ବରଫାବୃତ୍ତ ଅଞ୍ଚଳରେ ୭୨ ଘଣ୍ଟା

ଢେଙ୍କାନାଳ ଅଫିସ, ୬।୩:  ଚାରିଆଡ଼େ ବରଫ ହିଁ ବରଫ। ହାଡ଼ଭଙ୍ଗା ଶୀତ ଭିତରେ ଜୀବନ ବଞ୍ଚାଇବା ଲାଗି ସଂଘର୍ଷ। ପାଖରେ ନ ଥିଲା ପର୍ଯ୍ୟାପ୍ତ ଖାଦ୍ୟ କି ମିଳୁ ନ ଥିଲା ମୁନ୍ଦାଏ ପାଣି। ଏଭଳି ପ୍ରତିକୂଳ ସ୍ଥିତିରେ ୟୁକ୍ରେନ୍‌-ରୋମାନିଆ ସୀମାନ୍ତ ଆଶ୍ରୟସ୍ଥଳୀରେ ୩ଦିନ ୩ ରାତି କେବଳ ଛିଡ଼ା ହୋଇ କାଟିବାକୁ ପଡ଼ିଲା। ଜୀବନ ସିନା ବଞ୍ଚତ୍ଗଲା, ହେଲେ ଅଙ୍ଗେ ନିଭେଇଥିବା ଯୁଦ୍ଧ ଯନ୍ତ୍ରଣାର ଏହି ଅନୁଭୂତି ଭୁଲିହେବନି ବୋଲି କହିଛନ୍ତି ୟୁକ୍ରେନ୍‌ରୁ ସୁରକ୍ଷିତ ଭାବେ ଘରକୁ ବାହୁଡ଼ିଥିବା ଢେଙ୍କାନାଳ ଜିଲା ସଦର ବ୍ଲକ ଗୋବିନ୍ଦପୁର ଗ୍ରାମର ୨୦ ବର୍ଷୀୟ ଡାକ୍ତରୀ ପଢୁଆ ଛାତ୍ର ସୁପ୍ରୀତ କୁମାର ସ୍ବାଇଁ। ଏକମାତ୍ର ପୁଅ ଘରକୁ ଫେରିବା ପରେ ବାପା ସନ୍ତୋଷ ଏବଂ ମା’ସନ୍ଧ୍ୟାରାଣୀ ଭାବବିହ୍ବଳ ହୋଇପଡ଼ିଥିବାବେଳେ ଗ୍ରାମରେ ଖୁସିର ଲହରି ଖେଳିଯାଇଛି।
ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ଫସି ରହିବା ଏବଂ ସେଠାରୁ ସୀମାନ୍ତ ରୋମାନିଆରେ ପହଞ୍ଚତ୍ବା ପର୍ଯ୍ୟନ୍ତ ଅନୁଭୂତିକୁ ଶନିବାର ‘ଧରିତ୍ରୀ’ ଢେଙ୍କାନାଳ ଜିଲା ପ୍ରତିନିଧିଙ୍କ ସହିତ ବାଣ୍ଟିଛନ୍ତି ସୁପ୍ରୀତ୍‌। ସେ କହିଛନ୍ତି, ୫ ବର୍ଷ ୮ ମାସ ବିଶିଷ୍ଟ ଡାକ୍ତରୀ କୋର୍ସ କରିବା ଲାଗି ସେ ୨୦୨୧ ଡିସେମ୍ବର ୧୧ରେ ଭିନିଷ୍ଟିଆ ନ୍ୟାଶନାଲ ମେଡିକାଲ ୟୁନିଭରସିଟିରେ ନାମ ଲେଖାଇଥିଲେ। ରୁଷିଆ ଆକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଥିବା କିଭ୍‌ଠାରୁ ଏହାର ଦୂରତ୍ୱ ପ୍ରାୟ ୪୫୦ କିଲୋମିଟର। ଗତ ଫେବୃୟାରୀ ୨୪ ଯାଏ ସବୁକିଛି ଠିକ୍‌ଠାକ୍‌ ଥିଲା। ଏହାପରେ ହଠାତ୍‌ ସବୁକିଛି ବଦଳିଗଲା। ସେହିଦିନ ହିଁ ସେ ଭାରତ ଫେରିବା ଲାଗି ବିମାନରେ ଟିକେଟ୍‌ କରିଥିଲେ। ହେଲେ ରୁଷିଆ ସୈନ୍ୟଙ୍କ ଦ୍ୱାରା କିଭ୍‌ ବିମାନ ବନ୍ଦର ଉପରେ ଅତର୍କିତ ଆକ୍ରମଣ ଫେରିବାର ବାଟ ବନ୍ଦ କରିଦେଇଥିଲା। ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଥିବା ଛାତ୍ରୀଛାତ୍ରଙ୍କୁ ହଷ୍ଟେଲ ବଙ୍କରରେ ରଖାଯାଇଥିଲା। ସେଠାରେ କେବଳ ବ୍ରେଡ୍‌ ଓ ବିସ୍କୁଟ ଖାଇବାକୁ ଦିଆଯାଉଥିଲା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସିଥିବା ଓଡ଼ିଆ ଛାତ୍ରୀଛାତ୍ର ସମେତ ଅନ୍ୟ ରାଜ୍ୟର ଡାକ୍ତରୀ ପଢୁଆ ପିଲାଙ୍କୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୬ ତାରିଖରେ ଏକ ବସ୍‌ରେ ସୁପ୍ରୀତ୍‌ ଏବଂ ଅନ୍ୟ ସହପାଠୀଙ୍କୁ ଭିନିଷ୍ଟିଆରୁ ୟୁକ୍ରେନ୍‌ ସୀମା ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ଚାଲିଚାଲି ପ୍ରାୟ ୪ କିଲୋମିଟର ଯିବା ପରେ ସମସ୍ତେ ରୋମାନିଆ ସୀମାନ୍ତ ଆଶ୍ରୟସ୍ଥଳୀରେ ପହଞ୍ଚତ୍ଥିଲେ। ଏହାପରେ ସେମାନଙ୍କୁ ୨ କିଲୋମିଟର ଦୂରରେ ଥିବା ରୋମାନିଆର ଅନ୍ୟ ଏକ ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ଉକ୍ତ ଆଶ୍ରୟସ୍ଥଳୀରେ ସ୍ଥାନାଭାବରୁ ୩ ଦିନ ୩ ରାତି ଛିଡ଼ା ହୋଇ କାଟିବାକୁ ପଡ଼ିଥିଲା। ସେଠାରେ କେବଳ ଡ୍ରାଏଫୁଡ୍‌ ଦିଆଯାଇଥିଲା। ଏହାପରେ ଛାତ୍ରୀଛାତ୍ରଙ୍କୁ ରୋମାନିଆର ଏକ ଅସ୍ଥାୟୀ ଏୟାରପୋର୍ଟକୁ ନିଆଯାଇ ସେଠାକାର ପ୍ରଶାସନ ଏବଂ ଭାରତ ସରକାରଙ୍କ ସହାୟତାରେ ତୁର୍କୀ ଦେଇ ଦିଲ୍ଲୀ ଅଣାଯାଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ତୁର୍କୀରେ ପହଞ୍ଚତ୍ ଆମକୁ ଦିଲ୍ଲୀ ପଠାଇବା ବ୍ୟବସ୍ଥା କରିଥିଲେ। ଦିଲ୍ଲୀରେ ପହଞ୍ଚତ୍ବା ପରେ ପୁନର୍ଜନ୍ମ ମିଳିବା ଭଳି ଅନୁଭବ ହେଲା। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିବାବେଳେ ରାଜ୍ୟ ସରକାର ଓଡ଼ିଶା ଭବନରେ ଖାଦ୍ୟପାନୀୟ ବ୍ୟବସ୍ଥା କରିବା ସହିତ ସମ୍ମାନିତ କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ସହାୟତାରେ ଭୁବନେଶ୍ୱର ଫେରିଲୁ। ଜିଲା ପ୍ରଶାସନ ପକ୍ଷରୁ ଘରକୁ ଫେରିବା ପାଇଁ ମା’ ବାପାଙ୍କ ସହ ଜଣେ ଅଧିକାରୀଙ୍କୁ ପଠାଯାଇଥିଲା।
ସୁରକ୍ଷା ଦେଲା ତ୍ରିରଙ୍ଗା
ପାଠ ପଢ଼ିବା ସମୟରେ ସାଙ୍ଗରେ ରଖିଥିବା ଜାତୀୟ ପତାକା ତ୍ରିରଙ୍ଗା ହିଁ ଯୁଦ୍ଧ ସମୟରେ ଜୀବନ ରକ୍ଷା କଲା ବୋଲି ସୁପ୍ରୀତ୍‌ କହିଛନ୍ତି। ହଷ୍ଟେଲ ବଙ୍କରରୁ ରୋମାନିଆର ଅସ୍ଥାୟୀ ବିମାନବନ୍ଦରରେ ପହଞ୍ଚତ୍ବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପତାକା ଦେଖାଇବାରୁ କେହି ଅଟକାଇଲେ ନାହିଁ। ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ସୁରକ୍ଷିତ ବାହାରିବାରେ ଆମ ଜାତୀୟ ପତାକାର ଅବଦାନ ସବୁବେଳେ ମନେ ରହିବ ବୋଲି ସେ କହିଛନ୍ତି।
ଭବିଷ୍ୟତ ସନ୍ଦିହାନ
ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ କେବେ ଶାନ୍ତି ଫେରିବ ତାହା ଅସ୍ପଷ୍ଟ। ଏଭଳି ସମୟରେ ଅନ୍‌ଲାଇନ୍‌ରେ ପାଠ ପଢ଼ାଯିବ ବୋଲି କଲେଜ ପକ୍ଷରୁ କୁହାଯାଇଛି। ହେଲେ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡ଼ିଛୁ ବୋଲି ସୁପ୍ରୀତ୍‌ କହିଛନ୍ତି। ୟୁକ୍ରେନ୍‌ରେ ଡାକ୍ତରୀ ପାଠ ପଢ଼ିବା ଲାଗି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଥିବାରୁ ଭାରତର ବହୁ ଗରିବ ଛାତ୍ରୀଛାତ୍ର ସେଠାରେ ନାମ ଲେଖାଇଛନ୍ତି। ଏବେକାର ସ୍ଥିତିରେ ସମ୍ପୃକ୍ତ ପିଲାଙ୍କ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ବ୍ୟବସ୍ଥା କରିବା ଉଚିତ ବୋଲି ସୁପ୍ରୀତ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri