୭ ମାସର ଗର୍ଭବତୀଙ୍କୁ ମାରିଦେଲେ

ବଲାଙ୍ଗୀର ଅଫିସ,୪ା୪: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତଲିଉଡାର ଗ୍ରାମରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ବାମୀ ଓ ଶାଶୁଙ୍କ ବିରୋଧରେ ମୃତା ମହିଳାଙ୍କ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ମାମଲା (୧୪୬/୨୨) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
୨୦୨୧ ମସିହାରେ ତଲିଉଡାର ଗ୍ରାମର ବିପିନ ପ୍ରଧାନଙ୍କ ସହ ପାଟଣାଗଡ ଥାନା ଅନ୍ତର୍ଗତ ବନକାବିହାର ଗ୍ରାମର ପୁଷ୍ପାଞ୍ଜଳି ପ୍ରଧାନଙ୍କ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ସମୟରେ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକେ ବରପକ୍ଷଙ୍କ ଦାବି ଅନୁସାରେ ଯୌତୁକ ଦେଇଥିଲେ। କିଛିଦିନ ଗଲା ପରେ ବିପିନ ଅଧିକ ଯୌତୁକ ଦାବି କରିଥିଲେ। ବିବାହ ସମୟରେ ଏକ ହିରୋହୋଣ୍ଡା ଡିଲକ୍ସ ବାଇକ୍‌ ଦିଆଯାଇଥିଲା। ଏହି ବାଇକ୍‌କୁ ଛୋଟ ବାଇକ୍‌ ଦର୍ଶାଇ ପୁଣି ହିରୋ ଗ୍ଲାମର ବାଇକ୍‌ ମାଗିଥିଲେ। ଏହାପରେ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକେ ପୁଣି ଏକ ଗ୍ଲାମର ବାଇକ୍‌ କିଣି ବିପିନଙ୍କୁ ଦେଇଥିଲେ। ପୂର୍ବରୁ ୮ ଲକ୍ଷ ଟଙ୍କାର ଯୌତୁକ ଦିଆଯାଇଥିଲା। ପରେ ପୁଣି ୯୦ ହଜାର ଟଙ୍କା ମାଗିବାରୁ ଦିଆଯାଇଥିଲା ା ଏହାସତ୍ତ୍ୱେ ଝିଅକୁ ଯୌତୁକ ନିର୍ଯାତନା ଦେଇ ମାରି ଦେଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତା ଯୁବତୀଙ୍କ ମାଆ ଗଣମାଧ୍ୟମକୁ କହିଛନ୍ତି ଯେ, ଝିଅ ୭ ମାସର ଗର୍ଭବତୀ ହୋଇଥିବାରୁ ରବିବାର ତାଙ୍କ ପରିବାର ସହ ଝିଅର ମାମୁଁଘର ଲୋକେ ଝିଅକୁ ପିଠା ଖୁଆଇବାକୁ ଆସିବା କାର୍ଯ୍ୟକ୍ରମ ଥିଲା। ଏନେଇ ସମସ୍ତ ପ୍ରସ୍ତୁତି ସରିଥିଲା। ସକାଳେ ଜ୍ୱାଇଁଘର ଲୋକେ ଖବର ଦେଲେ ଯେ, ପୁଷ୍ପାଞ୍ଜଳି ପଡିଯିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନିଆଯାଇଛି। ଏଣୁ ପିଠାଖୁଆ ସାମଗ୍ରୀ ନ ଆଣି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆସିବାକୁ କହିଥିଲେ। ସେଠାକୁ ଆସିବା ପରେ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। କିଭଳି ଭାବେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହେଲା ତାହା ଶାଶୁଘର ଲୋକେ କହି ନ ଥିଲେ। ଏହାପରେ ପରିବାର ଲୋକେ ସଦର ଥାନାକୁ ଯାଇ ପୁଷ୍ପାଞ୍ଜଳିଙ୍କୁ ଯୌତୁକ ପାଇଁ ସ୍ବାମୀ ବିପିନ ଓ ଶାଶୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ଶାଶୁଘର ଲୋକଙ୍କ ମତାମତ ମିଳିପାରିନାହିଁ। ଅଭିଯୋଗ ମିଳିବା ପରେ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ବୋଲି ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri