୭ଶହ ବର୍ଷର ପରମ୍ପରା ଭାଙ୍ଗିଲା: ୩ ରଥରେ ଛେରାପହରା କଲେନି ରାଜା

ରଣପୁର,୬ା୭(ସୁକାନ୍ତ କିଶୋର ଡାକୁଆ): ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ଼ ଜିଲା ରଣପୁର ବାହୁଡ଼ାଯାତ୍ରାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜପୁରୋହିତ ଓ ରାଜାଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ରାଜା ୩ରଥରେ ଛେରାପହଁରା ନ କରିବାରୁ ୭ଶହ ବର୍ଷର ପରମ୍ପରା ଭାଙ୍ଗିଛିା ଏଥିପାଇଁ ରଥଟଣାରେ ବିଳମ୍ବ ଘଟିଥିଲା। ତେବେ ସନ୍ଧ୍ୟା ପୂର୍ବରୁ କେବଳ ତାଳଧ୍ୱଜ ରଥ ଜଗନ୍ନାଥ ମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚତ୍ ଥିବା ବେଳେ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକି ରହିଛି। ଲକ୍ଷାଧିକ ଭକ୍ତ ବାହୁଡ଼ାଯାତ୍ରା ଦେଖିବା ସହିତ ଶ୍ରୀଜୀଉଙ୍କ ଦର୍ଶନ କରିବାକୁ ଅପେକ୍ଷା କରିଥିଲେ। ହେଲେ ଏହି ବିବାଦ ଯୋଗୁ ନୀତିକାନ୍ତିରେ ଅଯଥା ବିଳମ୍ବ ଘଟିଥିଲା। ଏହାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁରୀରେ ୩ ରଥରେ ଗଜପତି ମହାରାଜା ଛେରାପହଁରା କରନ୍ତି। ସେହିପରି ରଣପୁରରେ ୩ ରଥରେ ରଣପୁର ରାଜା ଦିଲୀପ ଚନ୍ଦ୍ର ସିଂହଦେଓ ଛେରାପହଁରା କରିଥାନ୍ତି। ଚଳିତ ବର୍ଷ ଘୋଷଯାତ୍ରାରେ ରାଜା ଛେରାପହଁରା କରିଥିଲେ। ହେଲେ ବାହୁଡ଼ା ରଥରେ ଛେରାପହଁରା କରିବାକୁ ରାଜା ମନା କରିଦେଇଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ରାଜା ରାଜବାଟୀରୁ ଆସି ନ ଥିଲେ।
ସୂଚନା ଅନୁଯାୟୀ, ଗତବର୍ଷ ଦଶହରାରେ ରାଜବାଟୀରେ ଥିବା ମନ୍ଦିରରେ ଜଣେ ବ୍ରାହ୍ମଣ ପୂଜା କରୁଥିଲେ। କୌଣସି କାରଣକୁ ନେଇ ରାଜା ଓ ସେହି ବ୍ରାହ୍ମଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାଜପୁରୋହିତ ବିଶ୍ୱନାଥ ଷଡ଼ଙ୍ଗୀ ଏହି କଥାକୁ ନେଇ ରାଜାଙ୍କୁ ପ୍ରଶ୍ନ କରିଥିଲେ। ତା’ପରେ ରାଜାଙ୍କ ସହିତ ରାଜ ପୁରୋହିତଙ୍କ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ରାଜବାଟୀକୁ ଆଉ ପୂଜା କରିବା ପାଇଁ ରାଜପୁରୋହିତ ଆସି ନ ଥିଲେ। ରାଜା ବାଧ୍ୟ୍ୟ ହୋଇ ଅନ୍ୟ ଏକ ଗ୍ରାମର ବ୍ରାହ୍ମଣଙ୍କୁ ରାଜବାଟୀରେ ପୂଜା କରିବାକୁ ନିୟୋଜିତ କରିଥିଲେ। ସେହି ବ୍ରାହ୍ମଣଙ୍କୁ ରାଜ ପୁରୋହିତ ସହିତ ଅନ୍ୟ ମନ୍ଦିର ପୂଜକମାନେ ବିରୋଧ କରିଥିଲେ। ଫଳରେ ରାଜବାଟୀକୁ ସେ ପୂଜା କରିବାକୁ ଆଉ ଯାଇ ନ ଥିଲେ। ଏହି ବିବାଦର ଯଦି ସମାଧାନ ନ ହୁଏ ତା’ହେଲେ ସେ ରଥ ଉପରେ ଛେରାପହଁରା କରିବେ ନାହିଁ ବୋଲି ଲିଖିତ ଭାବେ ନୟାଗଡ଼ ଜିଲାପାଳ ଓ ରଣପୁର ଦେବୋତ୍ତର ବିଭାଗକୁ ଜଣାଇଥିଲେ। ହେଲେ ଦେବୋତ୍ତର ବିଭାଗ ତରଫରୁ କୌଣସି ସହଯୋଗ ମିଳି ନ ଥିଲା। ଏହାକୁ ନେଇ ରାଜା ବାହୁଡ଼ା ରଥରେ ଛେରାପହଁରା କରିବାକୁ ରାଜା ଆସି ନ ଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ରାଜାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶେଷରେ ସ୍ଥାନୀୟ ପ୍ରଶାସନ ରାଜପୁରୋହିତ ବିଶ୍ୱନାଥ ଷଡ଼ଙ୍ଗୀଙ୍କୁ ଆଣି ତିନି ରଥରେ ଛେରାପହଁରା କରିବା ପରେ ସନ୍ଧ୍ୟା ୬ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ଏ ସଂକ୍ରାନ୍ତରେ ରଣପୁର ଯୁବରାଜ କୌଶକ ଚନ୍ଦ୍ର ସିଂହଦେଓ କୁହନ୍ତି, ପ୍ରତିବର୍ଷ ରଥଯାତ୍ରାରେ ଛେରାପହଁରା କାର୍ଯ୍ୟ ରାଜପରିବାର ତରଫରୁ କରାଯାଏ। ରାଜବାଟୀରେ ରାଜପୁରୋହିତ ଓ ଆମର ବିବାଦକୁ ଜିଲା ପ୍ରଶାସନ କି ସ୍ଥାନୀୟ ଦେବୋତ୍ତର ବିଭାଗ କିଛି ବୁଝିଲେ ନାହିଁ । ଚଳିତ ବର୍ଷ ମନ୍ଦିର ପ୍ରଶାସନ ବି ଆମକୁ ଅବହେଳିତ କରିଥିବାରୁ ଛେରାପହଁରା କରିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ।
ଏହିସବୁ ବିବାଦ ପରେ ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ଶନିବାର ବାହାରିଥିବା ଶ୍ରୀଜୀଉଙ୍କ ତାଳଧ୍ୱଜ ରଥ ସିଂହଦ୍ୱାରରେ ପହଞ୍ଚତ୍ ଥିଲା। ରାତି ହୋଇଯିବାରୁ ଆଉ ରଥଟଣା ହେଇ ପାରି ନ ଥିଲା। ରବିବାର ମା’ସୁଭଦ୍ରାଙ୍କ ରଥ ରବିବାର ମହିଳାମାନେ ଟାଣିବା ପରେ ନନ୍ଦିଘୋଷ ରଥ ଟଣାଯାଇ ସିଂହଦ୍ୱାରରେ ଶ୍ରଦ୍ଧାଳୁମାନେ ପହଞ୍ଚାଇବେ। ଏହା ପରେ ବାଟରେ ଲକ୍ଷ୍ମୀ ନାରାୟଣ ଭେଟ କରାଯିବ। ଏକାଦଶୀ ତିଥିରେ ରବିବାର ୩ ରଥ ଉପରେ ଶ୍ରୀଜୀଉମାନଙ୍କ ରୁପାବେଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri