କେନ୍ଦ୍ରମନ୍ତ୍ରୀଙ୍କ ନାଁ ନ ଥିବାରୁ ଭାଙ୍ଗିଲେ ଫଳକ

ସଜନାଗଡ଼, ୮ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ମେଡିକାଲ ପରିସରରେ ୪ଟି କ୍ୟାବିନ୍‌ ନିର୍ମାଣ କରାଯାଇଥିଲା। ବୁଧବାର ପୂର୍ବାହ୍ନରେ ଏହି କ୍ୟାବିନ୍‌ ଗୃହ ଉଦ୍‌ଘାଟନ ଲାଗି ସ୍ଥିର କରାଯାଇଥିଲା। ଉଦ୍‌ଘାଟକ ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ନୀଳଗିରି ଟ୍ରକ୍‌ ମାଲିକ ସଂଘ ସଭାପତି ସୁରଞ୍ଜନ ମହାପାତ୍ର, ସମ୍ପାଦକ ଶାନ୍ତନୁ କୁମାର ବିଶ୍ୱାଳ ଓ ସଂଘ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ବିଧାୟକ ନାୟକ ଉଦ୍‌ଘାଟନ କରି ଯିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମର୍ଥକମାନେ ଫଳକରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ନ ଥିବା ନେଇ ଏସ୍‌ଡିଏମ୍‌ଓ ଡା. ଅଜୟ କୃଷ୍ଣ ସାମଲଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ସମର୍ଥକମାନେ ସୂଚନା ଫଳକକୁ ଭାଙ୍ଗି ଦେଇଥିଲେ। ଫଳକ ଭଙ୍ଗା ଘଟଣାକୁ ନେଇ ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ଶାନ୍ତନୁ କୁମାର ବିଶ୍ୱାଳ ଏବଂ ମେଡିକାଲ ପକ୍ଷରୁ ଏକ ମାମଲା(ନଂ.୧୧୦/୨୧) ରୁଜୁ କରାଯାଇଛି। ତବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।
ଏ ନେଇ ଗୁରୁବାର ମେଡିକାଲ କର୍ମଚାରୀ କଳାବ୍ୟାଜ୍‌ ପରିଧାନ କରିବେ ବୋଲି ଏସ୍‌ଡିଏମ୍‌ଓ ସାମଲ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ କୁହନ୍ତି, ଟ୍ରକ୍‌ ମାଲିକ ସଂଘ ରାସ୍ତାରେ ଯାଉଥିବା ଟ୍ରକ୍‌ଗୁଡ଼ିକୁ ଅଟକାଇ ଚାନ୍ଦା ଆଦାୟ କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିସରରେ କ୍ୟାବିନ୍‌ ଗୃହ ନିର୍ମାଣ କରିଛି। ଯେଉଁଥିରେ ସର୍ବସାଧାରଣଙ୍କ ଅର୍ଥ ବ୍ୟବହାର ହୋଇଛି। ନିୟମ ଅନୁଯାୟୀ ଫଳକରେ ସ୍ଥାନୀୟ ବିଧାୟକ ଏବଂ ଏମ୍‌ପିଙ୍କ ନାମ ରହିବା ଆବଶ୍ୟକ ଥିବାବେଳେ ହୀନ ରାଜନୀତି ଦୃଷ୍ଟିରୁ ଉକ୍ତ ଫଳକରେ ଏମ୍‌ପିଙ୍କ ନାମ ନ ଥିବାରୁ ଜନସାଧାରଣ ଏହାକୁ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ବନ୍ଦ ପ୍ରଭାବ ଶୂନ୍ୟ

ପୁରୀ ଅଫିସ,୨୦ା୬: ରଥଯାତ୍ରା ଆୟୋଜନ ଦାବିରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ୬ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପୁରୀ ବନ୍ଦ ଡାକରା ଦିଆଯାଇଥିଲା।...

ବାଇକ୍‌କୁ ଧକ୍କା ଦେଲା ଅଟୋ: ଜଣେ ମୃତ, ଜଣେ ଆହତ

ଯାଜପୁର ରୋଡ, ୨୭।୫(ନି.ପ୍ର.): ଯାଜପୁର ଜିଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ପାଇକେରାପୁର ଛକ ନିକଟରେ ସୋମବାର ଅଟୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ...

ଗୁହାଳରେ ଅଗ୍ନିକାଣ୍ଡ: ୨ ଗୋରୁ ଜୀବନ୍ତ ଦଗ୍ଧ, ୭ ଗୁରୁତର

ପଟ୍ଟାମୁଣ୍ଡାଇ,୬।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ନାହିଆଡ଼ିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ଗୁହାଳ ଭସ୍ମୀଭୂତ ହୋଇଛି । ଗୁହାଳରେ ବନ୍ଧା ହୋଇଥିବା...

ରାଜକୋଟ, ତିରୁପତିରେ ଫଶିଛନ୍ତି ୪୩ ଦାଦନ ଶ୍ରମିକ

ବଲାଙ୍ଗୀର ଅଫିସ/ଟିକ୍ରାପଡା/ଟିଟିଲାଗଡ, ୨୭ା୩ (ଡି.ଏନ୍‌.ଏ.):କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସମଗ୍ର ଦେଶରେ ୨୧ଦିନର ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ା ଏଭଳି ସମୟରେ ରାଜ୍ୟ ବାହାରକୁ...

ଲେବର ବଜେଟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କର୍ଲାମୁଣ୍ଡା,୨୮।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜୀବ ଗାନ୍ଧି ସେବାକେନ୍ଦ୍ରଠାରେ ଏମ୍‌ଜିଏନ୍‌ଆରଇଜିଏସ୍‌ର ସଫଳତା ପାଇଁ ପ୍ଲାନିଙ୍ଗ କମିଟି ସଭ୍ୟାସଭ୍ୟମାନଙ୍କୁ ନେଇ ଗୁରୁବାରଠାରୁ ଚାଲିଥିବା ଲେବର ବଜେଟ...

ଜଳିଗଲାଣି ଧାନଗଛ, ଚିନ୍ତାରେ ଚାଷୀ

ଉଲୁଣ୍ଡା, ୨୩ା୭ (ଡି.ଏନ.ଏ.) ଶ୍ରାବଣ ମାସର ଆଦ୍ୟ ଚଉଠି, ଚାରିଦିଗୁ ମେଘ ଆସିବ ଘୋଟି। ଫେଲ ମାରିଲା ଏହି ଖନା ବଚନ। ଚଳିତ ବର୍ଷ ଶ୍ରାବଣ...

ଅସୁସ୍ଥ ମାଈ ହାତୀକୁ ଜଗି ବସିଛି ଦନ୍ତା: ପାଖ ମଡ଼ାଇ ଦେଉନି

ନିରାକାରପୁର, ୧୮।୩(ଡି.ଏନ୍‌.ଏ.): ଟାଙ୍ଗୀ ବନଖଣ୍ଡ ସରପାରି ପଞ୍ଚାୟତ ବାଁବରଡ଼ା ମୌଜାସ୍ଥିତ ଚାରିବାଟିଆ ଗହିର ଜମିର ମଲାଗୁଣୀ ନଦୀ ପଠାରେ ଏକ ମାଈ ହାତୀ ଅସୁସ୍ଥ ହୋଇ...

ଦଲାଲ ପଶିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ୍‌, ୧।୩ – ଅକ୍ଟୋବର ୧ରୁ ଜିଲାରେ ଆରମ୍ଭ ହୋଇଥିବା ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ ଏଥିରେ ସୃଷ୍ଟି ହେଉଥିବା ସମସ୍ୟାକୁ...

Advertisement

BGU

Archives

Model This Week

Why Dharitri