Posted inଜାତୀୟ

୭ ଭାରତୀୟ କଫ୍‌ ସିରପ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ,୨୧ା୬: ଭାରତ ଓ ଇଣ୍ଡୋନେସିଆର ଔଷଧ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ୨୦ ସିରପକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଙ୍ଗଳବାର କଳାତାଲିକାରେ ସ୍ଥାନିତ କରିଛି। ତନ୍ମଧ୍ୟରେ ଭାରତରେ ପ୍ରସ୍ତୁତ ୭ କଫ୍‌ ସିରପ ରହିଛି। ଏହି ଅପମିଶ୍ରିତ ତଥା ନିମ୍ନମାନର ସିରପଗୁଡ଼ିକୁ ସେବନ କରି ବିଶ୍ୱର ପ୍ରାୟ ୩୦୦ ଶିଶୁ ପ୍ରାଣ ହରାଇବା ପରେ ଡବ୍ଲ୍ୟୁଏଚ୍‌ଓ ଏପରି ପଦକ୍ଷେପ ନେଇଛି।
ଗତବର୍ଷ ଉଜ୍‌ବେକିସ୍ତାନ, ଗାମ୍ବିଆ ଓ ନାଇଜେରିଆ ସମେତ କେତେକ ଦେଶରେ ଭାରତୀୟ କଫ୍‌ ସିରପ ପିଇ ପ୍ରାୟ ୩୦୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଭାରତୀୟ କଫ୍‌ ସିରପ ପିଇଥିବା ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ପ୍ରାଣ ହରାଇଥିବାବେଳେ ଇଣ୍ଡୋନେସିଆ କଫ୍‌ ସିରପ ଯୋଗୁ ଅବଶିଷ୍ଟ ପିଲାଙ୍କ ଜୀବନ ଯାଇଥିବା ଡବ୍ଲ୍ୟୁଏଚ୍‌ଓ ତଦନ୍ତରୁ ଜାଣିବାକୁ ପାଇଛି। ସିରପ ବ୍ୟତୀତ କେତେକ ଭିଟାମିନକୁ ମଧ୍ୟ ବ୍ଲାକ୍‌ଲିଷ୍ଟରେ ରଖାଯାଇଛି। ଏହା ପୂର୍ବରୁ ଡବ୍ଲ୍ୟୁଏଚ୍‌ଓ ଭାରତରେ ନିର୍ମିତ ଅପମିଶ୍ରିତ ଔଷଧଗୁଡ଼ିକୁ ନେଇ ସତର୍କତା ଜାରି କରିଥିଲା। ତଦନ୍ତ ଶେଷ ହେବା ପରେ ଏନେଇ କଳାତାଲିକା ପ୍ରକାଶ କରାଯାଇଛି। ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ହରିୟାଣାର ମେଡେନ୍‌ ଫାର୍ମାସ୍ୟୁଟିକାଲ୍ସ, ନୋଏଡାର ମାରିଅନ୍‌ ବାୟୋଟେକ୍‌, ଚେନ୍ନାଇର ଗ୍ଲୋବାଲ ଫାର୍ମା, ଇନ୍ଦୋରର ରିଏମାନ୍‌ ଲାବ୍‌ ପ୍ରାଇଭେଟ୍‌ ଲିଃ ଏବଂ ପଞ୍ଜାବର କ୍ୟୁପି ଫାର୍ମା କେମ୍‌ ରହିଛି। ଉକ୍ତ କମ୍ପାନୀଗୁଡ଼ିକର ସିରପରେ ଡାଇଏଥିଲିନ୍‌ ଏବଂ ଏଥିଲିନ୍‌ ଗ୍ଲାଇକୋଲ ପରିମାଣ ଅଧିକ ମାତ୍ରାରେ ରହିଥିବା ଡବ୍ଲ୍ୟୁଏଚ୍‌ଓ ତଦନ୍ତରୁ ସ୍ପଷ୍ଟ ହୋଇଛି। ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ୍‌(ସିଡିସି) ଏବଂ ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ଭାରତରେ ନିର୍ମିତ କଫ୍‌ ସିରପ୍‌ ଯୋଗୁ ଏତେ ସଂଖ୍ୟକ ପିଲାଙ୍କ ମୃତ୍ୟୁ ଘଟିଥିବା ମିଳିତ ତଦନ୍ତରୁ ଜାଣିବାକୁ ପାଇଥିଲେ।
ଭାରତର କସ୍‌ମେଟିକ୍ସ, ଫାର୍ମାସ୍ୟୁଟିକାଲ୍ସ ଏବଂ ଡାକ୍ତରୀ ଉପକରଣଗୁଡ଼ିକର ଜାତୀୟ ନିୟାମକ ସଂସ୍ଥା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌ (ସିଡିଏସ୍‌ସିଓ) ପକ୍ଷରୁ କୁହାଯାଇଛି ଯେ, ରପ୍ତାନି ପୂର୍ବରୁ ଔଷଧଗୁଡ଼ିକର ଉପଯୁକ୍ତ ମାନର ହୋଇଥିବା ନେଇ ସୁନିଶ୍ଚିତ କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ବ୍ୟବସ୍ଥା କରିଛି। ଭାରତର ୪ କେନ୍ଦ୍ରୀୟ ଏବଂ ୨ ଆଞ୍ଚଳିକ ଔଷଧ ଯାଞ୍ଚକାରୀ ଲାବରେଟୋରି କିମ୍ବା କୌଣସି ଏନ୍‌ଏବିଏଲ୍‌ ସ୍ବୀକୃତିପ୍ରାପ୍ତ ଲାବ୍‌ଠାରୁ ‘ସାର୍ଟିଫିକେଟ୍‌ ଅଫ୍‌ ଆନାଲିସିସ୍‌’ ହାସଲ କରିଥିବା କମ୍ପାନୀ ହିଁ ସିରପ ରପ୍ତାନି କରିପାରିବେ ବୋଲି ଗତ ମେ’ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଅନୁମତି ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ଡବ୍ଲ୍ୟୁଏଚ୍‌ଓର ଉପରୋକ୍ତ ପଦକ୍ଷେପ ପରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ବିଷାକ୍ତ ଔଷଧକୁ ନେଇ ଭାରତ ‘ଶୂନ ସହନଶୀଳ’ ନୀତି ଆପଣାଇଛି। ୭୧ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେଗୁଡ଼ିକ ମଧ୍ୟରୁ ୧୮ କମ୍ପାନୀକୁ ବନ୍ଦ କରାଗଲାଣି। ଔଷଧ ସେବନ କରି କେହି ଯେପରି ମୃତ୍ୟୁମୁଖରେ ନ ପଡ଼ିବେ ତାହା ସୁନିଶ୍ଚିତ କରିବା ଲାଗି ଗୁଣବତ୍ତାଯୁକ୍ତ ଉତ୍ପାଦନ ଉପରେ ବିସ୍ତୃତ ଅଧ୍ୟୟନ କରାଯାଉଛି। ଔଷଧର ମାନକୁ ନେଇ ଯେତେବେବେଳେ ବି ପ୍ରଶ୍ନ ଉଠିବ ତଥ୍ୟର ଯାଞ୍ଚ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri