ରାଜ୍ୟରେ ୭୧% ମତଦାନ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଶେଷ ହୋଇଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ଭୋଟଗ୍ରହଣ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏଥିରେ ପ୍ରାୟ ୭୧% ମତଦାନ ହୋଇଛି। ତେବେ ଚୂଡାନ୍ତ ସଂଖ୍ୟା ଆସିଲେ ମତଦାନ ହାର ବଢ଼ିପାରେ ବୋଲି ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

ରାଜ୍ୟରେ କାଁ ଭାଁ ସ୍ଥାନରେ ନିର୍ବାଚନୀ ହିଂସାକୁ ଛାଡ଼ିଲେ ଅନ୍ୟ ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିଲା। ବିଶେଷକରି ଯାଜପୁର, ଜଗତସିଂହପୁରର କିଛି ସ୍ଥାନରେ ବାଧା ଉପୁଜିବା ଖବର ଆସିଛି। ବାଲାଟ ପେପର ତ୍ରୁଟି ପାଇଁ ୨/୩ ସ୍ଥାନରେ ପୁନର୍ବାର ଭୋଟଗ୍ରହଣର ଆବଶ୍ୟକତା ପଡ଼ିପାରେ। ଏନେଇ ଜିଲାପାଳମାନଙ୍କଠାରୁ ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।