ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି ୪ଜଣ ସମିତିସଭ୍ୟ। ଏହାକୁ ନେଇ ଜିଲାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ସୂଚନାନୁଯାୟୀ, ରାୟଗଡ଼ା ବିଷମକଟକ  ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ବିଷମକଟକ ପଞ୍ଚାୟତସମିତିର ୭ ସମିତି ସଭ୍ୟ ଓ ୨ ସରପଞ୍ଚ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ସେମାନେ ଶନିବାର ଭୁବନେଶ୍ୱର ସ୍ଥିତ ଭାଜପା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପାରେ ଯୋଗଦେଇଥିବା ନେଇ ଭାଜପା ପକ୍ଷରୁ ଫଟୋ ଓ ପ୍ରେସ ବିବୃତି ଛଡ଼ାଯାଇଥିଲା । ଭାଜପାରେ ଯୋଗଦେଇଥିବା ୭ ସମିତିସଭ୍ୟ ହେଲେ କାଙ୍କୁବା ପଞ୍ଚାୟତର ଅକ୍ଷୟ କୁମାର ହିକକା, ହାଟମୁନିଗୁ ଦୁର୍ଯ୍ୟଧନ ପିରିବାକା, ଡୁମୁରିନେଲିର ବୋଇଦ ଉର୍ଲ୍ଲାକା, ହଜାରି ସୁକାନ୍ତ ବେନିଆ, ଡାଲଆକୁଜିର କରୁଣାକର ସୁନା, ସାହା ଜୟନ୍ତି କଲକା ଏବଂ କୁର୍ଲିର ତେଲା ହୁଇକା। ହେଲେ ମଙ୍ଗଳବାର ସେହି ସମିତି ସଭ୍ୟମାନଙ୍କ ମଧ୍ୟରୁ ୪ଜଣ ପୁର୍ନବାର ନିଜର ପ୍ରାଥମିକ ଦଳ ବିଜେଡିକୁ ଫେରିଛନ୍ତି ।
ବିଜେଡି ଫେରିଥିବା ୪ଜଣ ସମିତିସଭ୍ୟ ହେଲେ ବୋଇଦ, ହଜାରି ସୁକାନ୍ତ, ସାହା ଜୟନ୍ତି ଏବଂ ତେଲା । ଜିଲା ବିଜେଡିର ଟାଣୁଆ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସଙ୍କ ଉପସ୍ଥିତିରେ ସମସ୍ତେ ବିଜେଡି ଫେରିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ପୃକ୍ତ ସମିତି ସଭ୍ୟମାନେ ସୂଚନା ଦେଇଛନ୍ତି ।
ଏପରିକି ବିଷମକଟକ ନିର୍ବାଚନମଣ୍ଡଳୀର କଂଗ୍ରେସର ଟାଣୁଆ ନେତା ଦିଲୀପ ପଟ୍ଟନାୟକଙ୍କ ଇଙ୍ଗିତରେ ସେମାନେ ଭୁବନେଶ୍ୱର ଯାଇ ଭାଜପାରେ ମିଶିଥିବା ଏବଂ ଦିଲୀପଙ୍କୁ ସେଠାରେ ନ ଦେଖିବା ପରେ ପୁଣି ଥରେ ବିଜେଡି ଫେରିଥିବା ପ୍ରକାଶ କରିଛନ୍ତି। ତେବେ ବିଷମକଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥି ନୀଳମାଧବ ହିକକାଙ୍କୁ ଜିତାପଟ ପିନ୍ଧାଇଥିବା ଦିଲୀପ କ’ଣ ସତରେ ଭାଜପା ସହିତ ଜଡିତ ଅଛନ୍ତି କି ବୋଲି ପ୍ରଶ୍ନ ଉଠିଛି
ଏନେଇ ଦିଲୀପଙ୍କୁ ପଚାରିବାରୁ ସେ କାହାକୁ ଭାଜପାରେ ଯୋଗଦେବା ପାଇଁ କହିନାହାନ୍ତି କିନ୍ତୁ ପୂର୍ବରୁ ସେମାନେ ପଞ୍ଚାୟତସମିତିରେ ସୁଧୀର ଦାସ ସେମାନଙ୍କୁ ଅଣଦେଖା କରି ରଖିଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ସେମାନେ ପୁଣି ଥରେ ନିଶ୍ଚୟ ଅଭିଯୋଗ କରିବାକୁ ଆସିବେ ବୋଲି ଦିଲୀପ କହିଛନ୍ତି ।

ଏଭଳିକି ହଜାରି ସମିତିସଭ୍ୟ ସୁକାନ୍ତ ବେନିଆ ମଣ୍ଡିରେ ଧାନ ଉଠୁ ନ ଥିବା ନେଇ ଦିଲୀପଙ୍କ ନିକଟରେ ଫେରାଦ ହୋଇଥିବାରୁ ସେ ଧାନ ମଣ୍ଡିରେ ଧାନ ଉଠିବା ନେଇ ସହଯୋଗ କରିଥିଲେ । ସେହିଭଳି କୁର୍ଲିର ତେଲା ହୁଇକା ସମିତିସଭ୍ୟା ରହିଥିଲେ ହେଁ ତାଙ୍କୁ ପଂଚାୟତସମିତିରେ ନିଜ ଅଞ୍ଚଳର ବିକାଶ ପାଇଁ ଯୋଜନା କାର୍ଯ୍ୟକାରୀ କରିବାକୁ ଦିଆଯାଉ ନ ଥିଲା ଏବଂ ଏନେଇ ସେ ଦିଲୀପଙ୍କ ନିକଟରେ ଜଣାଇବା ପରେ ଦିଲୀପ ବ୍ଲକର ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ତେଲା ସହଯୋଗ କରିବାକୁ କହିଥିବା ପ୍ରକାଶ କରିଛନ୍ତି ଦିଲୀପ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପ: ୪୦କୁ ବୃଦ୍ଧି ପାଇବ ଆଇସିୟୁ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର,୨୭।୧: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ମଙ୍ଗଳବାର ଅନୁଷ୍ଠିତ ରୋଗୀ…

ପିକ୍‌ଅପ୍‌ ଧକ୍କାରେ ଚାଲି ଯାଇଥିଲା ଚାହା ଦୋକାନୀଙ୍କ ଜୀବନ, କୋର୍ଟ ଚାଲାଣ ହେଲେ…

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର ଦେଓଖାଳି ଛକ ରେ ଗତ ବୁଧବାର ସକାଳ ପ୍ରାୟ ସାଢ଼େ ୬ ଟାରେ…

ମାର୍ଚ୍ଚ ୨ରୁ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା: ପ୍ରସ୍ତୁତି ସଭାରେ…       

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା ‘ ବାଙ୍କେଶ୍ୱରୀ ଙ୍କ ଦୋଳ ଯାତ୍ରା ନିମନ୍ତେ ମଙ୍ଗଳବାର ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ: ଖୋଜି ଆଣିବା ପାଇଁ ସ୍ତ୍ରୀଙ୍କ ନିବେଦନ

ରାୟଗଡା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାରେ ଦିନକୁ ଦିନ ଦାଦନଙ୍କ ଦୁଃଖ ବଢ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦାଦନ ଖଟିବାକୁ ଯାଇ କିଛି ମୃତ୍ୟୁବରଣ କରିଥିବା…

ବାଇକ୍‌କୁ ଧକ୍କା ଦେଇ ଚାଲିଗଲା ଟ୍ରାକ୍ଟର; ଘଟଣାସ୍ଥଳରେ ଚାଲିଗଲା ବାଇକ୍‌ରେ…

ବଞ୍ଚୋ,୨୭।୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଙ୍ଖିଡ଼ି ନିକଟରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାକ୍ଟର ଏକ…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

ଗୋକୋଲମା: ଶେଷ ହେଲା ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବଙ୍କ ମାଘ ଝାମୁ ଯାତ୍ରା…

ଥୁଆମୂଳ ରାମପୁର,୨୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଘ ଝାମୁ ଯାତ୍ରା…

ଡକରବାଡ଼ି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ଘଟଣା: ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦରମା ବନ୍ଦ… 

ଦାରିଙ୍ଗବାଡ଼ି, ୨୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିନା ନୋଟିସରେ ତାଲା ପକାଇ ବନ୍ଦ ରଖିବା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri