ବରଫାବୃତ୍ତ ଅଞ୍ଚଳରେ ୭୨ ଘଣ୍ଟା

ଢେଙ୍କାନାଳ ଅଫିସ, ୬।୩:  ଚାରିଆଡ଼େ ବରଫ ହିଁ ବରଫ। ହାଡ଼ଭଙ୍ଗା ଶୀତ ଭିତରେ ଜୀବନ ବଞ୍ଚାଇବା ଲାଗି ସଂଘର୍ଷ। ପାଖରେ ନ ଥିଲା ପର୍ଯ୍ୟାପ୍ତ ଖାଦ୍ୟ କି ମିଳୁ ନ ଥିଲା ମୁନ୍ଦାଏ ପାଣି। ଏଭଳି ପ୍ରତିକୂଳ ସ୍ଥିତିରେ ୟୁକ୍ରେନ୍‌-ରୋମାନିଆ ସୀମାନ୍ତ ଆଶ୍ରୟସ୍ଥଳୀରେ ୩ଦିନ ୩ ରାତି କେବଳ ଛିଡ଼ା ହୋଇ କାଟିବାକୁ ପଡ଼ିଲା। ଜୀବନ ସିନା ବଞ୍ଚତ୍ଗଲା, ହେଲେ ଅଙ୍ଗେ ନିଭେଇଥିବା ଯୁଦ୍ଧ ଯନ୍ତ୍ରଣାର ଏହି ଅନୁଭୂତି ଭୁଲିହେବନି ବୋଲି କହିଛନ୍ତି ୟୁକ୍ରେନ୍‌ରୁ ସୁରକ୍ଷିତ ଭାବେ ଘରକୁ ବାହୁଡ଼ିଥିବା ଢେଙ୍କାନାଳ ଜିଲା ସଦର ବ୍ଲକ ଗୋବିନ୍ଦପୁର ଗ୍ରାମର ୨୦ ବର୍ଷୀୟ ଡାକ୍ତରୀ ପଢୁଆ ଛାତ୍ର ସୁପ୍ରୀତ କୁମାର ସ୍ବାଇଁ। ଏକମାତ୍ର ପୁଅ ଘରକୁ ଫେରିବା ପରେ ବାପା ସନ୍ତୋଷ ଏବଂ ମା’ସନ୍ଧ୍ୟାରାଣୀ ଭାବବିହ୍ବଳ ହୋଇପଡ଼ିଥିବାବେଳେ ଗ୍ରାମରେ ଖୁସିର ଲହରି ଖେଳିଯାଇଛି।
ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ଫସି ରହିବା ଏବଂ ସେଠାରୁ ସୀମାନ୍ତ ରୋମାନିଆରେ ପହଞ୍ଚତ୍ବା ପର୍ଯ୍ୟନ୍ତ ଅନୁଭୂତିକୁ ଶନିବାର ‘ଧରିତ୍ରୀ’ ଢେଙ୍କାନାଳ ଜିଲା ପ୍ରତିନିଧିଙ୍କ ସହିତ ବାଣ୍ଟିଛନ୍ତି ସୁପ୍ରୀତ୍‌। ସେ କହିଛନ୍ତି, ୫ ବର୍ଷ ୮ ମାସ ବିଶିଷ୍ଟ ଡାକ୍ତରୀ କୋର୍ସ କରିବା ଲାଗି ସେ ୨୦୨୧ ଡିସେମ୍ବର ୧୧ରେ ଭିନିଷ୍ଟିଆ ନ୍ୟାଶନାଲ ମେଡିକାଲ ୟୁନିଭରସିଟିରେ ନାମ ଲେଖାଇଥିଲେ। ରୁଷିଆ ଆକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଥିବା କିଭ୍‌ଠାରୁ ଏହାର ଦୂରତ୍ୱ ପ୍ରାୟ ୪୫୦ କିଲୋମିଟର। ଗତ ଫେବୃୟାରୀ ୨୪ ଯାଏ ସବୁକିଛି ଠିକ୍‌ଠାକ୍‌ ଥିଲା। ଏହାପରେ ହଠାତ୍‌ ସବୁକିଛି ବଦଳିଗଲା। ସେହିଦିନ ହିଁ ସେ ଭାରତ ଫେରିବା ଲାଗି ବିମାନରେ ଟିକେଟ୍‌ କରିଥିଲେ। ହେଲେ ରୁଷିଆ ସୈନ୍ୟଙ୍କ ଦ୍ୱାରା କିଭ୍‌ ବିମାନ ବନ୍ଦର ଉପରେ ଅତର୍କିତ ଆକ୍ରମଣ ଫେରିବାର ବାଟ ବନ୍ଦ କରିଦେଇଥିଲା। ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଥିବା ଛାତ୍ରୀଛାତ୍ରଙ୍କୁ ହଷ୍ଟେଲ ବଙ୍କରରେ ରଖାଯାଇଥିଲା। ସେଠାରେ କେବଳ ବ୍ରେଡ୍‌ ଓ ବିସ୍କୁଟ ଖାଇବାକୁ ଦିଆଯାଉଥିଲା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସିଥିବା ଓଡ଼ିଆ ଛାତ୍ରୀଛାତ୍ର ସମେତ ଅନ୍ୟ ରାଜ୍ୟର ଡାକ୍ତରୀ ପଢୁଆ ପିଲାଙ୍କୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୬ ତାରିଖରେ ଏକ ବସ୍‌ରେ ସୁପ୍ରୀତ୍‌ ଏବଂ ଅନ୍ୟ ସହପାଠୀଙ୍କୁ ଭିନିଷ୍ଟିଆରୁ ୟୁକ୍ରେନ୍‌ ସୀମା ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ଚାଲିଚାଲି ପ୍ରାୟ ୪ କିଲୋମିଟର ଯିବା ପରେ ସମସ୍ତେ ରୋମାନିଆ ସୀମାନ୍ତ ଆଶ୍ରୟସ୍ଥଳୀରେ ପହଞ୍ଚତ୍ଥିଲେ। ଏହାପରେ ସେମାନଙ୍କୁ ୨ କିଲୋମିଟର ଦୂରରେ ଥିବା ରୋମାନିଆର ଅନ୍ୟ ଏକ ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ଉକ୍ତ ଆଶ୍ରୟସ୍ଥଳୀରେ ସ୍ଥାନାଭାବରୁ ୩ ଦିନ ୩ ରାତି ଛିଡ଼ା ହୋଇ କାଟିବାକୁ ପଡ଼ିଥିଲା। ସେଠାରେ କେବଳ ଡ୍ରାଏଫୁଡ୍‌ ଦିଆଯାଇଥିଲା। ଏହାପରେ ଛାତ୍ରୀଛାତ୍ରଙ୍କୁ ରୋମାନିଆର ଏକ ଅସ୍ଥାୟୀ ଏୟାରପୋର୍ଟକୁ ନିଆଯାଇ ସେଠାକାର ପ୍ରଶାସନ ଏବଂ ଭାରତ ସରକାରଙ୍କ ସହାୟତାରେ ତୁର୍କୀ ଦେଇ ଦିଲ୍ଲୀ ଅଣାଯାଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ତୁର୍କୀରେ ପହଞ୍ଚତ୍ ଆମକୁ ଦିଲ୍ଲୀ ପଠାଇବା ବ୍ୟବସ୍ଥା କରିଥିଲେ। ଦିଲ୍ଲୀରେ ପହଞ୍ଚତ୍ବା ପରେ ପୁନର୍ଜନ୍ମ ମିଳିବା ଭଳି ଅନୁଭବ ହେଲା। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିବାବେଳେ ରାଜ୍ୟ ସରକାର ଓଡ଼ିଶା ଭବନରେ ଖାଦ୍ୟପାନୀୟ ବ୍ୟବସ୍ଥା କରିବା ସହିତ ସମ୍ମାନିତ କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ସହାୟତାରେ ଭୁବନେଶ୍ୱର ଫେରିଲୁ। ଜିଲା ପ୍ରଶାସନ ପକ୍ଷରୁ ଘରକୁ ଫେରିବା ପାଇଁ ମା’ ବାପାଙ୍କ ସହ ଜଣେ ଅଧିକାରୀଙ୍କୁ ପଠାଯାଇଥିଲା।
ସୁରକ୍ଷା ଦେଲା ତ୍ରିରଙ୍ଗା
ପାଠ ପଢ଼ିବା ସମୟରେ ସାଙ୍ଗରେ ରଖିଥିବା ଜାତୀୟ ପତାକା ତ୍ରିରଙ୍ଗା ହିଁ ଯୁଦ୍ଧ ସମୟରେ ଜୀବନ ରକ୍ଷା କଲା ବୋଲି ସୁପ୍ରୀତ୍‌ କହିଛନ୍ତି। ହଷ୍ଟେଲ ବଙ୍କରରୁ ରୋମାନିଆର ଅସ୍ଥାୟୀ ବିମାନବନ୍ଦରରେ ପହଞ୍ଚତ୍ବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପତାକା ଦେଖାଇବାରୁ କେହି ଅଟକାଇଲେ ନାହିଁ। ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ସୁରକ୍ଷିତ ବାହାରିବାରେ ଆମ ଜାତୀୟ ପତାକାର ଅବଦାନ ସବୁବେଳେ ମନେ ରହିବ ବୋଲି ସେ କହିଛନ୍ତି।
ଭବିଷ୍ୟତ ସନ୍ଦିହାନ
ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ କେବେ ଶାନ୍ତି ଫେରିବ ତାହା ଅସ୍ପଷ୍ଟ। ଏଭଳି ସମୟରେ ଅନ୍‌ଲାଇନ୍‌ରେ ପାଠ ପଢ଼ାଯିବ ବୋଲି କଲେଜ ପକ୍ଷରୁ କୁହାଯାଇଛି। ହେଲେ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡ଼ିଛୁ ବୋଲି ସୁପ୍ରୀତ୍‌ କହିଛନ୍ତି। ୟୁକ୍ରେନ୍‌ରେ ଡାକ୍ତରୀ ପାଠ ପଢ଼ିବା ଲାଗି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଥିବାରୁ ଭାରତର ବହୁ ଗରିବ ଛାତ୍ରୀଛାତ୍ର ସେଠାରେ ନାମ ଲେଖାଇଛନ୍ତି। ଏବେକାର ସ୍ଥିତିରେ ସମ୍ପୃକ୍ତ ପିଲାଙ୍କ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ବ୍ୟବସ୍ଥା କରିବା ଉଚିତ ବୋଲି ସୁପ୍ରୀତ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri