୭୦ଲକ୍ଷ ଜୀବନ ନେଉଛି ବାୟୁ ପ୍ରଦୂଷଣ

ସୌର ଚନ୍ଦ୍ର ମହାପାତ୍ର

ବିଶ୍ୱରେ ବାୟୁ ପ୍ରଦୂଷଣ ଅଧିକ ଘାତକ ହେବାରେ ଲାଗିଛି। ପ୍ରତିବର୍ଷ ଏହା ଯୋଗୁ ପାଖାପାଖି ୭୦ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଆଗକୁ ମଧ୍ୟ ସ୍ଥିତି ସଙ୍ଗିନ ରହିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଏଚ୍‌ଓ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛି। ଛଅଟି ପ୍ରମୁଖ ପ୍ରଦୂଷଣ ସୃଷ୍ଟିକାରୀ କାରକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ। ୨୦୦୫ରେ ଜାରି ହୋଇଥିବା ମାର୍ଗଦର୍ଶିକାଠାରୁ ଏହା କଠୋର ବୋଲି ଜଣାପଡ଼ିଛି। ଡବ୍ଲ୍ୟୁଏଚ୍‌ଓ ଦର୍ଶାଇଛି ଯେ, ବାୟୁ ପ୍ରଦୂଷଣ ଯେଉଁ ମାତ୍ରାରେ କ୍ଷତିକାରକ ବୋଲି ବିବେଚନା କରାଯାଉଛି, ତାହାଠାରୁ ଏହା ଅନେକ ଗୁଣା ଅଧିକ ହୋଇଯାଇଛି। ଏହା ଯୋଗୁ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବେ। କାରଣ ସେମାନଙ୍କୁ ଅର୍ଥନୈତିକ ବିକାଶ ପାଇଁ ଜୀବାଶ୍ମ ଇନ୍ଧନ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି। ଜୀବାଶ୍ମ ଇନ୍ଧନ ହିଁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ କରି ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଏହି ପରିପ୍ରେକ୍ଷୀରେ ନଭେମ୍ବରରେ ହେବାକୁ ଥିବା ସିଓପି୨୬ ସମ୍ମିଳନୀ ପୂର୍ବରୁ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଅଙ୍ଗାରକ ନିର୍ଗମନ ମାତ୍ରା କମାଇବା ପାଇଁ ପଦକ୍ଷେପ ନେବାକୁ ୧୯୪ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଛି ଡବ୍ଲ୍ୟୁଏଚ୍‌ଓ।
ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ ଆଢ଼ାନମ୍‌ କହିଛନ୍ତି, ବାୟୁ ପ୍ରଦୂଷଣ କମାଇବା ଲାଗି ଯେଉଁ ମାର୍ଗଦର୍ଶିକା ଜାରି କରାଯାଇଛି, ତାହାକୁ ଦେଶଗୁଡ଼ିକ ଠିକ୍‌ ଭାବେ ପାଳନ କରିବା ଜରୁରୀ। ଯଦି ଏଭଳି ନ ହୁଏ, ତେବେ ମାନବତା ପ୍ରତି ସାଙ୍ଘାତିକ ବିପଦ ସୃଷ୍ଟି ହେବ। ସଂଗଠନ ଦର୍ଶାଇଛି ଯେ, ୮୦% ବାୟୁ ପ୍ରଦୂଷଣଜନିତ ମୃତ୍ୟୁରେ ପିଏମ୍‌ ୨.୫ ଦାୟୀ। ତେଣୁ ଏହାକୁ ନେଇ ରହିଥିବା ନିୟମଗୁଡ଼ିକର ପାଳନକୁ ଦେଶଗୁଡ଼ିକ ସୁନିଶ୍ଚିତ କରିବା ଦରକାର। ପିଏମ୍‌ ୨.୫ ପାଇଁ ବାର୍ଷିକ ଏକ୍ୟୁଜି ସ୍ତର ବଜାୟ ରଖିବାରେ ଯଦି ରାଜ୍ୟଗୁଡ଼ିକ ସଫଳ ହୁଅନ୍ତି, ତା’ହେଲେ ପିଏମ୍‌ ୨.୫ ବିପଦକୁ ଏଡ଼ାଯାଇ ପାରନ୍ତା। ଏହି ପ୍ରଦୂଷଣ ସୃଷ୍ଟିକାରୀ କାରକ ଅତ୍ୟଧିକ କ୍ଷତିକାରକ, ଯାହା ଫୁସ୍‌ଫୁସ୍‌ରେ ଜମାହୋଇ ଶ୍ୱାସକ୍ରିୟାଜନିତ ସମସ୍ୟା ସୃଷ୍ଟି କରେ ଏବଂ ଲୋକଙ୍କୁ ମୃତ୍ୟୁ ଆଡ଼କୁ ଟାଣିନେଇଥାଏ। ଅନ୍ୟପକ୍ଷରେ ଭାରତ ଏହି ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବ ବୋଲି ଜଣାପଡ଼ିଛି। ଆଇଆଇଟି କାନପୁର ପ୍ରଫେସର ଏସ୍‌.ଏନ୍‌.ତ୍ରିପାଠୀ କହିଛନ୍ତି, ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରୁଛି। ତେଣୁ ଡବ୍ଲ୍ୟୁଏଚ୍‌ଓର ସଦ୍ୟ ଗାଇଡ଼ ଲାଇନ ଏହା ଉପରେ ପୁଣି ଗୁରୁତ୍ୱ ଦେବା ପାଇଁ ବାଧ୍ୟ କରିଛି। ଭାରତର ବାୟୁ ମାନ ବଢ଼ାଇବା ନେଇ ଏବେ ସମୟ ଆସିଛି। ଏଥିପାଇଁ ଉପାୟ ବାହାର କରିବାକୁ ହେବ। ବାର୍ଷିକ ପିଏମ୍‌ ୨.୫ ପାଇଁ ଡବ୍ଲ୍ୟୁଏଚ୍‌ଓର ୨୦୦୫ ଗାଇଡ଼ଲାଇନରେ ୧୦ୟୁଜି/ଏମ୍‌୩ ମାନକ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଭାରତ ପାଇଁ ଏହାକୁ ୪୦ୟୁଜି/ଏମ୍‌୩ ମାନକ ଧାର୍ଯ୍ୟ ଲାଗି କୁହାଯାଇଥିଲା। ତଥାପି ଅଧିକାଂଶ ଭାରତୀୟ ସହର ଏହାକୁ ପାଳନ କରିବାରେ ବିଫଳ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୯ରୁ ଭାରତରେ ବାୟୁମାନ ସୂଚକାଙ୍କ ଉପରେ କାର୍ଯ୍ୟ କରାଯାଉଛି। ଏବେ ସଂଶୋଧିତ ଗାଇଡ଼ଲାଇନ ଉପରେ ଫୋକସ୍‌ କରାଯାଉଛି। ଆଗାମୀ ସାତ ବର୍ଷ ପାଇଁ ନୂଆ ନିୟମ ଜାରି କରାଯାଇପାରେ ବୋଲି ଆଶା। ଡବ୍ଲ୍ୟୁଏଚ୍‌ଓ କହିଛି ଯେ, ବାୟୁ ପ୍ରଦୂଷଣ ଯୋଗୁ ଲୋକଙ୍କଠାରେ ହୃଦ୍‌ରୋଗ ଓ ଫୁସ୍‌ଫୁସ୍‌ ଜନିତ ରୋଗ ବଢ଼ିବାରେ ଲାଗିଛି। ପିଏମ୍‌୨.୫ , ପିଏମ୍‌୧୦, ଓଜୋନ, ସଲଫର ଡାଇଅକ୍ସାଇଡ଼, ନାଇଟ୍ରୋଜେନ ଡାଇଅକ୍ସାଇଡ଼, କାର୍ବନ ମନୋକ୍ସାଇଡ଼ କବଳରେ ପଡ଼ି ଲୋକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି।
ବାୟୁ ପ୍ରଦୂଷଣ କାରଣରୁ କୋଭିଡ ଭୂତାଣୁ ଅନ୍ୟକୁ ସହଜରେ ସଂକ୍ରମିତ କରିପାରୁଛି। ବିଶେଷକରି ପାର୍ଟିକ୍ୟୁଲେଟ ମ୍ୟାଟର ବା ପିଏମ୍‌ ୨.୫ ସହିତ କରୋନା ଭୂତାଣୁ ଯୋଡ଼ି ହୋଇଯିବା କାରଣରୁ ଏହା ଦ୍ରୁତ ଗତିରେ ବାୟୁରେ ବ୍ୟାପୁଛି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ତେଣୁ ଅଧିକ ପ୍ରଦୂଷଣ ଥିବା ସହରରେ ଅଧିକମାତ୍ରାରେ କୋଭିଡ଼ ବ୍ୟାପିଛି। ଏ ଦୃଷ୍ଟିରୁ ଦେଶର ଅନ୍ୟ ବଡ଼ ସହର ତୁଳନାରେ ଭୁବନେଶ୍ୱରରେ କମ୍‌ ପ୍ରଦୂଷଣ ପାଇଁ କୋଭିଡ ମୃତ୍ୟୁସଂଖ୍ୟା କମ୍‌ ରହିଥିବା ଅନୁମାନ କରାଯାଉଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ଆଇଆଇଟିଏମ୍‌ ପୁନେ, ଏନ୍‌ଆଇଟି ରାଉଲକେଲା ଓ ଆଇଆଇଟି ଭୁବନେଶ୍ୱରର ଛଅ ଜଣ ବୈଜ୍ଞାନିକ ଓ ଗବେଷକଙ୍କୁ ନେଇ ପ୍ରଦୂଷଣ ଓ କୋଭିଡ ସଂକ୍ରମଣ ସମ୍ପର୍କିତ ଏକ ଅଧ୍ୟୟନ କରାଯାଇଥିଲା। ଏହା ଏନ୍‌ସିଭିର ଜର୍ନାଲରେ ପ୍ରକାଶିତ ହୋଇଛି। ଧୂଳି, ଧୂଅଁା ଓ ଅନ୍ୟ ସାମଗ୍ରୀର ମିଶ୍ରଣ ହେଉଛି ପିଏମ୍‌। ଏହା ଭିନ୍ନ ଭିନ୍ନ ଆକୃତିର ହୋଇଥାଏ। ତେବେ ତହିଁରୁ ପିଏମ୍‌ ୨.୫ ସବୁଠାରୁ କ୍ଷୁଦ୍ର ହୋଇଥିବା ବେଳେ ଏହା ଶରୀରରେ ପ୍ରବେଶ କଲେ କର୍କଟ ରୋଗ ସୃଷ୍ଟି କରିପାରେ। ବାୟୁରେ ଏହା ଏକାଧିକ ଦିନ ରହିବା ସହିତ ସହଜରେ ଫୁସ୍‌ଫୁସ୍‌ରେ ମଧ୍ୟ ପ୍ରବେଶ କରିଥାଏ। ତେବେ ପିଏମ୍‌ ୨.୫ ସହିତ ଯୋଡ଼ିହୋଇ କରୋନା ଭୂତାଣୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାଇପାରୁଥିବାର ଏହି ଅଧ୍ୟୟନରୁ ପ୍ରମାଣ ମିଳିଛି। ଏ ଦୃଷ୍ଟିରୁ ମୁମ୍ବାଇ, ପୁଣେ, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇରେ ଅଧିକ ସଂଖ୍ୟାରେ କୋଭଡ ମୃତ୍ୟୁ ହୋଇଥିବା କୁହାଯାଉଛି। ଗତବର୍ଷ ମାର୍ଚ୍ଚରୁ ନଭେମ୍ବର ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। ଏପ୍ରିଲରେ ଭୁବନେଶ୍ୱରରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିଲା। ଅନ୍ୟ ମାସଗୁଡ଼ିକରେ ଏହା ସନ୍ତୋଷଜନକ ରହିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଅନ୍ୟ ସହରଗୁଡ଼ିକ ତୁଳନାରେ ଭୁବନେଶ୍ୱର ଅଧିକ ମାତ୍ରାରେ ପ୍ରଦୂଷିତ। ଏ ଦୃଷ୍ଟିରୁ ରାଜଧାନୀରେ କୋଭିଡ଼ ଅନ୍ୟ ସହର ତୁଳନାରେ ଅଧିକ ମାତ୍ରାରେ ବ୍ୟାପିଥିଲା। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ଗୋଷ୍ଠୀ ସଂକ୍ରମଣ କହୁଛନ୍ତି। ମାତ୍ର ଏହି ଅଧ୍ୟୟନରେ ଏହା ପ୍ରଦୂଷଣ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥିବା ନଜରକୁ ଆସିଛି। ରାଜ୍ୟର ଅନ୍ୟ ଜିଲାରେ ଲୋକଙ୍କ ଠାରୁ ଲୋକଙ୍କ ସଂକ୍ରମଣ ବ୍ୟାପିଥିବା ବେଳେ ରାଜଧାନୀରେ ପ୍ରଦୂଷଣ ପାଇଁ ଅଧିକ ସଂକ୍ରମଣ ବ୍ୟାପିଛି ବୋଲି ସନ୍ଦେହ କରାଯାଉଛି।
ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ, ମୋ :୯୪୩୭୦୦୪୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri