୨୯ବର୍ଷ ପରେ ପ୍ରକାଶ ପାଇଲା ରାୟ: ୭ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଖୋର୍ଦ୍ଧା ଅଫିସ,୨୦।୩: ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ରାୟ ଦୀର୍ଘ ୨୯ବର୍ଷ ପରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଖୋର୍ଦ୍ଧା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ନରେଶ ମହାନ୍ତି ୨୨ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୭ ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ ଦଣ୍ଡ ସହ ୧ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦାୟ ୨ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତମାନେ ହେଲେ ମନୋଜ ମାଝି(୬୩), ଧୀରୁ ମାଝି(୪୭), ସତ୍ୟାନନ୍ଦ ମାଝି(୪୮), ନିତ୍ୟାନନ୍ଦ ମାଝି(୫୮), ଗୋଡ଼ା ଗ୍ରାମର ଭୀମସେନ ସାମନ୍ତରାୟ(୫୦), ପରମାନନ୍ଦ ପାଇକରାୟ(୬୩) ଓ ସଦାଶିବ ପାଇକରାୟ(୪୮)। ପ୍ରକାଶ ଯେ, ୧୯୯୨ ସେପ୍ଟେମ୍ବର ୫ରେ ବେଗୁନିଆ ଥାନା ସାମନ୍ତରାପୁର ଗ୍ରାମର ଉମେଶ ଚନ୍ଦ୍ର ସାମନ୍ତରାୟଙ୍କୁ ପୂର୍ବ ବିବାଦକୁ କେନ୍ଦ୍ରକରି ଅଭିଯୁକ୍ତମାନେ ଗ୍ରାମ ନିକଟ ଜଙ୍ଗଲରେ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ। ଏଥିରେ ଉମେଶଙ୍କ ହାତ ପାପୁଲି ଛିଣ୍ଡି ଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଉମେଶଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୧୧୫/୯୨)ରୁଜୁ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶୁକ୍ରବାର ଏହି ମାମଲାର ବିଚାର କରି କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ

ବରଗଡ଼ ଅଫିସ,୧୫।୮ : ବରଗଡ଼ ଜଜ୍‌ ହାଇସ୍କୁଲ ପଡ଼ିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏଠାରେ ପତାକା ଉତ୍ତୋଳନ କରିବା...

ଜଳ ଭଣ୍ଡାରରେ ପାଣି ଭର୍ତ୍ତି, କେନାଲରେ ନାହିଁ

ଖଣ୍ଡପଡ଼ା,୨୩ା୮(ସ୍ବ.ପ୍ର.): ସୁନାମୁହିଁ ଜଳ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ଜଳ ମହଜୁଦ ଅଛି। ହେଲେ କେନାଲରେ ପାଣି ଆସୁ ନ ଥିବାରୁ ଚାଷଜମି ଶୁଖିଲା ପଡିଛି। ଏହାକୁ...

ମଣ୍ଡିରୁ ଉଠୁନି ଧାନ

ସୁବର୍ଣ୍ଣପୁର ଜିଲାରେ ଚାଷୀ ସବୁବେଳେ ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇଆସୁଛି। ଧାନ ହେଉ ଅବା ପରିବା କିମ୍ବା ଧଳା ସୁନା କୁହାଯାଉଥିବା...

ରାସ୍ତା ଖରାପ ଯୋଗୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ପ୍ରସୂତି

ମାଲକାନଗିରି,୧୯।୭(ସ୍ବ.ପ୍ର.): ଦୁର୍ଗମ ଗ୍ରାମକୁ ନାହିଁ ରାସ୍ତା। ଫଳରେ ଖଟିଆରେ ବୁହା ହେଲେ ପ୍ରସୂତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ...

ଟୋଲଗେଟ୍‌ ଫାଟକ ଭାଙ୍ଗି ଚାଲିଗଲା ଗୋରୁ ବୋଝେଇ ପିକ୍‌ଅପ୍‌

ପାଟଣା,୧୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ନିକଟରେ ଥିବା ଟୋଲଗେଟ୍‌ର ଫାଟକ ଭାଙ୍ଗି ବିଳମ୍ବିତ ରାତିରେ ଏକ ଗୋରୁ...

ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିଆଁ

କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଆବର୍ଜନା ପରିଚାଳନା କେନ୍ଦ୍ରରେ ଶନିବାର ହଠାତ୍‌ ନିଆଁ ଲାଗିଯିବାରୁ ଆବର୍ଜନା ପୋଡ଼ିଯିବା ସହ ବିଦ୍ୟୁତ୍‌ତାର, କେବୁଲ...

ସୁବର୍ଣ୍ଣରେଖାରେ ବନ୍ୟା: ଭୋଗରାଇ, ବାଲିଆପାଳ ପ୍ରଭାବିତ

ବାଲେଶ୍ୱର ଅଫିସ,୨ା୮: ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଛି। ଫଳରେ ବାଲିଆପାଳ ବ୍ଲକର ୫ ପଞ୍ଚାୟତ ଓ ଭୋଗରାଇ...

ତାଳଦଣ୍ଡା କେନାଲ କାର୍ଯ୍ୟ ସମୀକ୍ଷା କଲେ ୫-ଟି ସଚିବ

କଟକ ଅଫିସ,୧୯ା୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର କଟକ ତାଳଦଣ୍ଡା କେନାଲ, ନେତାଜୀ ବସ୍‌ ଟର୍ମିନାଲ ସମେତ ବିଭିନ୍ନ...

Advertisement
Archives

Model This Week