Posted inଫୁରସତ

୮ ବର୍ଷୀୟା ମାଗାଜିନ୍‌ ସମ୍ପାଦିକା

ଅଷ୍ଟ୍ରେଲିଆର ଆଠ ବର୍ଷର କୁନି ଝିଅ ରୋକ୍ସେନ ଡାଉନ୍‌। ଏଇ ବୟସରେ ଯେଉଁଠି ପିଲାମାନେ ହୋମଓ୍ବାର୍କ କରନ୍ତି ଓ ଖେଳାଖେଳିରେ ବ୍ୟସ୍ତ ରୁହନ୍ତି, ସେ କିନ୍ତୁ କରୁଛନ୍ତି ଏକ ଭିନ୍ନ କାମ। ଆଉ ଗଢିଛନ୍ତି ନିଜର ଏକ ଭିନ୍ନ ପରିଚୟ। ଏଇ ବୟସରେ ସେ ପାଲଟିଛି ପୃଥିବୀର ସର୍ବକନିଷ୍ଠ ମାଗାଜିନ ସମ୍ପାଦିକା। ମାଗାଜିନ୍‌ର ନାମ ହେଉଛି ‘ଇଟ୍‌ ଗର୍ଲ’। ରୋକ୍ସେନ ଏତେ କମ୍‌ ବୟସରେ ଏଡିଟୋରିଆଲ କନସେପ୍ଟ ତିଆରି କରିବା ସହ ମାର୍କେଟ ସର୍ଚ୍ଚ କରନ୍ତି ଏବଂ ମାସକୁ ଥରେ ଏଡିଟର୍ସ ଲେଟର୍‌ ଲେଖନ୍ତି। ଆଉ ପ୍ରିଣ୍ଟ ପୂର୍ବରୁ ମାଗାଜିନ୍‌କୁ ରିଭ୍ୟୁ ବି କରନ୍ତି। ରୋକ୍ସେନ କହନ୍ତି, ”ମୁଁ ସବୁବେଳେ ମୋ ବୟସଠାରୁ ବଡ଼ କିଛି କରିବାକୁ ଚାହୁଁଥିଲି। ତା’ସହ ସାଙ୍ଗମାନଙ୍କ ଭିତରେ ଅଲଗା ହେବାର ଇଚ୍ଛା ଥିଲା। ତେଣୁ ଏଭଳି କିଛି କରିବାକୁ ଇଚ୍ଛା ପ୍ରକାଶ କଲି। ମୁଁ ଛୋଟ ପିଲା, ଏହି ମାଗାଜିନ ବି ଛୋଟପିଲାଙ୍କ ଉପରେ ଆଧାରିତ। ମୁଁ ଜାଣେ ପିଲାମାନଙ୍କୁ କ’ଣ ଭଲ ଲାଗେ। ସେମାନଙ୍କ ପାଇଁ କ’ଣ ଭଲ ଓ ସେମାନେ କ’ଣ ଜାଣିବାକୁ ଚାହାନ୍ତି।“ ରୋକ୍ସେନ ପାଠପଢ଼ାରେ ବେଶ୍‌ ଭଲ। ତେଣୁ ସେ ଏହି କାମ ବେଶ୍‌ ସୁଚାରୁ ରୂପେ ତୁଲାଇ ପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri