ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଓ ହିଟ ରିଲେଟେଡ ଇଲନେସ (ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା) ଯୋଗୁ ୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୩୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ମୟୂରଭଞ୍ଜରେ ୭ ଓ ଅନୁଗୋଳରେ ୭ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ଭର୍ତ୍ତି ହୋଇଛନ୍ତି।

ଗତ ୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢିବାରେ ଲାଗିଛି। ୨୧ ଓ ୨୨ରେ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏପ୍ରିଲ ୨୫ ତାରିଖରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ଏପ୍ରିଲ ୨୬ରୁ ମେ ୨ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ-ଆଦ୍ର ପାଣିପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ଦିନ ସାଢେ ୨ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୪୩.୮ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧.୪ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୪୨.୪, କେନ୍ଦୁଝର ଓ ଚାନ୍ଦବାଲିରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୧.୮ ଓ ବାଲେଶ୍ୱରରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?