ଝଗଡ଼ା ହେବାରୁ ଘର ଛାଡି ଆସିଥିଲେ: ବାରମ୍ବାର ବଳାତ୍କାର କଲେ….

କେନ୍ଦୁଝର,୬।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଜଣେ ଅସହାୟ ୨୫ ବର୍ଷୀୟ ଆଦିବାସୀ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଯୁବତୀଙ୍କ ଅସହାୟତାର ସୁଯୋଗ ନେଇ ବାରମ୍ବାର ବଳାତ୍କାର କରିଥିବା ନେଇ ଶୁକ୍ରବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ ପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଖୁଦପଶି ଗ୍ରାମର ସଞ୍ଜୟ ପରିହାର। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ସୂଚନା ମୁତାବକ, ତେଲକୋଇ ଥାନା ଅଞ୍ଚଳର ସମ୍ପୃକ୍ତ ଯୁବତୀ ୧ମାସ ପୂର୍ବେ ଘରେ କଳି ଝଗଡ଼ା ହେବାରୁ ଘର ଛାଡି କେନ୍ଦୁଝର ସହରକୁ ଚାଲିଆସିଥିଲେ। କେନ୍ଦୁଝର ସହରରେ ଏକୁଟିଆ ବୁଲାବୁଲି କରିବା ସହ ରାତିରେ କାଶୀପୁର ସାହିରେ ଏକ ଦୋକାନ ବାରଣ୍ଡାରେ ଶୋଉଥିଲେ। ଏହି ସମୟରେ ସଞ୍ଜୟ ସହ ତାଙ୍କର ଭେଟ ହୋଇଥିଲା। ସଞ୍ଜୟ ତାଙ୍କର ନଁା, ଘର ଠିକଣା ପଚାରିବା ସହ କାମ ବୁଝିଦେବେ ବୋଲି କହିଥିଲେ। ସେହିଦିନଠାରୁ ସେ ଯୁବତୀଙ୍କ ସହିତ କଥାବାର୍ତ୍ତା କରିଆସୁଥିଲେ। ଜୁନ୍‌ ୧୯ରେ ଯୁବତୀଙ୍କ ଇଚ୍ଛା ବିରୋଧରେ ସଞ୍ଜୟ ଜବରଦସ୍ତ ଏକ ପରିତ୍ୟକ୍ତ ଘରକୁ ନେଇ ବଳାତ୍କାର କରିଥିଲେ। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏଣୁ ଭୟରେ ଏ ବିଷୟରେ ସେ କାହାରିକୁ କିଛି କହି ନ ଥିଲେ। ସରଳତାର ସୁଯୋଗ ନେଇ ଅଭିଯୁକ୍ତ ଗତ ୨ ତାରିଖରେ ପୁଣି ପୀଡ଼ିତାଙ୍କ ମୁହଁକୁ ଚାପିଧରି ଉକ୍ତ ପରିତ୍ୟକ୍ତ ଘରକୁ ନେଇ ବଳାତ୍କାର କରିଥିଲେ। ଯୁବତୀ ମାନସିକ ଚାପଗ୍ରସ୍ତ ହୋଇ କେନ୍ଦୁଝର ବଜାରରେ ବୁଲୁଥିବା ବେଳେ ସଖୀ ଓ୍ବାନ୍‌ ଷ୍ଟେପ୍‌ ସେଣ୍ଟରର କର୍ମକର୍ତ୍ତାଙ୍କ ନଜରରେ ପଡ଼ିଥିଲା। କାଉନ୍‌ସେଲିଂ ବେଳେ ତାଙ୍କ ପ୍ରତି ହୋଇଥିବା ପାଶବିକ ଅତ୍ୟାଚାର ସମ୍ପର୍କରେ କହିଥିଲେ। ପ୍ରକଳ୍ପ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ସଖୀ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟରର କର୍ମକର୍ତ୍ତା ଐଶ୍ୱର୍ଯ୍ୟା, ଉଦ୍‌ବେଗ ପ୍ରିୟଦର୍ଶିନୀ, ମମତା, କ୍ରିଷ୍ଣାରାଣୀ ପ୍ରମୁଖ ସହାୟତା କରିବା ପରେ ପୀଡ଼ିତା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୪୪୫/୨୫)ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି, ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri