Odisha Elections 2024
Posted inଜାତୀୟ

୭ ଭାରତୀୟ କଫ୍‌ ସିରପ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ,୨୧ା୬: ଭାରତ ଓ ଇଣ୍ଡୋନେସିଆର ଔଷଧ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ୨୦ ସିରପକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଙ୍ଗଳବାର କଳାତାଲିକାରେ ସ୍ଥାନିତ କରିଛି। ତନ୍ମଧ୍ୟରେ ଭାରତରେ ପ୍ରସ୍ତୁତ ୭ କଫ୍‌ ସିରପ ରହିଛି। ଏହି ଅପମିଶ୍ରିତ ତଥା ନିମ୍ନମାନର ସିରପଗୁଡ଼ିକୁ ସେବନ କରି ବିଶ୍ୱର ପ୍ରାୟ ୩୦୦ ଶିଶୁ ପ୍ରାଣ ହରାଇବା ପରେ ଡବ୍ଲ୍ୟୁଏଚ୍‌ଓ ଏପରି ପଦକ୍ଷେପ ନେଇଛି।
ଗତବର୍ଷ ଉଜ୍‌ବେକିସ୍ତାନ, ଗାମ୍ବିଆ ଓ ନାଇଜେରିଆ ସମେତ କେତେକ ଦେଶରେ ଭାରତୀୟ କଫ୍‌ ସିରପ ପିଇ ପ୍ରାୟ ୩୦୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଭାରତୀୟ କଫ୍‌ ସିରପ ପିଇଥିବା ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ପ୍ରାଣ ହରାଇଥିବାବେଳେ ଇଣ୍ଡୋନେସିଆ କଫ୍‌ ସିରପ ଯୋଗୁ ଅବଶିଷ୍ଟ ପିଲାଙ୍କ ଜୀବନ ଯାଇଥିବା ଡବ୍ଲ୍ୟୁଏଚ୍‌ଓ ତଦନ୍ତରୁ ଜାଣିବାକୁ ପାଇଛି। ସିରପ ବ୍ୟତୀତ କେତେକ ଭିଟାମିନକୁ ମଧ୍ୟ ବ୍ଲାକ୍‌ଲିଷ୍ଟରେ ରଖାଯାଇଛି। ଏହା ପୂର୍ବରୁ ଡବ୍ଲ୍ୟୁଏଚ୍‌ଓ ଭାରତରେ ନିର୍ମିତ ଅପମିଶ୍ରିତ ଔଷଧଗୁଡ଼ିକୁ ନେଇ ସତର୍କତା ଜାରି କରିଥିଲା। ତଦନ୍ତ ଶେଷ ହେବା ପରେ ଏନେଇ କଳାତାଲିକା ପ୍ରକାଶ କରାଯାଇଛି। ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ହରିୟାଣାର ମେଡେନ୍‌ ଫାର୍ମାସ୍ୟୁଟିକାଲ୍ସ, ନୋଏଡାର ମାରିଅନ୍‌ ବାୟୋଟେକ୍‌, ଚେନ୍ନାଇର ଗ୍ଲୋବାଲ ଫାର୍ମା, ଇନ୍ଦୋରର ରିଏମାନ୍‌ ଲାବ୍‌ ପ୍ରାଇଭେଟ୍‌ ଲିଃ ଏବଂ ପଞ୍ଜାବର କ୍ୟୁପି ଫାର୍ମା କେମ୍‌ ରହିଛି। ଉକ୍ତ କମ୍ପାନୀଗୁଡ଼ିକର ସିରପରେ ଡାଇଏଥିଲିନ୍‌ ଏବଂ ଏଥିଲିନ୍‌ ଗ୍ଲାଇକୋଲ ପରିମାଣ ଅଧିକ ମାତ୍ରାରେ ରହିଥିବା ଡବ୍ଲ୍ୟୁଏଚ୍‌ଓ ତଦନ୍ତରୁ ସ୍ପଷ୍ଟ ହୋଇଛି। ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ୍‌(ସିଡିସି) ଏବଂ ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ଭାରତରେ ନିର୍ମିତ କଫ୍‌ ସିରପ୍‌ ଯୋଗୁ ଏତେ ସଂଖ୍ୟକ ପିଲାଙ୍କ ମୃତ୍ୟୁ ଘଟିଥିବା ମିଳିତ ତଦନ୍ତରୁ ଜାଣିବାକୁ ପାଇଥିଲେ।
ଭାରତର କସ୍‌ମେଟିକ୍ସ, ଫାର୍ମାସ୍ୟୁଟିକାଲ୍ସ ଏବଂ ଡାକ୍ତରୀ ଉପକରଣଗୁଡ଼ିକର ଜାତୀୟ ନିୟାମକ ସଂସ୍ଥା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌ (ସିଡିଏସ୍‌ସିଓ) ପକ୍ଷରୁ କୁହାଯାଇଛି ଯେ, ରପ୍ତାନି ପୂର୍ବରୁ ଔଷଧଗୁଡ଼ିକର ଉପଯୁକ୍ତ ମାନର ହୋଇଥିବା ନେଇ ସୁନିଶ୍ଚିତ କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ବ୍ୟବସ୍ଥା କରିଛି। ଭାରତର ୪ କେନ୍ଦ୍ରୀୟ ଏବଂ ୨ ଆଞ୍ଚଳିକ ଔଷଧ ଯାଞ୍ଚକାରୀ ଲାବରେଟୋରି କିମ୍ବା କୌଣସି ଏନ୍‌ଏବିଏଲ୍‌ ସ୍ବୀକୃତିପ୍ରାପ୍ତ ଲାବ୍‌ଠାରୁ ‘ସାର୍ଟିଫିକେଟ୍‌ ଅଫ୍‌ ଆନାଲିସିସ୍‌’ ହାସଲ କରିଥିବା କମ୍ପାନୀ ହିଁ ସିରପ ରପ୍ତାନି କରିପାରିବେ ବୋଲି ଗତ ମେ’ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଅନୁମତି ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ଡବ୍ଲ୍ୟୁଏଚ୍‌ଓର ଉପରୋକ୍ତ ପଦକ୍ଷେପ ପରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ବିଷାକ୍ତ ଔଷଧକୁ ନେଇ ଭାରତ ‘ଶୂନ ସହନଶୀଳ’ ନୀତି ଆପଣାଇଛି। ୭୧ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେଗୁଡ଼ିକ ମଧ୍ୟରୁ ୧୮ କମ୍ପାନୀକୁ ବନ୍ଦ କରାଗଲାଣି। ଔଷଧ ସେବନ କରି କେହି ଯେପରି ମୃତ୍ୟୁମୁଖରେ ନ ପଡ଼ିବେ ତାହା ସୁନିଶ୍ଚିତ କରିବା ଲାଗି ଗୁଣବତ୍ତାଯୁକ୍ତ ଉତ୍ପାଦନ ଉପରେ ବିସ୍ତୃତ ଅଧ୍ୟୟନ କରାଯାଉଛି। ଔଷଧର ମାନକୁ ନେଇ ଯେତେବେବେଳେ ବି ପ୍ରଶ୍ନ ଉଠିବ ତଥ୍ୟର ଯାଞ୍ଚ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ…

ରାଏବରେଲି,୧୭।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଶୁକ୍ରବାର ରାଏବରେଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୁଅ ରାହୁଲଙ୍କୁ ଆପଣମାନଙ୍କୁ ଦେଉଛି, ତାଙ୍କ କଥା ବୁଝିବେ...

ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୫: କଂଗ୍ରେସର ଲୋକ ସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ...

ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ

ଅମେଠି,୧୭ା୫: ରାଏବରେଲିରୁ ନିର୍ବାଚିତ ହେଲେ ଉଭୟ ଅମେଠି ଓ ରାଏବରେଲିର ବିକାଶ ପାଇଁ ସମାନ ଧ୍ୟାନ ଦେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।...

ଭାଜପାର ଏଜେଣ୍ଟ କହିବାରୁ ସ୍ବାତୀ ମାଲିଓ୍ବାଲଙ୍କ କାଉଣ୍ଟର, କେଜରିଓ୍ବାଲଙ୍କୁ କହିଲେ ଗୁଣ୍ଡା

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ଅଡ଼ୁଆ ବଢିବାରେ ଳାଗିଛି। କାରଣ ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ବିବାଦ ଏବେ ଉଗ୍ର ରୂପରେ ମୁଣ୍ଡ ଟେକିବାରେ...

ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୭ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଭାଜପା ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ଦେଇଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନ (ଇସି) ତାଙ୍କୁ କାରଣ...

‘ସ୍ବାତୀ ମାଲିଓ୍ବାଲ ଭାଜପାର ମୋହରା’

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ମାମଲା ଦିନକୁ ଦିନ ବିବାଦ ଘେରକୁ ଟାଣି ହେବାରେ ଲାଗିଛି। ଯେଉଁଥିରେ ଏଏପି...

ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ କାହିଁକି ସେ ଖୁବ...

ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri