Posted inଖେଳ

କ୍ରିକେଟ୍‌କୁ ଅଲବିଦା କହିଲେ ହରଭଜନ

ଚଣ୍ଡିଗଡ,୨୪।୧୨: ଭାରତର ତାରକା ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୪୧ ବର୍ଷୀୟ ହରଭଜନ ସିଂ ଭାରତ ପାଇଁ ୭୧୧ ଉଇକେଟ ନେଇଛନ୍ତି। ଟର୍ବାନେଟର ଭାବରେ ଜଣାଶୁଣା ହରଭଜନ ରାଜନୀତି କ୍ଷେତ୍ରରେ ନିଜର ନୂଆ ଇନିଂସ ଖେଳିପାରନ୍ତି। ନିକଟରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ ତାଙ୍କର ଫଟୋ ଭାଇରାଲ ହୋଇଛି। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହରଭଜନ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଟୁଇଟରରେ ଅବସର ଘୋଷଣା କରି ହରଭଜନ ସିଂ ଲେଖିଛନ୍ତି, ସମସ୍ତ ଭଲ ଜିନିଷ ସମାପ୍ତ ହୋଇଛି ଏବଂ ଆଜି ମୁଁ କ୍ରୀଡାକୁ ବିଦାୟ ଦେଉଛି, ଯାହା ମୋତେ ଜୀବନରେ ସବୁକିଛି ଦେଇଛି, ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଏହି ୨୩ ବର୍ଷର ଯାତ୍ରା ସହଯୋଗ କରିଛନ୍ତି। ସୁନ୍ଦର ଏବଂ ସ୍ମରଣୀୟ, ଆପଣଙ୍କୁ ବହୁତ ଧନ୍ୟବାଦ। ଆଇପିଏଲ ୨୦୨୧ର ପ୍ରଥମ ଲିଗରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ପାଇଁ ହରଭଜନ କିଛି ମ୍ୟାଚ ଖେଳିଥିଲେ କିନ୍ତୁ ଲିଗର ୟୁଏଇ ଲିଗ୍‌ରେ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇ ନ ଥିଲେ।
ଟିମ ଇଣ୍ଡିଆ ପାଇଁ ଦୁଇଟି ବିଶ୍ୱକପ ଜିତିଥିବା ହରଭଜନଙ୍କୁ ପ୍ରାୟ ୧୦ ବର୍ଷ ପୂର୍ବେ ପଞ୍ଜାବ ପୋଲିସ ଡିଏସପି ପଦ ପ୍ରଦାନ କରିଥିଲା। ୨୦୧୬ ମସିହାରେ ଭାରତ ପାଇଁ ହରଭଜନ ସିଂ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ସେ ଗତ ୫ ବର୍ଷ ଧରି ଦଳରୁ ଦୂରେଇ ଯାଇଥିଲେ। ୧୯୯୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ହରଭଜନ ସିଂ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ଭାରତ ପାଇଁ ୧୦୩ ଟି ଟେଷ୍ଟ ମ୍ୟାଚରେ ୪୧୭ ଉଇକେଟ ନେଇଥିଲେ। ଭଜି ମଧ୍ୟ ଦୁଇ ଶତକ ସହିତ ୨୨୩୫ ରନ ସ୍କୋର କରିଥିଲେ। ୨୩୬ ଟି ଦିନିକିଆ ମ୍ୟାଚରେ ତାଙ୍କ ନାମରେ ୨୬୯ ଉଇକେଟ ଅଛି। ଅନ୍ତର୍ଜାତୀୟ ଟି -୨୦ରେ ୨୮ଟି ମ୍ୟାଚରେ ୨୫ ଉଇକେଟ ନେଇଛନ୍ତି। ଅନିଲ କୁମ୍ବଲେ (୬୧୯), କପିଲ ଦେବ (୪୩୪) ଏବଂ ରବିଚନ୍ଦ୍ରନ ଅଶ୍ୱିନ (୪୨୭) ଙ୍କ ପରେ ହରଭଜନ ସିଂ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଉଇକେଟ ନେଇଛନ୍ତି। ଆଇପିଏଲରେ ତାଙ୍କ ନାଁରେ ୧୫୦ ଉଇକେଟ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri