ଭାରତୀୟ ବିଶ୍ୱବିଦ୍ୟାଳୟରେ ୭୧% ନାମଲେଖାରୁ ବଞ୍ଚିତ

ହାଇଦ୍ରାବାଦ/ଭୁବନେଶ୍ୱର(ବନ୍ଦନା ସେଠୀ),୧୭ା୧୧: ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାତ୍ର ୨୯% ଛାତ୍ରୀଛାତ୍ର ନାମ ଲେଖାଇପାରୁଛନ୍ତି। ଅବଶିଷ୍ଟ ୭୧% ଛାତ୍ରୀଛାତ୍ର ଭାରତୀୟ ୟୁନିଭର୍ସିଟିରେ ପାଠପଢ଼ାର ସୁଯୋଗ ପାଉନାହାନ୍ତି ବୋଲି ନୀତି ଆୟୋଗ ସିଇଓ ବିଭିଆର୍‌ ସୁବ୍ରମଣ୍ୟମ୍‌ ସୂଚନା ଦେଇଛନ୍ତି। ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜ୍‌ନେସ (ଆଇବିଏସ୍‌)ରେ ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୁବ୍ରମଣ୍ୟମ୍‌ କହିଛନ୍ତି, ଗତ ଦଶନ୍ଧିରେ ଦେଶରେ ସପ୍ତାହକୁ ଗୋଟିଏ ବିଶ୍ୱବିଦ୍ୟାଳୟ ଓ ୨ଟି ଲେଖାଏ କଲେଜ ପ୍ରତିଷ୍ଠା କରାଯାଇଛି। ଏହାସତ୍ତ୍ୱେ ପିଲାଙ୍କ ଶିକ୍ଷା ଆବଶ୍ୟକତାକୁ ପୂରଣ କରାଯାଇପାରୁ ନାହିଁ। ଆଜି ଭାରତରେ ଥିବା ୧,୨୦୦ ବିଶ୍ୱବିଦ୍ୟାଳୟରେ ମାତ୍ର ୨୯% ଛାତ୍ରୀଛାତ୍ର ନାମ ଲେଖାଇପାରୁଛନ୍ତି। ଅନୂ୍ୟନ ୫୦% ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେବାକୁ ହେଲେ ଭାରତରେ ୨,୫୦୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଆବଶ୍ୟକ। ଏହି ଅବସରରେ ସେ ଦେଶର ଡିଜିଟାଲ ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ଡିଜିଟାଲ ଓ୍ବାଲର୍‌ଡରେ ଭାରତ ସବୁଠୁ ବଡ଼ ଲାବରେଟୋରି। ବର୍ତ୍ତମାନ ପ୍ରାୟ ୫୦% ବୈଶ୍ୱିକ ଆର୍ଥିକ କାରବାରର ପ୍ରକ୍ରିୟାକରଣ ଭାରତ କରୁଥିବା ସେ କହିଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ୩୦ ଟ୍ରିଲିୟନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଦେଶର ଭିତ୍ତିଭୂମିକୁ ସଜାଡ଼ି ବୈଷୟିକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସୁବ୍ରମଣ୍ୟମ୍‌ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପକ୍ଷେ ଭାରତୀୟ ୟୁନିଭର୍ସିଟିଗୁଡ଼ିକ ବିଶ୍ୱର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ସମକକ୍ଷ ହୋଇପାରୁ ନ ଥିବାରୁ କେବଳ ସଂଖ୍ୟାବୃଦ୍ଧି କରିଦେଲେ ହେବ ନାହିଁ, ବରଂ ଭିତ୍ତିଭୂମି ସାଙ୍ଗକୁ ଗୁଣାମତ୍କ ଶିକ୍ଷାଦାନ କରିବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି।

ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ନେଇ ନୀତି ଆୟୋଗ ସିଇଓ ଦେଇଥିବା ମନ୍ତବ୍ୟ ଉପରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି, ଯେଉଁ ଦେଶଗୁଡ଼ିକରେ ଶିକ୍ଷାର ମାନ ବଢିଛି, ସେଠାରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ସାଙ୍ଗକୁ ଶିକ୍ଷକ ଏବଂ ଗବେଷଣା ବୃଦ୍ଧି ପାଇଛି। ଶିକ୍ଷାର ମାନ ବୃଦ୍ଧି ପାଇଁ ଯେଉଁସବୁ ସହାୟତା ଦରକାର ତାହା ମଧ୍ୟ ବୃଦ୍ଧି ପାଇଛି। ବହୁ ସମୟରେ ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ଆମ ଶିକ୍ଷା ବ୍ୟବସ୍ଥାର ତୁଳନା କରାଯାଉଛି। ସେଠାରେ ଅଧିକାଂଶ ବିଶ୍ୱବିଦ୍ୟାଳୟ ଘରୋଇ ହୋଇଥିଲେ ହେଁ, ତାହା ବ୍ୟବସାୟଭିତ୍ତିକ ବା ଲାଭ ପାଇଁ ହୋଇ ନ ଥାଏ। ପିଲାମାନେ କିପରି ଗୁଣାତ୍ମକ ଶିକ୍ଷା ପାଇବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏଥିସହ ଶିକ୍ଷକମାନଙ୍କର ଗୁଣାତ୍ମକ ଅଭିବୃଦ୍ଧିକୁ ମଧ୍ୟ ଦୃଷ୍ଟି ଦିଆଯାଉଛି।

ମାତ୍ର ଆମ ଶିକ୍ଷା ବ୍ୟବସ୍ଥା ଏକ ସାଧାରଣ ଶିକ୍ଷା ବ୍ୟବସ୍ଥା ହୋଇଯାଇଛି। ଏଠାରେ ଯେଉଁ କେତେକ ଘରୋଇ ବିଶ୍ୱବିଦ୍ୟାଳୟ ଖୋଲିଛି ସେମାନେ କେବଳ ଲାଭ ପାଇଁ ବ୍ୟସ୍ତ ରହୁଛନ୍ତି। ତେଣୁ କେବଳ ସଂଖ୍ୟା ବଢିଲେ ହେବନାହିଁ, ବିଶ୍ୱବିଦ୍ୟାଳୟର ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ବଢ଼ାଇବା ଦରକାର। ନଚେତ୍‌ ପିଲାମାନଙ୍କୁ ଦିଆଯାଉଥିବା ଶିକ୍ଷା କେତେଦୂର କାମରେ ଲାଗିଲା ତାହା ପ୍ରଶ୍ନବାଚୀ ହୋଇ ରହିଯିବ। ସେହିପରି ଶିକ୍ଷାବିତ୍‌ ପ୍ରଫେସର ରଘୁନାଥ ପଣ୍ଡା କୁହନ୍ତି, ଆମର ଯେତିକି ବିଶ୍ୱବିଦ୍ୟାଳୟ ଅଛି, ତା’ଠାରୁ ପିଲାସଂଖ୍ୟା ଅଧିକ ରହୁଛି। ଶିକ୍ଷା ପ୍ରତ୍ୟେକ ପିଲାଙ୍କ ଅଧିକାର। ତେଣୁ ଆମକୁ ସେହି ଅନୁପାତରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ। ବିଶ୍ୱବିଦ୍ୟାଳୟରେ କ୍ୱାଲିଫାଏଡ୍‌ ଟିଚର୍‌ ରହିବା ଦରକାର। ଏଠାରେ ପାଠପଢ଼ା ସହିତ ରିସର୍ଚ୍ଚ ହେଉଛି। ଏହାର ଲାଇବ୍ରେରି ଉପରେ ବାହାର ରାଜ୍ୟ ତଥା ଦେଶର ଲୋକ ନିର୍ଭର କରୁଛନ୍ତି। ତେଣୁ କେବଳ ସଂଖ୍ୟା ବଢ଼ାଇଲେ ହେବନାହିଁ, ପ୍ରଥମେ ତାହାର ଭିତ୍ତିଭୂମିର ବିକାଶ କରିବା ଦରକାର। ଅପରପକ୍ଷେ ଏବେ ବହୁ ଲୋକ ବିଶ୍ୱବିଦ୍ୟାଳୟକୁ ବ୍ୟବସାୟଭିତ୍ତିକ ଭାବେ ବ୍ୟବହାର କରୁଛନ୍ତି। ଫଳରେ କ୍ୱାଲିଟି ଏଜୁକେଶନ୍‌ ମିଳିପାରୁନାହିଁ। ୟୁଜିସି ଗାଇଡ୍‌ଲାଇନ୍‌କୁ ଅନେକେ ପାଳନ କରୁନାହାନ୍ତି। ତେଣୁ ଏ ସବୁ ଦିଗକୁ ଧ୍ୟାନ ନ ହେଲେ, ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ନାହିଁ। ଯୁକ୍ତ୩ ଛାତ୍ର ବିଶାଳ ବେହେରା କହିଛନ୍ତି, ପ୍ରତିବର୍ଷ ଲକ୍ଷଲକ୍ଷ ପିଲା ପାସ୍‌ କରି ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ରେସ୍‌ରେ ଦୌଡୁଛନ୍ତି। କିଛି ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରୀମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ଆଡ୍‌ମିଶନ ମିଳୁଛି, ମାତ୍ର ଅନେକ ସ୍ଥାନରେ ଧରାଧରି କିମ୍ବା ଡୋନେସନ୍‌ରେ କାମ ହେଉଛି। ଫଳରେ ଯୋଗ୍ୟ ପିଲା ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ଆମ ଦେଶରେ ପିଲାଙ୍କ ଅନୁପାତରେ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବା ସହ ସେଠାରେ କିପରି ସ୍ବଚ୍ଛତା ରହିବ ସେ ନେଇ ଧ୍ୟାନ ଦେବା ଆବଶ୍ୟକ। ଏଥିସହ ଯେଉଁ ବିଶ୍ୱବିଦ୍ୟାଳୟରେ ପଡିଥିବା ଖାଲି ସିଟ୍‌କୁ ତୁରନ୍ତ ପୂରଣ କରିବା ଆବଶ୍ୟକ। ସେହିପରି ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ସରିତା ମହାନ୍ତି କହିଛନ୍ତି, ହାତଗଣତି ସରକାରୀ ବିଶ୍ୱବିଦ୍ୟାଳୟକୁ ଛାଡିଦେଲେ ବାକି ଘରୋଇ ବିଶ୍ୱବିଦ୍ୟାଳୟରେ ବିନା ଡୋନେଶନ୍‌ରେ ସିଟ୍‌ ପାଇବା ସମ୍ଭବ ହେଉନାହିଁ। ତେଣୁ ଅଧିକ ସରକାରୀ ବିଶ୍ୱବିଦ୍ୟାଳୟ ଖୋଲିବା ଦରକାର। ତେବେ ଏହା ପୂର୍ବରୁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ଆବଶ୍ୟକ। ନଚେତ୍‌ ପିଲାମାନଙ୍କୁ କଲେଜରେ ଗୁଣାତ୍ମକ ଶିକ୍ଷା ମିଳିବ ନାହିଁ ଏବଂ ବିଶ୍ୱବିଦ୍ୟାଳୟରେ ସେମାନଙ୍କୁ ସିଟ୍‌ ପାଇବା କଷ୍ଟକର ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?