେଡି: ପୋଲିସ ସହିତ ମୁହାଁମୁହିଁ ପରେ…

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସ୍ବାମୀ, ରାସ୍ତାରେ ଯାଉଥିବା ଦମ୍ପତିଙ୍କୁ ବି କଲେ ଗୁଳିମାଡ଼, ଅଞ୍ଚଳରେ ଆତଙ୍କ

ଫୁଲବାଣୀ, ୧୦।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଛାପଡ଼ା ଥାନା କଟାପଙ୍ଗା ଗାଁରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାରୀ କେହି ନୁହେଁ ଖୋଦ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri