ବିବାହକୁ ପୁରିନି ୭ ମାସ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ,୨୯ା୧୦(ରତନ ନାୟାର): ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍‌ର ଶରତ ମହାପାତ୍ରଙ୍କୁ ଗତ ୭ ମାସ ତଳେ ବିବାହ କରିଥିବା ମୌସୁମୀ ମଧୁସ୍ମିତାଙ୍କ ରବିବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ ସ୍ବାମୀ ଶରତଙ୍କ ସମେତ ଶାଶୁଘର ଲୋକେ ଘରଛାଡ଼ି କେଉଁଆଡ଼େ ପଳାଇଯାଇଛନ୍ତି। ଫଳରେ ଝିଅ ମଧୁସ୍ମିତାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ସଦର ଥାନା ସିମିନଇ ଗ୍ରାମର ସରୋଜ କୁମାର ସିଂହ ସୋମବାର ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ମଧୁସ୍ମିତାଙ୍କ ସ୍ବାମୀ ଶରତ, ଶ୍ୱଶୁର ହେମନ୍ତ ମହାପାତ୍ର, ଶାଶୁ ସରୋଜିନୀ ମହାପାତ୍ର ଓ ଦିଅର ତଥା ଜିଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର ଏବଂ ଯାଆ ଇତିଶା ଜେନାଙ୍କ ନାମରେ ସରୋଜ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୭୩୨/୨୦୨୪ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏଥିସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇଛି।

ଅଭିଯୋଗରେ ସରୋଜ ଦର୍ଶାଇଛନ୍ତି, ବଡ଼ଝିଅ ମୌସୁମୀ ମଧୁସ୍ମିତା ଗତ ୨୬ ମାର୍ଚ୍ଚ ୨୦୨୪ରେ ଢେଙ୍କାନାଳ ସହର କଲେଜ ବାଇପାସସ୍ଥିତ ଶିବ ମନ୍ଦିରରେ ସହରସ୍ଥିତ ଗାନ୍ଧୀ ମନ୍ଦିର ରୋଡ୍‌ ନିବାସୀ ହେମନ୍ତ ମହାପାତ୍ରଙ୍କ ପୁଅ ଶରତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ରବିବାର ଅପରାହ୍ନ ୨ଟା ୪୮ରେ ଝିଅଙ୍କ ସହ ସେ କଥା ହୋଇଥିଲେ। ସେହି ସମୟରେ ଝିଅ ସ୍ବାଭାବିକ ଭାବେ କଥାବାର୍ତ୍ତା କରିଥିଲେ। କିନ୍ତୁ ସନ୍ଧ୍ୟା ୬ଟା ୪୪ରେ ସେ ଝିଅଙ୍କୁ ଫୋନ କରିବାରୁ ଶାଶୁ ଫୋନ ଉଠାଇ ଝିଅ କ’ଣ ଖାଇଦେଇଛି, ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବୋଲି କହିବା ସହ ଫୋନ କାଟିଦେଇଥିଲେ।

ଜିଲା ମୁଖ୍ୟ ଚିକିତ୍ସାଳୟରେ ସେ ପହଞ୍ଚିବା ପରେ ଝିଅଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ତେଣୁ ତାଙ୍କ ଝିଅଙ୍କୁ ସ୍ବାମୀ, ଶ୍ୱଶୁର, ଶାଶୁ, ଦିଅର ଓ ଯାଆ ମାରିଦେଇଥିବା ସରୋଜ ଟାଉନଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ସରୋଜ ଗଣମାଧ୍ୟମକୁ କହିଛନ୍ତି, ବିବାହ ପରେ ମଝିରେ ମଝିରେ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ବିବାଦ ହେଉଥିଲା। ଖବରପାଇ ସେ ଝିଅଘରେ ପହଞ୍ଚି ସମ୍ପର୍କୀୟମାନଙ୍କ ଉପସ୍ଥିତିରେ ସମାଧାନ କରୁଥିଲେ।

ଅଭିଯୋଗ ସମ୍ପର୍କରେ ଟାଉନଥାନା ଅଧିକାରୀ ପ୍ରଭାତ ସାହୁ କହିଛନ୍ତି, ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ କ୍ରମେ ୫ଜଣଙ୍କ ନାମରେ ନୂତନ ଆଇନ ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ଘରେ ନାହାନ୍ତି। ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?