ନୂଆ ରାଜନୈତିକ ଦଳ ଘୋଷଣା କଲେ ଏଲନ ମସ୍କ, ଟ୍ରମ୍ପଙ୍କ ସହ ବିବାଦ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୬।୭: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଓ ସ୍ପେସଏକ୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟୀ’ ଗଠନ କରିଛନ୍ତି। ଆଜି ଏହାକୁ ସେ ସରକାରୀ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାମ୍ପ୍ରତିକ ବିବାଦ ପରେ ଆସିଛି, ଯେଉଁଥିରେ ମସ୍କ ଟ୍ରମ୍ପଙ୍କ ‘ଓାନ ବିଗ ବ୍ୟୁଟିଫୁଲ ବିଲ’ (One Big Beautiful Bill)କୁ ତୀବ୍ର ବିରୋଧ କରିଥିଲେ।

ମସ୍କଙ୍କ ଏହି ନୂଆ ରାଜନୈତିକ ଉଦ୍ୟମ ଆମେରିକାର ଦୁଇ ପ୍ରମୁଖ ରାଜନୈତିକ ଦଳ ଡେମୋକ୍ରାଟ ଓ ରିପବ୍ଲିକାନଙ୍କୁ ଚ୍ୟାଲେଞ୍ଜ କରିବା ଲକ୍ଷ୍ୟରେ ଗଠିତ ହୋଇଛି। ସେ ଏହାକୁ ‘ୟୁନିପାର୍ଟୀ’ ବ୍ୟବସ୍ଥାର ବିକଳ୍ପ ଭାବେ ଦେଖୁଛନ୍ତି, ଯାହା ତାଙ୍କ ମତରେ ଆମେରିକାରେ ଏକ ଏକଦଳୀୟ ଶାସନ ସୃଷ୍ଟି କରୁଛି। ମସ୍କ ଦାବି କରିଛନ୍ତି ଯେ, ଟ୍ରମ୍ପଙ୍କ ଏହି ବିଲ ଜାତୀୟ ଋଣକୁ ୩.୩ ଟ୍ରିଲିୟନ ଡଲାର ବୃଦ୍ଧି କରିବ ଏବଂ ଋଣ ସୀମା ୫ ଟ୍ରିଲିୟନ ଡଲାର ବୃଦ୍ଧି ହୋଇଯିବ। ଯାହା ଦେଶକୁ ଆର୍ଥିକ ସଙ୍କଟ ଆଡ଼କୁ ନେଇଯିବ।

ଏଲନ ମସ୍କ ପୂର୍ବରୁ ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ପ୍ରଚାର ପାଇଁ ୨୭୭ ମିଲିୟନ ଡଲାରରୁ ଅଧିକ ଦାନ କରିଥିଲେ ଏବଂ ଟ୍ରମ୍ପଙ୍କ ଦିତୀୟ କାର୍ଯ୍ୟକାଳ ଆରମ୍ଭରେ ସେ ‘ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି’ (DOGE)ର ନେତୃତ୍ୱ ନେଇଥିଲେ। କିନ୍ତୁ ମେ ମାସରେ ସେ ଏହି ପଦ ଛାଡ଼ିଥିଲେ, ଯେତେବେଳେ ସେ ଟ୍ରମ୍ପଙ୍କ ବଜେଟ ଯୋଜନାକୁ ତୀବ୍ର ବିରୋଧ କରିବା ଆରମ୍ଭ କରିଥିଲେ। ମସ୍କ ଏହି ବିଲକୁ ‘ଅସାଧାରଣ ଅପଚୟ’ ବୋଲି ଅଭିହିତ କରିଛନ୍ତି ଏବଂ ଏହାର ବିରୋଧରେ ଥିବା ଲମପିମାନଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।

ଟ୍ରମ୍ପଙ୍କ ଏହି ବିଲରେ କର ହ୍ରାସ, ଇମିଗ୍ରେସନ ପ୍ରୟୋଗ ଓ ସାମରିକ ଖର୍ଚ୍ଚ ବୃଦ୍ଧି ଏବଂ ମେଡିକେଡ ଭଳି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ବଡ଼ କାଟ ଅନ୍ତର୍ଭୁକ୍ତ। ଏହା ବିଶେଷ କରି ଇଲେକ୍ଟ୍ରିକ ଗାଡ଼ି ଓ ନବୀକରଣଯୋଗ୍ୟ ଶକ୍ତି ପାଇଁ ଟିକସ ରିହାତିକୁ ହ୍ରାସ କରୁଛି, ଯାହା ମସ୍କଙ୍କ ଟେସଲା କମ୍ପାନୀ ପାଇଁ ସିଧା ପ୍ରଭାବ ପକାଇପାରେ। ମସ୍କ ଏହାକୁ ‘ଦେଶକୁ ଦିବାଳିଆ କରିବା’ର ଏକ ପଦକ୍ଷେପ ବୋଲି ଅଭିଯୋଗ କରିଛନ୍ତି।

ଏହି ବିବାଦ ମଧ୍ୟରେ ଟ୍ରମ୍ପ ମସ୍କଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ମସ୍କଙ୍କୁ ଦେଶାନ୍ତର କରିବାର ଧମକ ଦେଇଛନ୍ତି ଏବଂ ତାଙ୍କ କମ୍ପାନୀଗୁଡ଼ିକୁ ମିଳୁଥିବା ବିଲିୟନ ଡଲାରର ସବସିଡି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ସବସିଡି ବିନା ଏଲନଙ୍କୁ ସମ୍ଭବତଃ ଦକ୍ଷିଣ ଆଫ୍ରିକାକୁ ଫେରିଯିବାକୁ ପଡ଼ିବ।

ଅନ୍ୟପକ୍ଷରେ, ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଲ କରିଥିଲେ, ଯେଉଁଥିରେ ସେ ପଚାରିଥିଲେ, ଆମେରିକାରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାର ସମୟ ଆସିଛି । ଯାହା ୨:୧ ଅନୁପାତରେ ଜନତାଙ୍କ ସମର୍ଥନ ପାଇଥିଲା। ଶନିବାର ସେ ଘୋଷଣା କରିଥିଲେ, ଆଜି ଆମେରିକା ପାର୍ଟୀ ଗଠନ ହେଲା ଯାହା ଆପଣଙ୍କୁ ଆପଣଙ୍କର ସାଧୀନତା ଫେରାଇ ଦେବ।

ମସ୍କ ଏହି ନୂଆ ଦଳ ମାଧ୍ୟମରେ କିଛି ର୍ନିଦ୍ଦିଷ୍ଟ କଂଗ୍ରେସ ଆସନ ଓ ସିନେଟ ଆସନ ଉପରେ ଧ୍ୟାନ ଦେବେ ବୋଲି ଇଙ୍ଗିତ ଦେଇଛନ୍ତି, ଯାହା ତାଙ୍କ ରାଜନୈତିକ ପ୍ରଭାବ ବୃଦ୍ଧି କରିବା ପାଇଁ ଏକ କୌଶଳଗତ ପଦକ୍ଷେପ ହେବ। ତେବେ, ସେ ଏହାର ସମ୍ପୂର୍ଣ୍ଣ ଯୋଜନା ବା ନେତୃତ୍ୱ ସମ୍ପର୍କରେ ସ୍ପଷ୍ଟ କିଛି କହିନାହାନ୍ତି। ରାଜନୈତିକ ବିଶେଷଜ୍ଞମାନେ ମସ୍କଙ୍କ ଏହି ପଦକ୍ଷେପକୁ ଆମେରିକାର ଦୁଇ ଦଳୀୟ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବାର ଏକ ସାହସୀ ପ୍ରୟାସ ବୋଲି ଦେଖୁଛନ୍ତି।

ମସ୍କଙ୍କ ଏହି ନୂଆ ରାଜନୈତିକ ଦଳ ଆମେରିକାର ରାଜନୀତିରେ କେତେ ପ୍ରଭାବ ପକାଇବ, ତାହା ଆଗାମୀ ଦିନରେ ଦେଖାଯିବ। ତେବେ, ଏହା ନିଶ୍ଚିତ ଭାବେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କର ସୂଚନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri