ବଦଳିବ ସମୀକରଣ! ଦୁଇ ଯୁବ ନେତାଙ୍କୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋରଦାର…

ଗୋପାଳପୁର,୨୫।୧୧(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ପରଠାରୁ ଗଞ୍ଜାମ  ପଟ୍ଟ ପରିବର୍ତନ ହୋଇଛି। ରାଜ୍ୟରେ ଭାଜପା ଶାସନ ଭାର ଗ୍ରହଣ କରିଥିବା ବେଳେ ଗଞ୍ଜାମ ରାଜନୀତିରେ ମଧ୍ୟ ଭାଜପା ନିଜର ଦବଦବା ଜାହିର କରି ବିଜେଡିକୁ ମୂଳପୋଛ କରିଛି। ପୂର୍ବ   ବିଜେଡି ସରକାରରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଏକ ଗରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରି ଆସୁଥିବା ବେଳେ  ଭାଜପାର ବିଭୂତି ଜେନା ବିଧାୟକ ହେବା ସହ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି। ଅନ୍ୟ ପଟେ ଗୋପାଳପୁରର ତିନି ଥରର ବିଧାୟକ ଡ଼ ପ୍ରଦୀପ ପାଣିଗ୍ରାହୀ ବିଜୟ ହୋଇଥିଲେ। ଏବେ ଭାଜପା ଟିକେଟରୁ ଲୋକସଭା ବ୍ରହ୍ମପୁର ଏମ୍‌ପି ହୋଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଉ ଦେଢ଼ ବର୍ଷରୁ କମ ସମୟ ବାକି ଥିବା ବେଳେ ଗୋପାଳପୁର ରାଜନୀତି ପୁଣିଥରେ କଡ ଲେଉଟାଉଥିବା ଦେଖିବାକୁ ମିଳିଛି।

ଗତ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ପରାଜୟ ବରଣ କରିଥିବା ତଥା  ଜିଲା ସଭାପତି ବିକ୍ରମ ପଣ୍ଡା ଏବେ ହତ୍ୟା ଅଭିଯୋଗରେ ଜେଲରେ ରହିଥିବା ବେଳେ ବିଜେଡ଼ିର ଦୁଇ ଯୁବ ନେତା ୨୦୨୪ ନିର୍ବାଚନ ସମୟରେ ବିକ୍ରମଙ୍କ ସହଯୋଗୀ ତଥା ଘନିଷ୍ଠ ଥିବା  ଜିଲା ପରିଷଦ ପ୍ରାର୍ଥୀ ଶୁଭାଶିଷ ସାହୁ (ବଣ୍ଟି) ଓ ବିଜେଡି ସମର୍ଥିତ ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳଙ୍କୁ ଭାଜପା ଶିବରରେ ଅଧିକାଂଶ ସମୟ ଦେଖିବାକୁ ମିଳୁଛି। ଏହି ଦୁଇ ନେତା ଏବେ ବିଜେଡିରେ ଥିବା ବେଳେ ଖୁବଶିଘ୍ର ଭାଜପାରେ ଯୋଗ ଦେଉଥିବା ନେଇ ରାଜନୀତି ଚର୍ଚ୍ଚା ଆରମ୍ଭ ହୋଇଛି। ମଙ୍ଗଳବାର କନିସି ହାଟ ସ୍ଥିତ ଶୁଭାଶିଷଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ଏମ୍‌ପି ଡ଼ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିଥିଲା। ୧୦ରୁ ୧୫ ସରପଞ୍ଚଙ୍କ ସହିତ କିଛି ସମିତି ସଭ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। ସେଠାରେ ଗୋପାଳପୁର ରାଜନୀତି ସମୀକରଣ ସମ୍ପର୍କରେ ଆଲୋଚନା ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। କିଛି ଦିନ ପୂର୍ବେ ମଧ୍ୟ ସଂଖ୍ୟାଧିକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଏହି ଦୁଇ ଜଣଙ୍କୁ ଏମ୍‌ପିଙ୍କ ସହ ଗୁପ୍ତ ବୈଠକ କରିଥିଲେ । ଯାହାକୁ ନେଇ ଖୁବଶୀଘ୍ର ଗୋପାଳପୁର ନିର୍ବାଚନମଣ୍ଡଳୀରେ ବଡ ଧରଣର ରାଜନୈତିକ ପରିବର୍ତ୍ତନ ହେବାର ଆଭାସ ମିଳୁଛି। ଏହି ଦୁଇ ଜଣ ଭାଜପା ଯୋଗଦେବା ପରେ ଗୋପାଳପୁର ରାଜନୀତି ପାଣିପାଗ ବଦଳିବା ସହ ନୂତନ ସମୀକରଣ ହେବା ନେଇ ରାଜନୀତି ସମୀକ୍ଷକ ମତ ଦେଇଛନ୍ତି ।

Dharitri – Odisha’s No.1 Odia Daily
.

Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?