Posted inଜାତୀୟ

ଗର୍ଭବତୀ ଗାଈର ଜୀବନ ନେଲା ପ୍ଲାଷ୍ଟିକ

ଫରିଦାବାଦ୍‌,୪।୩ : ହରିୟାଣାର ପରିଦାବାଦରେ ପ୍ରାଣି ଚିକିତ୍ସକଙ୍କ ଏକ ଦଳ ଗର୍ଭବତୀ ଗାଈ ପେଟରୁ ୭୧ କିଲୋଗ୍ରାମ ଆବର୍ଜନା ବାହାର କରିଛି। ଗାଈ ପେଟରେ ପ୍ଲାଷ୍ଟିକ, ନଖ ଓ ଅନ୍ୟ ଆବର୍ଜନା ରହିଥିଲା। କିନ୍ତୁ ସବୁ ଚେଷ୍ଟା ପରେ ମଧ୍ୟ ଗାଈ ଓ ତା’ର ଛୁଆଙ୍କୁ ବଞ୍ଚାଇପାରି ନାହାନ୍ତି ପ୍ରାଣି ଚିକିତ୍ସକଙ୍କ ଦଳ।

ଗତ ମାସ ଶେଷ ଆଡ଼କୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଈକୁ ଉଦ୍ଧାର କରିଥିଲା ଫରିଦାବାଦର ପଶୁ ଟ୍ରଷ୍ଟ। ପଶୁ ଚିକିତ୍ସକଙ୍କ ଏକ ଦଳ ୪ ଘଣ୍ଟା ଧରି ଅପରେଶନ ପରେ ଗାଈ ପେଟରୁ ପ୍ଲାଷ୍ଟିକ, ନଖ, ମାର୍ବଲ୍ସ ଓ ଅନ୍ୟାନ୍ୟ ଆବର୍ଜନା ମିଳିଥିବା ଟ୍ରଷ୍ଟ ସଭାପତି ରବି ଦୁବେ କହିଛନ୍ତି। ସେମାନେ ଗାଈର ଛୁଆକୁ ବଞ୍ଚାଇବା ପାଇଁ ବିଫଳ ଚେଷ୍ଟା କରିଥିଲେ। ଗାଈ ପେଟରେ ଅତ୍ୟଧିକ ପରିମାଣରେ ଆବର୍ଜନା ଥିବାରୁ ତା’ର ଛୁଆକୁ ବଢ଼ିବା ପାଇଁ ପର୍ଯ୍ୟାପ୍ତ ଯାଗା ମିଳି ନ ଥିଲା। ୩ ଦିନ ପରେ ଗାଈର ମୃତ୍ୟୁ ହୋଇଥିଲା। ” ୧୩ ବର୍ଷର ଅଭିଜ୍ଞତାରେ ଗାଈ ପେଟରୁ ଏତେ ପରିମାଣରେ ଆବର୍ଜନା ବାହାରିବା ମୁଁ ଦେଖି ନାହିଁ “ ବୋଲି ଦୁବେ କହିଛନ୍ତି। ଏହି ଘଟଣା ଦେଶର ମୁଖ୍ୟତଃ ଦୁଇଟି ସମସ୍ୟା (ଦେଶର ପ୍ରଦୂଷଣ ଓ ବୁଲା ଗୋରୁ)କୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଦୁର୍ନୀତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତିରୁପତି,୧୦।୧୨: ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି, ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri