ବସ୍‌ରୁ ୭୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର ଅଫିସ, ୨୧।୩: ଅବକାରୀ ଗୁଇନ୍ଦା ପୋଲିସ ମଙ୍ଗଳବାର ଜାତୀୟ ରାଜପଥ ଗୋପାଳପୁର ଜଙ୍କସନରୁ ଏକ ଯାତ୍ରୀବାହୀ ବସ୍‌ରୁ ପୃଥକ ଭାବେ ୭୦କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ଆଦିତ୍ୟପୁରମର ପୂର୍ବତନ ସାମରିକ କର୍ମଚାରୀ ଗୋପାଳ ସିଂ(୨୯) ଓ କନ୍ଧମାଳ ଜିଲା ବ୍ରମହଣି ଗାଁର ଗଗନ ନାୟକ (୨୭)। ଅବକାରୀ ଟିମ୍‌ ଗୋପାଳଙ୍କ ଦୁଇଟି ଟ୍ରଲି ବ୍ୟାଗ ଓ ଗୋଟିଏ ଏୟାର ବ୍ୟାଗରୁ ୭୦କେଜି ଗଞ୍ଜେଇ ଜବତ କରିଥିବା ବେଳେ ଗଗନ ଧରିଥିବା ଏକ ଏୟାର ବ୍ୟାଗରୁ ୧୦ କେଜି ଗଞ୍ଜେଇ ଜବତ କରିଛି। ଗୋପାଳଙ୍କୁ ମାମଲା ନଂ ୧୦୪୦/୨୨-୨୩ ରେ ଗିରଫ କରାଯାଇଛି। ସେହିପରି ଗଗନ ଙ୍କୁ ୧୦୪୧/୨୨-୨୩ ରେ ଗିରଫ କରାଯାଇଛି ବୋଲି ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି। ଜେରା ବେଳେ ଗୋପାଳ ଗୋପାଳପୁରରେ ରହି ଏହି ଗଞ୍ଜେଇ କାରବାର କରୁଥିବା ଜଣାପଡିଛି। ସେ ଉକ୍ତ ଗଞ୍ଜେଇ ମଧ୍ୟପ୍ରଦେଶ ଚାଲାଣ କରିଥାନ୍ତେ। ସେହିପରି ଗଗନ ଉକ୍ତ ଗଞ୍ଜେଇ ଭୁବନେଶ୍ୱର ନେଇ ଯାଉଥିଲେ ବୋଲି ଅବକାରୀ ଟିମ୍‌ ଜାଣିବାକୁ ପାଇଛି। ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁରରୁ ଏକ ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଟିମ୍‌କୁ ଖବର ମିଳିଥିଲା। ଏହାକୁ ଆଧାର କରି ଏକ ଟିମ୍‌ ଗୋପାଳପୁର ଜଙ୍କସନରେ ମଙ୍ଗଳବାର ଯାନବାହନ ଯାଞ୍ଚ କରିଥିଲା। ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍‌ ଯାଞ୍ଚ ବେଳେ ଦୁଇ ଜଣ ଯାତ୍ରୀଙ୍କ ଠାରୁ ଉକ୍ତ ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ ଦ୍ୱୟଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ପୋଲିସ କହିଛି। ଯାଞ୍ଚ ବେଳେ ଉକ୍ତ ଟିମ୍‌ରେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହ୍ରଦୟ ଚନ୍ଦ୍ର ସାମନ୍ତ, ଏଏସ୍‌ଆଇ ସୁରେନ୍ଦ୍ର ପ୍ରଧାନ, ବ୍ରଜ ବିହାରୀ ନାୟକ, କନେଷ୍ଟେବଲ କପିଳାସ ଭତ୍ରା , କୁମୁଦ ପ୍ରଧାନ, ସନ୍ତୋଷ ନାୟକ ସୁବ୍ରତ ବେହେରା , ସୁଭମ ସ୍ବାଇଁ , ଭଗବାନ ହେମ୍ରମ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri