ସିଗ୍‌ନାଲ ଜେଇଙ୍କୁ ସାଢ଼େ ୬ ଘଣ୍ଟା ଜେରା

ବାଲେଶ୍ୱର/ଭୁବନେଶ୍ୱର,୨୧।୬(ମାନସ ବିଶ୍ୱାଳ, ଅଭିଜିତ୍‌ ଦାସ): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାରେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ ସିବିଆଇ ନଜରରେ। ସୋମବାର ସନ୍ଧ୍ୟାରେ ସିବିଆଇ ଟିମ୍‌ ଜେଇ ଖାନ୍‌ଙ୍କ ସୋର କମରପୁରସ୍ଥିତ ଭଡ଼ା ଘରକୁ ସିଲ୍‌ କରିଥିଲା। ଏହାର ୧୨ ଘଣ୍ଟା ପରେ ମଙ୍ଗଳବାର ସକାଳେ ଜେଇଙ୍କ ଉପସ୍ଥିତିରେ ୬ଜଣିଆ ସିବିଆଇ ଟିମ୍‌ ଘର ସିଲ ଖୋଲିଛି। ସେଠାରେ ଖାନ୍‌ଙ୍କୁ ଦୀର୍ଘ ସାଢ଼େ ୬ଘଣ୍ଟା ଧରି ଜେରା କରାଯିବା ସହ ବିଭିନ୍ନ କାଗଜପତ୍ର ଏବଂ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ପରେ ଜେଇ ଖାନ୍‌ଙ୍କୁ ସିବିଆଇ ହେପାଜତକୁ ନେବା ସହିତ କିଛି ଦରକାରୀ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ତେବେ ଏନେଇ ସିବିଆଇ ଟିମ୍‌ କିମ୍ବା ଜେଇ ଖାନ୍‌ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ପ୍ରକାଶ ଯେ, ସୋମବାର ୩ ଜଣିଆ ସିବିଆଇ ଟିମ୍‌ ସୋରସ୍ଥିତ ଖାନ୍‌ଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲେ। ଖାନ୍‌ ଓ ତାଙ୍କ ସ୍ତ୍ରୀ ଘରେ ନ ଥିବାରୁ ସିବିଆଇ ଅପେକ୍ଷା କରି ସନ୍ଧ୍ୟାରେ ଘର ସିଲ୍‌ କରିି ଆସିଥିଲା। ହେଲେ ସୋର ଥାନାର ଦୁଇଜଣ ପୋଲିସ କର୍ମଚାରୀ ଘର ଜଗି ରହିଥିଲେ। ଜେଇଙ୍କ ସ୍ତ୍ରୀ ପଶ୍ଚିମବଙ୍ଗସ୍ଥିତ ବାପ ଘରକୁ ଯାଇଥିବା ସୂଚନା ମିଳିଛି। ଗତ ଜୁନ୍‌ ୨ତାରିଖରେ ଘଟିଥିବା ଏହି ଘଟଣାର ତଦନ୍ତ ଭାର ସିବିଆଇ ନେବାପରଠୁ ଏହା ପଛର କାରଣ ଖୋଜୁଛି। ଏଯାଏ ଷ୍ଟେଶନ ମ୍ୟାନେଜରଙ୍କ ସହ ୧୨ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚୁରା କରିବା ସହ ବୟାନ ରେକର୍ଡ କରିଛନ୍ତି ତଦନ୍ତକାରୀ ଟିମ୍‌। ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ, ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଛି। ଷ୍ଟେଶନର ପ୍ୟାନେଲ୍‌ ବୋର୍ଡ, ରିଲେ ରୁମ୍‌ ଓ ସିଗ୍‌ନାଲ୍‌ ରୁମ୍‌ ସିଲ୍‌ ହୋଇଥିବାବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଛି। ଗତ ଦୁଇ ବର୍ଷ ଧରି ପଶ୍ଚିମବଙ୍ଗ ଡାକୁନୀ ଅଞ୍ଚଳର ଅମିର ଖାନ ସୋର ଷ୍ଟେଶନରେ ନିଯୁକ୍ତି ପାଇ ମାର୍କୋଣା, ରାଣିତାଲ, ବାହାନଗା ଷ୍ଟେଶନ ଦାୟିତ୍ୱ ତୁଲାଉଥିଲେ।
ଉଲ୍ଲେଖଯୋଗ୍ୟ, ବାହାନଗା ଟ୍ରେନ ଦୁର୍ଘଟଣାକୁ ଇତିମଧ୍ୟରେ ୧୮ଦିନ ବିତିଥିବାବେଳେ ଏଥିରେ ୨୯୨ ଜଣଙ୍କ ମୃତ୍ୟୁ ଘଟିଛି। ଏପରି କି ବହୁ ଲୋକ ଆହତ ଓ ଗୁରୁତର ହୋଇଛନ୍ତି। ରେଳ ମନ୍ତ୍ରୀଙ୍କ ସୁପାରିସ୍‌ କ୍ରମେ ସିବିଆଇ ଏହାର ତଦନ୍ତ କରୁଛି। ସିବିଆଇ ଟିମ୍‌ ବାଲେଶ୍ୱରରେ ଡେରା ପକାଇଛନ୍ତି ଏବଂ ବାହାନଗା ଷ୍ଟେଶନକୁ ବାରମ୍ବାର ଗସ୍ତ କରୁଛନ୍ତି। ପୂର୍ବରୁ ସିବିଆଇର ଏକ ୪ଜଣିଆ ଟିମ୍‌ ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଟ୍ରାକର ସ୍କାନିଂ କରି ସାରିଛନ୍ତି। ଏହାପୂର୍ବରୁ ସିବିଆଇର ୨ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ। ପରେ ବିଭିନ୍ନ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ରିଲେ ରୁମ୍‌କୁ ଯାଇ ସେଠାରେ ମଧ୍ୟ ତନାଘନା କରିଥିଲେ। ଷ୍ଟେଶନରେ ଥିବା ବିଭିନ୍ନ କମ୍ପ୍ୟୁଟରର ହାର୍ଡ ଡିସ୍କ୍‌ ଜବତ କରିଥିଲେ। ଏହାବ୍ୟତୀତ ସେଠାରେ ରେକର୍ଡ ହୋଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ପରେ ବାହାନଗା ବଜାର ଷ୍ଟେଶନ ଭିତରେ ଥିବା ପ୍ରାଇଭେଟ ନମ୍ବର ଏକ୍ସଚେଞ୍ଜ ବୁକ୍‌ ଯାଞ୍ଚ କରିଥିଲେ।
ଅପରପକ୍ଷରେ ବାହାନଗାରେ ରେଳ ଦୁର୍ଘଟଣା ପରେ ଷ୍ଟେଶନ ମାଷ୍ଟର ଓ ପଏଣ୍ଟସ୍‌ ମ୍ୟାନ ନିଖୋଜ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦକ୍ଷିଣପୂର୍ବ ରେଳପଥ ସିପିଆରଓ ଆଦିତ୍ୟ ଚୌଧୁରୀ ମଙ୍ଗଳବାର ଖଣ୍ଡନ କରିଛନ୍ତି। ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଘଟଣା ପରବର୍ତ୍ତୀ ମୁହୂର୍ତ୍ତରେ ସିବିଆଇ ବାହାନଗା ଦୁର୍ଘଟଣାର ଷ୍ଟେଶନ ମାଷ୍ଟର, ପଏଣ୍ଚସ୍‌ ମ୍ୟାନ ଓ ଅନ୍ୟ କେତେକ ଅଧିକାରୀଙ୍କୁ ନିଜ ହେପାଜତରେ ରଖିଥିଲା। କୌଣସି ଅଧିକାରୀ ନିଖୋଜ ନାହାନ୍ତି ବୋଲି ଚୌଧୁରୀ ଏକ ଭିଡିଓ ବାର୍ତ୍ତାରେ ସ୍ପଷ୍ଟୀକରଣ ଦେଇଛନ୍ତି।
ଅନ୍ୟପକ୍ଷରେ ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇପାରିନି। ହାତଗଣତି ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଥିବାବେଳେ ବହୁ ଏକ୍ସପ୍ରେସ୍‌ ଟ୍ରେନ୍‌ ବାତିଲ ଅଛି। ସେହିପରି କିଛି ଟ୍ରେନ୍‌ର ଗତିପଥକୁ ବଦଳାଯାଇଛି। ଅନ୍ୟପଟେ ଦୁଇଟି ପାସେଞ୍ଜରକୁ ଛାଡ଼ିଦେଲେ ବାକି ସବୁ ପାସେଞ୍ଜର ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?